ଓଡିଶା

odisha

ETV Bharat / state

ବାଇକ ଆରୋହୀଙ୍କୁ ବଞ୍ଚାଇବାକୁ ଯାଇ ବ୍ରିଜରୁ ଖସିଲା କାର, 4 ଗୁରୁତର - ରାୟଗଡା ଲାଟେଷ୍ଟ ନ୍ୟୁଜ୍‌

ବାଇକ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ବଞ୍ଚାଇବାକୁ ଯାଇ କାର ଦୁର୍ଘଟଣାରେ 4 ଜଣ ଆହତ ହୋଇଛନ୍ତି । କାରରେ ଥିବା ଡ୍ରାଇଭର ସମେତ ୪ ଜଣ ଗୁରୁତର ଆହତ ହୋଇଥିବା ଜଣା ପଡିଛି । ଆହତମାନଙ୍କୁ ପ୍ରଥମେ ରାୟଗଡା ଜିଲ୍ଲା ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଅଧିକ ପଢ଼ନ୍ତୁ...

car falls from bridge, accident in rayagada, rayagada latest news, road accident, series accident, ବ୍ରିଜରୁ ଖସିଲା କାର, ରାୟଗଡାରେ ଦୁର୍ଘଟଣା, ସଡକ ଦୁର୍ଘଟଣା, ରାୟଗଡା ଲାଟେଷ୍ଟ ନ୍ୟୁଜ୍‌, ସିରିଜ ଦୁର୍ଘଟଣା
ବାଇକ ଆରୋହୀଙ୍କୁ ବଞ୍ଚାଇବାକୁ ଯାଇ ବ୍ରିଜରୁ ଖସିଲା କାର, 4 ଗୁରୁତର

By

Published : May 16, 2020, 12:13 AM IST

Updated : May 16, 2020, 12:47 PM IST

ରାୟଗଡା: ବାଇକ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ବଞ୍ଚାଇବାକୁ ଯାଇ କାର ଦୁର୍ଘଟଣାରେ 4 ଜଣ ଆହତ ହୋଇଛନ୍ତି । ଏକ କଳା ରଙ୍ଗର କାର ବିଳମ୍ବିତ ରାତିରେ ଜେକେପୁରରୁ ରାୟଗଡ଼ା ଆସିବା ବାଟରେ କତାପେଟା ପୁର୍ବରୁ ଏକ ବ୍ରିଜ ତଳକୁ ଖସିଯାଇଛି । ଏହି କାରରେ ଥିବା ଡ୍ରାଇଭର ସମେତ ୪ ଜଣ ଗୁରୁତର ଆହତ ହୋଇଥିବା ଜଣା ପଡିଛି ।

ବାଇକ ଆରୋହୀଙ୍କୁ ବଞ୍ଚାଇବାକୁ ଯାଇ ବ୍ରିଜରୁ ଖସିଲା କାର, 4 ଗୁରୁତର

ଆହତମାନଙ୍କୁ ପ୍ରଥମେ ରାୟଗଡା ଜିଲ୍ଲା ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ହେଲେ ମୁଣ୍ଡରେ ଆଘାତ ଯୋଗୁଁ ଗୁରୁତର ଅବସ୍ଥାରେ ସେମାନଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି । ତେବେ ରିପୋର୍ଟ ଲେଖା ହେବା ସୁଦ୍ଧା ଆହତଙ୍କ ପରିଚୟ ମିଳିପାରି ନାହିଁ । ଘଟଣାରୁ ପ୍ରକାଶ କି କାରଟି ଆସିବା ବାଟରେ ପୁର୍ବରୁ ଏକ ମୋଟର ସାଇକେଲ ଅନ୍ୟ ଜଣକୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ଆହତ ବ୍ୟକ୍ତି ରାସ୍ତା ଉପରେ ପଡିଥିବା ବେଳେ ତାକୁ ବଞ୍ଚେଇବା ପାଇଁ ଦିଗ ବଦଳାଇ ଥିବା କାରଟି ନିକଟରେ ଥିବା ବ୍ରିଜ ତଳକୁ ଖସିପଡିଥିଲା ।

ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏଥିସହ ମୋଟରସାଇକେଲ ଆରୋହୀ କିମ୍ବା ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କ ଏପର୍ଯ୍ୟନ୍ତ ପତ୍ତା ମିଳି ପାରିନାହିଁ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Last Updated : May 16, 2020, 12:47 PM IST

ABOUT THE AUTHOR

...view details