ଓଡିଶା

odisha

ETV Bharat / state

ଖୋର୍ଦ୍ଧା-ବାରଙ୍ଗ ତୃତୀୟ ରେଳ ଲାଇନ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ - କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରୀ

ନର୍ଗୁଣ୍ଡି-ବାରଙ୍ଗ, ଖୋର୍ଦ୍ଧା ରୋଡ ବିଜୟନଗରମ ମଧ୍ୟରେ ତୃତୀୟ ଲାଇନକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ । ଶୀଘ୍ର ଆରମ୍ଭ ହେବ ନିର୍ମାଣ କାର୍ଯ୍ୟ । ଅଧିକ ପଢନ୍ତୁ

khurda road vizianagaram
khurda road vizianagaram

By

Published : Aug 17, 2023, 7:57 AM IST

Updated : Aug 17, 2023, 9:16 AM IST

nirgundi barang third railway line construction

ରାୟଗଡା: ନର୍ଗୁଣ୍ଡି-ବାରଙ୍ଗ, ଖୋର୍ଦ୍ଧା ରୋଡ-ବିଜୟନଗରମ ମଧ୍ୟରେ ତୃତୀୟ ଲାଇନ ନିର୍ମାଣ ହେବ । ବୁଧବାର କେନ୍ଦ୍ର କ୍ୟାବିନେଟରେ ଏହି ରେଳ ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଓଡିଶା ସମେତ ଦେଶର ବିଭିନ୍ନ ସ୍ଥାନରେ 32,512 କୋଟି ଟଙ୍କାର 7ଟି ବଡ ବଡ ରେଳ ପ୍ରକଳ୍ପ ପାଇଁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ଦେଇଛି । ଡିଭିଜନାଲ ରେଳ ପରିଚାଳକ ସୌରଭ ପ୍ରସାଦ ଏକ ସାମ୍ବାଦିକ ସମ୍ମିଳନୀ କରି ପ୍ରକଳ୍ପର ଭବିଷ୍ୟତ କଣ ରହିବ ସେନେଇ ଆଲୋଚନା କରିଥିଲେ ।

ସୌରଭ ପ୍ରସାଦ କହିଛନ୍ତି ଯେ, ବର୍ତ୍ତମାନ ଅଧିକ ରେଳ ଯାତାୟତ ଯୋଗୁଁ ଏହି ରୁଟଟି ଚାପ ଗ୍ରସ୍ତରେ ରହିଛି । ତୃତୀୟ ଲାଇନ ଖୋଲିଲେ ଅଧିକରୁ ଅଧିକ ରେଳ ଚଳାଚଳ ପାଇଁ ବାଟ ଫିଟିବା ସହ ସ୍ଥାନୀୟ ଅଞ୍ଚଳବାସୀ ମଧ୍ୟ ଉପକୃତ ହେବେ । ତେବେ ଏହି ନୂତନ ପ୍ରକଳ୍ପର ମୋଟ ଲମ୍ବ ହେଉଛି 385 କିମି । ସେଥିମଧ୍ୟରୁ ଭଦ୍ରକ, ଯାଜପୁର, ଖୋର୍ଦ୍ଧା, କଟକ, ଗଞ୍ଜାମ ଦେଇ ଓଡିଶାରେ 184 କିଲୋମିଟର ରହିଥିବା ବେଳେ ଶ୍ରୀକାକୁଲମ୍, ବିଜୟନଗରମ, ବିଶାଖାପାଟନମ୍ ମଧ୍ୟରେ ଆନ୍ଧ୍ରପ୍ରଦେଶରେ 201 କିମି ରହିଛି ।

ଏହା ମଧ୍ୟ ପଢନ୍ତୁ-ଖୁବଶୀଘ୍ର ଖୋର୍ଦ୍ଧା-ବାରଙ୍ଗ ତୃତୀୟ ରେଲ ଲାଇନ ପ୍ରକଳ୍ପ

''ସେହିଭଳି 5,618 କୋଟି ଟଙ୍କା ବ୍ୟାୟରେ 6 ଟି ଗୁରୁତ୍ୱପୂର୍ଣ୍ଣ ସେତୁ ନିର୍ମାଣ ହେବାର ଯୋଜନା ରହିଛି । ସେହି ପ୍ରମୁଖ ସେତୁ ଗୁଡିକ ହେଉଛି ଓଡିଶାର ବିରୁପ ନଦୀ ଉପରେ 488 ମିଟର, ମହାନଦୀ ଉପରେ 2,096 ମିଟର, କୋଥଜୋରୀ ନଦୀ ଉପରେ 822 ମିଟର, ଋଷିକୁଲ୍ୟା ନଦୀ ଉପରେ 457 ମିଟର, ବଂଶଧାରା ନଦୀ ଉପରେ 410 ମିଟର, ଏବଂ କୁଆଖାଇ ନଦୀ ଉପରେ 822 ମିଟର ଦୀର୍ଘର ବଡ ସେତୁ ନିର୍ମାଣ ହେବ । ଏହା ସହ 86 ମେଜର ବ୍ରିଜ ଏବଂ 847 ଟି ନିର୍ମାଣ ହେବାକୁ ଥିବା ମାଇନର୍ ବ୍ରିଜର ନିର୍ମାଣ କାମ ଆରମ୍ଭ ହେବ । ଏହା ଫଳରେ ବିଶେଷ କରି ଓଡିଶାର ଏହି ସବୁ ଅଞ୍ଚଳରେ ଶିଳ୍ପ ଗୁଡିକ ବିଶେଷ ଉପକୃତ ହେବେ ବୋଲି କହିଛନ୍ତି ଡିଭିଜନାଲ ରେଳ ପରିଚାଳକ ସୌରଭ ପ୍ରସାଦ । ''

''ଓଡ଼ିଶାର ତାଲଚେର ଠାରୁ ଆରମ୍ଭ କରି ପାରାଦ୍ୱୀପ ଏବଂ ଗୋପାଳପୁର ବନ୍ଦରରୁ ଇସ୍ପାତ କାରଖାନା ପର୍ଯ୍ୟନ୍ତ ସମସ୍ତ ରେଳ ମାର୍ଗ ଦେଇ ଦକ୍ଷିଣ ଭାରତକୁ ସୁଲଭ ଏବଂ ସହଜରେ ଘରୋଇ କୋଇଲା ରପ୍ତାନି ହୋଇପାରିବ । ଏପରିକି ପାରାଦ୍ୱୀପ ବନ୍ଦରରୁ କ୍ଲିଙ୍କର୍, ପୋଷା କୋକ୍ ଭଳି କଞ୍ଚାମାଲ ସିମେଣ୍ଟ ପ୍ଲାଣ୍ଟକୁ ପରିବହନ ହୋଇପାରିବ । କେବଳ ସେତିକି ନୁହଁ ଆନ୍ଧ୍ରପ୍ରଦେଶର ବିଶାଖାପାଟନମ୍ ଏବଂ ଗଙ୍ଗାଭାରାମ ବନ୍ଦରରୁ ଓଡିଶାର ଇସ୍ପାତ କାରଖାନାକୁ କୋଇଲା ପରିବହନ ମଧ୍ୟ ସୁଗମ ହୋଇ ପାରିବ । ଏହି ତୃତୀୟ ଲାଇନ କାମ ସଂପୂର୍ଣ୍ଣ ହେଲେ ଯାତ୍ରୀମାନଙ୍କ ପାଇଁ ରେଳବାଇ ଓଡ଼ିଶା ଆନ୍ଧ୍ରପ୍ରଦେଶ ରୁଟରେ ଅଧିକ ଟ୍ରେନ୍ ଚଳାଚଳ କରିବ ବୋଲି କହିଛନ୍ତି ବିଶାଖାପାଟଣା ଡିଭିଜନାଲ ରେଳ ପରିଚାଳକ ସୌରଭ ପ୍ରସାଦ । ''

ଇଟିଭି ଭାରତ, ରାୟଗଡା

Last Updated : Aug 17, 2023, 9:16 AM IST

ABOUT THE AUTHOR

...view details