ରାୟଗଡା: ଜିଲ୍ଲାରେ ବାଲ୍ୟ ବିବାହ ବନ୍ଦ କରିବା ପାଇଁ ସ୍ଥାନୀୟ ଡିଆରଡିଏ ସମ୍ମିଳନୀ କକ୍ଷରେ ରାୟଗଡା ଜିଲ୍ଳାପାଳ ପ୍ରମୋଦ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ସଫଳ ରୂପାୟନ ନେଇ ଟାସ୍କଫୋର୍ସ ଗଠନ କରାଯାଇଛି । ଜିଲ୍ଲା ପ୍ରଶାସନ, ଏକ୍ସନଏଡ଼ ଓ ୟୁନିସେଫର ମିଳିତ ଆୟୋଜନ କ୍ରମେ କିଶୋର ଓ କିଶୋରୀମାନଙ୍କୁ ସଶକ୍ତ କରିବା ସହ ବାଲ୍ୟ ବିବାହଠାରୁ ସେମାନଙ୍କୁ ଦୂରେଇ ରଖିବାକୁ ଖସଡ଼ା ପ୍ରସ୍ତୁତ କରାଯାଇଛି।
ରାୟଗଡାରେ ବାଲ୍ୟ ବିବାହକୁ ନାଁ - ଜିଲ୍ଲା ପ୍ରଶାସନ
ରାୟଗଡା ଜିଲ୍ଲାରେ ବାଲ୍ୟ ବିବାହ ବନ୍ଦ କରିବା ପାଇଁ ସ୍ଥାନୀୟ ଡିଆରଡିଏ ସମ୍ମିଳନୀ କକ୍ଷରେ ରାୟଗଡା ଜିଲ୍ଳାପାଳ ପ୍ରମୋଦ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ସଫଳ ରୂପାୟନ ନେଇ ଟାସ୍କଫୋର୍ସ ଗଠନ କରାଯାଇଛି ।
ଫଟୋ ସୌଜନ୍ୟ- ସମ୍ବାଦଦାତା, ରାୟଗଡା
ଏହି ବାଲ୍ୟ ବିବାହ ରୋକିବା ଅଭିଯାନକୁ ଗ୍ରାମ୍ୟ ସ୍ତରରୁ ଆରମ୍ଭ କରାଇବାକୁ ବୈଠକରେ ଗୁରୁତ୍ବ ଦିଆଯାଇଛି ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ