ଓଡିଶା

odisha

ETV Bharat / state

ଅଶାନ୍ତ ରାୟଗଡ଼ା, ବିଚ୍ ରାସ୍ତାରେ ଯୁବକଙ୍କୁ ଛୁରି ଭୁଶି ହତ୍ୟା - stab the young man in Rayagada

Youth Murder In Rayagada: ରାୟଗଡ଼ା ସହରର ଚାଞ୍ଚଲ୍ୟ । ଦିନ ଦିପହରେ ଯୁବକଙ୍କୁ ଛୁରୀ ଭୁଶି ହତ୍ୟା କଲେ ଦୁର୍ବୃତ୍ତ । ପୋଲିସର ଛାନଭିନ ଆରମ୍ଭ । ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ଅଧିକ ପଢନ୍ତୁ

ଅଶାନ୍ତ ରାୟଗଡ଼ା, ବିଚ୍ ରାସ୍ତାରେ ଯୁବକଙ୍କୁ ଛୁରାମାଡ଼ କଲେ ଦୁବୃତ୍ତ
ଅଶାନ୍ତ ରାୟଗଡ଼ା, ବିଚ୍ ରାସ୍ତାରେ ଯୁବକଙ୍କୁ ଛୁରାମାଡ଼ କଲେ ଦୁବୃତ୍ତ

By ETV Bharat Odisha Team

Published : Dec 16, 2023, 7:35 AM IST

ଅଶାନ୍ତ ରାୟଗଡ଼ା, ବିଚ୍ ରାସ୍ତାରେ ଯୁବକଙ୍କୁ ଛୁରାମାଡ଼ କଲେ ଦୁବୃତ୍ତ

ରାୟଗଡ଼ା:ରାୟଗଡ଼ା ସହରର ଜନଗହଳିପୂର୍ଣ୍ଣ ସ୍ଥାନରେ ଯୁବକଙ୍କୁ ଛୁରୀ ଭୁଶି ହତ୍ୟା । ଶୁକ୍ରବାର ସକାଳ ସମୟରେ ବିଚ୍ ରାସ୍ତା ଉପରେ ହତ୍ୟା କରିଛନ୍ତି ଦୁର୍ବୃତ୍ତ । ସହରରେ ଦିନକୁ ଦିନ ଚୋରି ଓ ରାହାଜାନୀ ପୋଲିସର ମୁଣ୍ଡବ୍ୟଥାର କାରଣ ପାଲଟିଥିବା ବେଳେ ଯୁବକଙ୍କ ଛୁରୀ ଭୁଶି ହତ୍ୟା ଘଟଣାରେ ସହରରେ ଭୟର ବାତାବରଣ ସୃଷ୍ଟି କରିଛି । ହତ୍ୟା କରିବା ପରେ ୩ ଦୁର୍ବୃତ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ମୃତକ ଜଣକ ହେଉଛନ୍ତି ପ୍ରମୋଦ କିଲାକା (୨୧) । ନିଜ ମାମୁଁ ଝିଅ ଭଉଣୀଙ୍କୁ ସ୍କୁଟିରେ ନେଇ ସ୍କୁଲରୁ ଫେରିବା ସମୟରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ ପ୍ରମୋଦ ହେଉଛନ୍ତି ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ପୁଆଲାଙ୍କ ଭଣଜା । ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି ।

ତେବେ ଏହି ଘଟଣାକୁ ପୋଲିସ ଗୁରୁତର ସହିତ ନେଇଥିବା ବେଳେ ପୋଲିସର 4 ଟି ସ୍ଵତନ୍ତ୍ର ଟିମ୍ ଗଠନ କରିଛି । ପୋଲିସ ସହର ତଥା ଏହାର ଆଖପାଖ ଅଞ୍ଚଳରେ ଚଢାଉ ଆରମ୍ଭ କରିଛି । ନିଜେ ଏସପି ବିବେକାନନ୍ଦ ଶର୍ମାଙ୍କ ଏହି ଘଟଣାକୁ ମନିଟରିଙ୍ଗ କରୁଥିବା ସୂଚନା ମିଳିଛି । ତେବେ ପୋଲିସର ଏକ ଟିମ ରାୟଗଡ଼ା ସହର ଉପକଣ୍ଠସ୍ଥ ସହରତଳି ଅଞ୍ଚଳରୁ ୨ ଜଣଙ୍କୁ ଧରି ଅଟକ ରଖିଥିବା ଜଣାପଡିଛି । ତେବେ ବର୍ତ୍ତମାନ ତଦନ୍ତ ଚାଲିଥିବାରୁ ଘଟଣା ବିଷୟରେ ମୁହଁ ଖୋଲୁନାହିଁ ପୋଲିସ ।

ସୂଚନାଯୋଗ୍ୟ ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଯୁକ୍ତ ତିନି ଶେଷ ବର୍ଷରେ ପଢ଼ୁଥିବା ପ୍ରମୋଦ କିଲାକା ସକାଳୁ ୫ ବର୍ଷୀୟ ମାମୁଁ ଝିଅ ଭଉଣୀକୁ ସ୍କୁଲରୁ ନେଇ ମାମୁଁ ଘରକୁ ଫେରୁଥିଲେ । ସେହି ସମୟରେ ଗୌତମ ନଗର ଠାରେ ୩ ଜଣ ଦୁର୍ବୃତ ତାଙ୍କୁ ଅଟକାଇଥିଲେ । ପରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏହାପରେ ତିନି ଜଣ ଧରିଥିବା ଛୁରୀ ବାହାର କରି ପ୍ରମୋଦଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ । ତାଙ୍କ ଛାତିରେ ଭୁଶି ହତ୍ୟା କରିଥିଲା । ହତ୍ୟା କରିବା ପରେ ତୁରନ୍ତ ସେମାନେ ସେଠାରୁ ଫେରାର ହୋଇଯାଇଥିବା କିଛି ସ୍ଥାନୀୟ ଲୋକେ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ.....ତୁ ମରି ଗଲେ ମୁଁ ପ୍ରଥମ ସ୍ତ୍ରୀ ପାଖକୁ ପଳାଇବି, ସ୍ତ୍ରୀ ଆତ୍ମହତ୍ୟାର ଭିଡିଓ ରେକର୍ଡିଂ କଲା ସ୍ବାମୀ

ଏହାପରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହାପରେ ପରେ ପୋଲିସ ମୃତଦେହକୁ ପରିବାରକୁ ହସ୍ତାନ୍ତର କରିଛି । ଘଟଣା ପରେ ଏସପି ବିବେକାନନ୍ଦ ଶର୍ମାଙ୍କ ଠାରୁ ଆରମ୍ଭ କରି ଅତିରିକ୍ତ ଏସପି ବିଷ୍ଣୁ ପ୍ରସାଦ ପାତ୍ର, ଅସିତ୍ ମହାନ୍ତି, ଏସଡିପିଓ ରଶ୍ମୀରଞ୍ଜନ ସେନାପତି, ଆଇଆଇସି କେକେବିକେ କହଁର ଓ ସମସ୍ତ ବରିଷ୍ଠ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଥିଲେ । ଘଟଣାସ୍ଥଳରେ ଥିବା ବିଭିନ୍ନ ଘରର ସିସିଟିଭି ଅନୁଧ୍ୟାନ କରିଥିଲା ପୋଲିସ । ତେବେ ଘଟଣାର ସମ୍ପୂର୍ଣ୍ଣ ତଦନ୍ତ ପରେ ହତ୍ୟାର ପ୍ରକୃତ ରହସ୍ୟ ଉନ୍ମୋଚନ ହେବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି ।

ଇଟିଭି ଭାରତ, ରାୟଗଡ଼ା

ABOUT THE AUTHOR

...view details