ରାୟଗଡା:ଦେଶର ସୁରକ୍ଷା ପାଇଁ ସର୍ବଦା ଆଗକୁ ଆସି ଲଢୁଥିଲେ । ଦେଶ ସେବା କରିବାକୁ ଶପଥ ନେଇଥିଲେ । ଦେଶର ଶତ୍ରୁଙ୍କୁ ଦମନ କରିବା ପାଇଁ ଯବାନମାନଙ୍କୁ ସର୍ବଦା ଗୁରୁ ମନ୍ତ୍ର ଦେଇ କେତେ ଦେଶ ମାତୃକାର ସନ୍ତାନ ତିଆରି କରିଥିଲେ । ଭାରତ ମାତାର ଏହି ଲଢୁଆ ସନ୍ତାନ CDS ବିପିନ ରାୱତ ନିଜ ଜୀବନ ଯୁଦ୍ଧରେ ହାରିଗଲେ ।
ସାରା ଦେଶ ଆଜି ତାଙ୍କ ସ୍ମୃତିକୁ ମନେ ପକାଇ ବାହୁନି କାନ୍ଦୁଛି । ସେମାନେ ଥିଲେ ଆମ ଦେଶର ବରପୁତ୍ର । ତାମିଲନାଡୁ କୁନ୍ନୁରରେ ହେଲିକପ୍ଟର ଭୟଙ୍କର ଭାବେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଭାଗ୍ୟଜନକ ହେଲିକପ୍ଟର ଦୁର୍ଘଟଣାରେ CDS ଜେନେରାଲ ବିପିନ୍ ରାୱତ, ତାଙ୍କ ପତ୍ନୀ ଏବଂ ଅନ୍ୟ ୧୧ ଜଣ ଯବାନଙ୍କ ଆକସ୍ମିକ ଦେହାନ୍ତ ହୋଇଥିଲା ।
ଏହାମଧ୍ୟ ପଢନ୍ତୁ: IAF Chopper Crash: ବୀରପୁତ୍ରଙ୍କୁ ହରାଇଲା ଓଡିଶା, ବିକଳ ହୋଇ କାନ୍ଦୁଛନ୍ତି ପରିବାର