ଓଡିଶା

odisha

ETV Bharat / state

ବିଏସଏଫ ଅତିରିକ୍ତ ଡିଜିଙ୍କ ଦିନିକିଆ ରାୟଗଡ଼ା ଗସ୍ତ, ମାଓବାଦୀ ଦମନ ନେଇ ବିଶେଷ ଆଲୋଚନା - BSF Additional DG visit

ଦିନିକିଆ ରାୟଗଡା ଜିଲ୍ଲା ଗସ୍ତରେ ରହିଛନ୍ତି ବିଏସଏଫ ଅତିରିକ୍ତ ଡିଜି । ପୋଲିସର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ବିଏସଏଫ ଅତିରିକ୍ତ ଡିଜି । ଅଧିକ ପଢ଼ନ୍ତୁ...

ବିଏସଏଫ ଅତିରିକ୍ତ ଡିଜିଙ୍କ ଦିନିକିଆ ରାୟଗଡ଼ା ଗସ୍ତ
ବିଏସଏଫ ଅତିରିକ୍ତ ଡିଜିଙ୍କ ଦିନିକିଆ ରାୟଗଡ଼ା ଗସ୍ତ

By

Published : Oct 27, 2021, 10:12 PM IST

Updated : Oct 27, 2021, 10:32 PM IST

ରାୟଗଡ଼ା: ବିଏସଏଫ ଅତିରିକ୍ତ ଡିଜି ପି. ଭି ରାମଶାସ୍ତ୍ରି ଆଜି ଦିନିକିଆ ରାୟଗଡା ଜିଲ୍ଲା ଗସ୍ତରେ ଆସି ଫେରିଛନ୍ତି । ଏକ ସ୍ବତନ୍ତ୍ର ବିଏସଏଫ ହେଲିକପ୍ଟର ଯୋଗେ ଆସି ଜେକେପୁରସ୍ଥିତ ପୋଲିସ ରିଜର୍ଭ ପଡିଆରେ ପହଞ୍ଚିଥିଲେ ବିଏସଏଫ ଅତିରିକ୍ତ ଡିଜି । ସେଠାରୁ ସିଧା ରାୟଗଡାସ୍ଥିତ ବିଏସଏଫ ୬୮ ନମ୍ବର ବାଟାଲିୟନ ମୁଖ୍ୟାଳୟ ଆସି ବିଭିନ୍ନ ଦିଗ ଉପରେ ଅନୁଧ୍ୟାନ କରିଛନ୍ତି ।

ବିଏସଏଫ ଅତିରିକ୍ତ ଡିଜିଙ୍କ ଦିନିକିଆ ରାୟଗଡ଼ା ଗସ୍ତ, ମାଓବାଦୀ ଦମନ ନେଇ ବିଶେଷ ଆଲୋଚନା

ପୋଲିସର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ବିଏସଏଫ ଅତିରିକ୍ତ ଡିଜି । ମୁଖ୍ୟତଃ ମାଓବାଦୀ ଦମନ ନେଇ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା । ପୋଲିସ ଓ ବିଏସଏଫ ମଧ୍ୟରେ ସମନ୍ୱୟ ରକ୍ଷା କରି କିଭଳି ମାଓବାଦୀଙ୍କ ବିରୋଧରେ ଅପରେସନ ଠିକ୍‌ ଭାବେ ଆଗେଇବ ତାହାରି ଉପରେ ବିଶେଷ ଆଲୋଚନା କରିଥିଲେ ଅତିରିକ୍ତ ଡିଜି ।

ବିଏସଏଫ ଅତିରିକ୍ତ ଡିଜିଙ୍କ ଦିନିକିଆ ରାୟଗଡ଼ା ଗସ୍ତ

ଏହା ବ୍ୟତୀତ ବିଏସଏଫ ପକ୍ଷରୁ ଏକ ନୂତନ କ୍ୟାମ୍ପ ପ୍ରତିଷ୍ଠା ନେଇ ସ୍ଥାନ ନିରୂପଣ ହୋଇଥିବା ଜଣାପଡିଛି । ଏହି ବୈଠକରେ ରାୟଗଡା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା ଯୋଗଦେଇ ନୂତନ କ୍ୟାମ୍ପ ପ୍ରତିଷ୍ଠା ସାଙ୍ଗକୁ ମାଓବାଦୀ ଦମନ ନେଇ ସବିଶେଷ ଆଲୋଚନା କରିଥିଲେ ।

ରାୟଗଡ଼ାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

Last Updated : Oct 27, 2021, 10:32 PM IST

ABOUT THE AUTHOR

...view details