ଓଡିଶା

odisha

ETV Bharat / state

ଇ-ବଜାରରେ ମିଳିବ ରାୟଗଡା ଫୁଲ ଝାଡୁ, 3 ବର୍ଷ ହେବ ଉପଯୋଗୀ - ଆମାଜନରେ ଫୁଲ ଝାଡୁ

ଘର କୋଣରେ ରହୁଥିବା ଝାଡୁ..ଆଜି କେବଳ ଆଦିବାସୀଙ୍କୁ ସ୍ବାବଲମ୍ବୀ କରିନି । ବରଂ ସ୍ବଦେଶୀ ସାମଗ୍ରୀ ବ୍ୟବହାରକୁ ପ୍ରୋତ୍ସାହିତ କରୁଛି । ଏହାର ବିକାଶ ଓ ସଠିକ ମାର୍କେଟିଂ ହେଲେ ଏହା ରାଜ୍ୟ, ଦେଶ ଓ ବିଦେଶର ପ୍ରତିଟି ଘରେ ପାଇବ ଶୋଭା ।

ଇ-ବଜାରରେ ମିଳିବ ରାୟଗଡା ଫୁଲ ଝାଡୁ, 3 ବର୍ଷ ହେବ ଉପଯୋଗୀ
ଇ-ବଜାରରେ ମିଳିବ ରାୟଗଡା ଫୁଲ ଝାଡୁ, 3 ବର୍ଷ ହେବ ଉପଯୋଗୀ

By

Published : Mar 31, 2021, 4:55 PM IST

ରାୟଗଡା: ଘର, ଘରଟିଏ ଭଳି ଲାଗେନି ଝାଡୁ ବିନା । ସକାଳ ପାହିଲେ , ସଞ୍ଜ ନଇଁଲେ ଦରକାର ହୁଏ ଝାଡୁ । ସେ ଧନୀ ହେଉ କି ଗରିବ, ସମସ୍ତ ଘର ପରିବାର ପାଇଁ ଅତିବଶ୍ୟକ ଖଣ୍ଡିଏ ଝାଡୁ । ବିଜ୍ଞାନର ପ୍ରଗତି ସତ୍ତ୍ବେ ସ୍ବଚ୍ଛତା ସୁନ୍ଦରତାର ପ୍ରତୀକ ‘ଝାଡୁ’ । ଗୃହିଣୀଙ୍କୁ ସମ୍ପୂର୍ଣ୍ଣ କରୁଥିବା ଏଇ ଝାଡୁ ଆଜି ତାଙ୍କୁ ଦେଉଛି ରୋଜଗାର । କେବଳ ରୋଜଗାର ନୁହେଁ, ଦେବ ବିଶ୍ବ ବଜାରରେ ସ୍ବତନ୍ତ୍ର ପରିଚୟ । ରାୟଗଡାର ଫୁଲଝାଡୁ । ଏବେ ମିଳିବ ବିଶ୍ବର ପ୍ରମୁଖ ଇକମର୍ସ ପ୍ଲାର୍ଟଫର୍ମ ଆମାଜନରେ । ଠିକ ବୁଝିଲେ...ଏବେ ଆପଣ ବିଶ୍ବ ଯେଉଁଠି ବି ଥାଆନ୍ତୁ , ଗୋଟିଏ କ୍ଲିକରେ ପାଇବେ ଜଙ୍ଗଲୀ ଦେଶୀ ଫୁଲ ଝାଡୁ । ଏନେଇ ଆମାଜନ ସହ ଅନୁବନ୍ଧିତ କରି ସମସ୍ତ ବ୍ୟବସ୍ଥା କରିଛି ଜିଲ୍ଲା ପ୍ରଶାସନ । ଆସନ୍ତା ୩ ମାସ ଭିତରେ ବାରକୋଡ଼ ପ୍ରକ୍ରିୟା ଶେଷ ହେଲେ ଇ-ବଜାରକୁ ଏଣ୍ଟ୍ରି ମାରିବ ରାୟଗଡା ଫୁଲ ଝାଡୁ ।

ଇ-ବଜାରରେ ମିଳିବ ରାୟଗଡା ଫୁଲ ଝାଡୁ, 3 ବର୍ଷ ହେବ ଉପଯୋଗୀ

ଆମ ରାଜ୍ୟର କୋରୋପୁଟ, କଳାହାଣ୍ଡି, ମାଲକାନଗିରି ଓ ରାୟଗଡା ଭଳି ଜଙ୍ଗଲ ପ୍ରବଣ-ଆଦିବାସୀ ଅଧ୍ୟୁଷିତ ଜିଲ୍ଲାଗୁଡିରେ ଫୁଲଝାଡୁ ଅଧିକ ଉତ୍ପାଦନ ହୁଏ । ଆଉ ଏହାକୁ ଜଙ୍ଗଲରୁ ସଂଗ୍ରହ କରି ଶୁଖାଇ ଚୋପାଛଡାଇ ଖୁଚୁରା ବଜାରରେ ବିକ୍ରି କରନ୍ତି ଗ୍ରାମୀଣ ମହିଳା । କିନ୍ତୁ ଏମାନେ ନିରକ୍ଷର ଓ ଅଜ୍ଞାନ ସହ ଉପଯୁକ୍ତ ବଜାର ଅଭାବ କାରଣରୁ ଏହାକୁ ଶାଗମାଛ ଦରରେ ଦେଇଥାନ୍ତି । ହେଲେ ଏବେ ପ୍ରଶାସନର ହସ୍ତକ୍ଷେପ ପରେ ଆଦିବାସୀ ମହିଳା ସ୍ବାବଲମ୍ବୀ ସହ ସେମାନଙ୍କ ସଂଗୃହିତ ଝାଡ଼ୁ ବିକ୍ରି ବଢୁଛି ।

ରାୟଗଡାର ଏହି ଝାଡୁ, ବଜାରରେ ମିଳୁଥିବା ଅନ୍ୟ ଝାଡୁ ଠାରୁ ବହୁ ଗୁଣରେ ଭଲ । ପାହାଡରୁ ସଂଗ୍ରହ ହେଉଥିବା ଏହି ଝାଡୁକୁ ‘hill broom’ କୁହାଯାଏ । ଏବେ ଆପଣ ଯାହା ବ୍ୟବହାର କରନ୍ତି, ସେସବୁ ପ୍ରାୟତଃ ଝରଣା , ଜଳାଶୟ କୂଳରେ ହେଉଥିବା ଆସାମ ଝାଡୁ । ଏହା 2ରୁ 3 ମାସ ବ୍ୟବହାର କଲେ ନଷ୍ଟ ହୋଇଯାଏ , କିନ୍ତୁ ରାୟଗଡା ଝାଡୁ ଦୀର୍ଘସ୍ଥାୟୀ.. 2 ରୁ 3 ବର୍ଷ ଯାଏଁ ଉପଯୋଗୀ ରୁହେ.. ଏଣୁ ଏହାର ଚାହିଦା ଆକଶଛୁଆଁ । ଏଥିଲାଗୁଁ ଗ୍ରାମୀଣ ମହିଳାଙ୍କୁ ତାଲିମ ଦେଇ ସେମାନଙ୍କୁ ଝାଡ଼ୁ ପ୍ରସ୍ତୁତି ଓ ବଜାରିକରଣ ଶିଖାଇବାକୁ ଅଣ୍ଟା ଭିଡିଛି ପ୍ରଶାସନ ।

ଘର କୋଣରେ ରହୁଥିବା ଝାଡୁ ..ଆଜି କେବଳ ଆଦିବାସୀଙ୍କୁ ସ୍ବାବଲମ୍ବୀ କରିନି । ବରଂ ସ୍ବଦେଶୀ ସାମଗ୍ରୀ ବ୍ୟବହାରକୁ ପ୍ରୋତ୍ସାହିତ କରୁଛି । ଏହାର ବିକାଶ ଓ ସଠିକ ମାର୍କେଟିଂ ହେଲେ ଏହା ରାଜ୍ୟ, ଦେଶ ଓ ବିଦେଶର ପ୍ରତିଟି ଘରେ ପାଇବ ଶୋଭା ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ABOUT THE AUTHOR

...view details