ଓଡିଶା

odisha

ETV Bharat / state

‘କେନ୍ଦ୍ର ଟଙ୍କାକୁ ଓଡିଶା ନିଜର କହି ପ୍ରଚାର କରୁଛି’ - ରାଜ୍ କୁମାର ସିଂ

ବିଷମକଟକରେ ଅନୁଷ୍ଠିତ ବିଜେପି ସଙ୍କଳ୍ପ ସମାବେଶରେ କେନ୍ଦ୍ର ଶକ୍ତି ମନ୍ତ୍ରୀ ରାଜ୍ କୁମାର ସିଂ ଯୋଗ ଦେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିବା ସହ କେନ୍ଦ୍ର ସରକାରଙ୍କ ଯୋଜନାକୁ ରାଜ୍ୟ ସରକାର ନିଜ ନାଁରେ ପ୍ରଚାର କରୁଥିବା ଅଭିଯୋଗ କରିଛନ୍ତି।

ଫଟୋ ସୌଜନ୍ଯ: ସମ୍ବାଦଦାତା,ରାୟଗଡା

By

Published : Apr 2, 2019, 8:46 PM IST

ରାୟଗଡା: ବିଷମ କଟକରେ ଅନୁଷ୍ଠିତ ବିଜେପି ସଙ୍କଳ୍ପ ସମାବେଶରେକେନ୍ଦ୍ର ଶକ୍ତି ମନ୍ତ୍ରୀ ରାଜ୍ କୁମାର ସିଂ ମଙ୍ଗଳବାର ଯୋଗ ଦେଇଛନ୍ତି। ଏହି ଅବସରରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିବା ସହକେନ୍ଦ୍ର ସରକାରଙ୍କ ଯୋଜନାକୁ ରାଜ୍ୟ ସରକାର ନିଜ ନାଁରେ ପ୍ରଚାର କରୁଥିବା ଅଭିଯୋଗ କରିଛନ୍ତି।

ଭିଡିଓ ସୌଜନ୍ଯ: ସମ୍ବାଦଦାତା,ରାୟଗଡା

ଖବର ମୁତାବକ, କେନ୍ଦ୍ରମନ୍ତ୍ରୀ ହେଲିକପ୍ଟର ଯୋଗେ ବିଷମକଟକରେ ପହଞ୍ଚିଥିଲେ । ଏହାପରେ ସ୍ଥାନୀୟ ଆରଧ୍ୟ ଦେବୀ ମା' ମାର୍କମାଙ୍କ ପୂଜାର୍ଚ୍ଚନା କରିବା ପରେ ଏକ ଶୋଭା ଯାତ୍ରାରେ ବାହାରି ସଭାସ୍ଥଳୀରେ ପହଞ୍ଚିଥିଲେ । ସେଠାରେ ବିଜେପି କର୍ମୀଙ୍କୁ ଉଦ୍‌ବୋଧନ ଦେବା ସହ ଦଳୀୟ ବିଧାୟକ ପ୍ରାର୍ଥୀଙ୍କୁ ବିପୁଳ ପରିମାଣରେ ଭୋଟ ଦେବାକୁ ସ୍ଥାନୀୟ ବାସିନ୍ଦାଙ୍କୁ ଅନୁରୋଧ କରିଥିଲେ । ଏଥିସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାକୁ ରାଜ୍ୟ ସରକାର ପ୍ରଣୟନ କରୁନିଥିବା ଓ କେନ୍ଦ୍ର ସରକାରଙ୍କ ଯୋଜନାକୁ ରାଜ୍ୟ ସରକାର ନିଜ ନାଁରେ ପ୍ରଚାର କରୁଥିବା ଅଭିଯୋଗ କରିଥିଲେ।


ତେବେ ଏହି ସଭାରେ କେନ୍ଦ୍ରମନ୍ତ୍ରୀଙ୍କ ସମେତ ବିଜେପି ନେତ୍ରୀ ଅନୁ ଚୌଧୁରୀ, ବିଜେପି ଜିଲ୍ଲା ସଭାପତି ତଥା ବିଧାୟକ ପ୍ରାର୍ଥୀ ଶିବଶଙ୍କର ଉଲ୍ଲାକା, ଜିଲ୍ଲା ସମ୍ପାଦକ ରାମ ଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details