ରାୟଗଡ଼ା: ଅଭିନବ ଉପାୟରେ ଚାଲୁଥିଲା ଚୋରାରେ ଗଞ୍ଜେଇ ଚାଲାଣ । ଏକ ପିଆଜ ବୋଝେଇ ଗାଡ଼ିରେ ଚାଲିଥିଲା କେଜି କେଜି ଗଞ୍ଜେଇ ଚାଲାଣ । ଗୁଣୁପୁର ପୋଲିସ ଏବଂ ବିଷମକଟକ ପୋଲିସ ଦୁର୍ଗୀ ମୁନିଗୁଡା ରାସ୍ତାରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ପିଆଜ ବୋଝେଇ ଗାଡିକୁ ଦେଖି ସନ୍ଦେହ ହେବାରୁ ଅଟକାଇ ତଦନ୍ତ କରିଥିଲେ । ତଦନ୍ତ ବେଳେ ସେଥିରୁ ୨୦ଟି ବସ୍ତାରେ ୫କୁଇଣ୍ଟାଲ ୯୦କେଜି ଗଞ୍ଜେଇ ଅଭିନବ ଉପାୟରେ ଚୋରା ଚାଲାଣ ହେଉଥିବା ଧରିଥିଲେ ।
ପିଆଜ ବୋଝେଇ ଗାଡ଼ିରେ ଚାଲିଥିଲା ଗଞ୍ଜେଇ ଚାଲାଣ, ଧରିନେଲା ପୋଲିସ - ପିଆଜ ବୋଝେଇ ଗାଡ଼ିରେ ଗଞ୍ଜେଇ ଚାଲାଣ
ଅଭିନବ ଉପାୟରେ ଚାଲୁଥିଲା ଚୋରାରେ ଗଞ୍ଜେଇ ଚାଲାଣ । ଏକ ପିଆଜ ବୋଝେଇ ଗାଡ଼ିରେ ଚାଲିଥିଲା କେଜି କେଜି ଗଞ୍ଜେଇ ଚାଲାଣ । ଅଧିକ ପଢ଼ନ୍ତୁ
ପିଆଜ ବୋଝେଇ ଗାଡ଼ିରେ ଗଞ୍ଜେଇ ଚାଲାଣ
ଏହାପରେ ଉକ୍ତ ଗାଡିର ଡ୍ରାଇଭରକୁ ଗିରଫ କରିବାସହ ଅଭିଯୁକ୍ତ ପାଖରୁ ୧୨୦ ପେକେଟ ପିଆଜ ସହ ୨୦ ପେକେଟ ଗଞ୍ଜେଇ ବସ୍ତା, ଗୋଟିଏ ମୋବାଇଲ,୧୫ ଶହ ଟଙ୍କା ସହ କିଛି ବ୍ୟାଙ୍କ ପାସବୁକ ଏବଂ ଚେକ୍ ବୁକ୍ ପୋଲିସ ଜବତ କରିଥିବା ବିଷମକଟକ ଏସଡିପିଓ ଜଣାଇଛନ୍ତି । ଏହି ଗଞ୍ଜେଇ କେଉଁଠୁ ଏବଂ କୁଆଡେ ଯାଉଥିଲା ତା ଉପରେ ଅଧିକ ତଦନ୍ତ ଚାଲିଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।
ରାୟଗଡ଼ାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ