ରାୟଗଡା:ଲାଞ୍ଚ କାରବାର ଭିଡିଓ ଭାଇରଲ୍ ଘଟଣା । ନିଲମ୍ବିତ ହେଲେ ରାୟଗଡା ଅବକାରୀ ଅଧୀକ୍ଷକ । ବହୁ ବାଦବିବାଦ ପରେ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ଶେଷରେ ବିବାଦୀୟ ଅବକାରୀ ଅଧୀକ୍ଷକ ପ୍ରସନ୍ନ କୁମାର ନାୟକଙ୍କୁ ସରକାର ନିଲମ୍ବିତ କରିଛନ୍ତି । ଏହା ସହ ତୁରନ୍ତ ଅବକାରୀ କମିଶନରଙ୍କ କାର୍ଯ୍ୟାଳୟ କଟକରେ ଯୋଗ ଦେବା ପାଇଁ ଅବକାରୀ ବିଭାଗ ନିର୍ଦ୍ଦେଶ ଦେଇଛି । ଏନେଇ ପ୍ରଥମେ ଇଟିଭି ଭାରତରେ ଖବର ପ୍ରସାରଣ ହୋଇଥିଲା ।
ଲାଞ୍ଚ କାରବାର ଭିଡିଓ ଭାଇରଲ୍ ଘଟଣାରେ ନିଲମ୍ବିତ ହେଲେ ଅବକାରୀ ଅଧିକ୍ଷକ ରାୟଗଡା ଜିଲ୍ଲା ଗୁଣପୁରର ଏକ ହୋଟେଲ ରେ ଅବକାରୀ ଅଧିକ୍ଷକ ପ୍ରସନ୍ନ କୁମାର ନାୟକ ଓ କନେଷ୍ଟବଳ ସୁଶାନ୍ତ ପାତ୍ର ଜଣେ ମଦ ବ୍ୟବସାୟୀଙ୍କ ସହ ଟଙ୍କା ନେଣଦେଣ କରିବା ଘଟଣା ଗତ ମାସ ୧୬ ତାରିଖରେ ଭାଇରାଲ୍ ହୋଇଥିଲା । ଅବକାରୀ ବିଭାଗ ଅଧୀକ୍ଷକ ପ୍ରସନ୍ନ ନାୟକ କିପରି ଜଣେ ମଦ ଦୋକାନ କର୍ମଚାରୀଙ୍କୁ ଟଙ୍କା ମାଗୁଥିଲେ ତାର ଭିଡିଓ ସାମାଜିକ ଗଣମାଧ୍ୟମରେ ଘୁରିବୁଲିଥିଲା । ତେବେ ଏନେଇ କମିଶନର ଆଶିଷ ସିଂଙ୍କ ନିକଟରେ ଅଭିଯୋଗ ହେବା ପରେ ଘଟଣାର ତଦନ୍ତ କରି ରିପୋର୍ଟ ଦାଖଲ କରିବା ପାଇଁ ରାୟଗଡା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଦେଇଥିଲେ । ତେବେ ନିର୍ଦେଶ ପ୍ରକାରେ ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନଙ୍କୁ ତଦନ୍ତଭାର ପ୍ରଦାନ କରିଥିଲେ । ତେବେ ରାୟଗଡା ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ ଗୁଣପୁର ସ୍ଥିତ ହୋଟଲକୁ ଯାଇ ତଦାରଖ କରିବା ସହ ସମସ୍ତ ଭିଡିଓ ଫୁଟେଜକୁ ତଦନ୍ତ କରିଥିଲେ ।
ଲାଞ୍ଚ କାରବାର ଭିଡିଓ ଭାଇରଲ୍ ଘଟଣାରେ ନିଲମ୍ବିତ ହେଲେ ଅବକାରୀ ଅଧିକ୍ଷକ ଏହାପରେ ଏନେଇ ଏକ ରିପୋର୍ଟ ଜିଲ୍ଲାପାଳଙ୍କୁ ହସ୍ତାନ୍ତର କରିବା ପରେ ଏକ ବନ୍ଦ ଲଫାପାରେ ତଦନ୍ତ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କାରାଯାଇଥିଲା । ତେବେ ତଦନ୍ତର ରିପୋର୍ଟ ସଂପୂର୍ଣ୍ଣ ଭାବେ ଅବକାରୀ ଅଧିକ୍ଷକ ପ୍ରସନ୍ନ କୁମାର ନାୟକଙ୍କ ବିରୋଧରେ ଯିବା ପରେ ସରକାର ତାଙ୍କ ପ୍ରତି କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ତେବେ ଖାଲି ବଦଳି ନା ଅଧିକାରୀଙ୍କ ପ୍ରତି ଟଙ୍କା ନେଣଦେଣ ଘଟଣାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସେନେଇ ସ୍ପଷ୍ଟ ଜଣାପଡିନଥିବା ବେଳେ ରାୟଗଡା ଜିଲ୍ଲାପାଳ ସରୋଜ କୁମାର ମିଶ୍ର ନିଲମ୍ବନ ଆଦେଶକୁ ସ୍ଵୀକାର କରିଛନ୍ତି ।
ଲାଞ୍ଚ କାରବାର ଭିଡିଓ ଭାଇରଲ୍ ଘଟଣାରେ ନିଲମ୍ବିତ ହେଲେ ଅବକାରୀ ଅଧିକ୍ଷକ ଗତ ୧୬ ତାରିଖରେ ସାମାଜିକ ଗଣମାଧ୍ୟମରେ ଟଙ୍କା ନେଣଦେଣର ଭିଡିଓ ଭାଇରାଲ୍ ହେବା ସହ ଗଞ୍ଜାମ ଜିଲ୍ଲାର ପାତ୍ରପୁର ଅଞ୍ଚଳରେ କାର୍ଯ୍ୟ କରୁଥିବା ବେଳେ ଅବକାରୀ ଅଧିକ୍ଷକ କିପରି ଦୋକାନ ପିଛା ୧୫ ହଜାର ଟଙ୍କା ଆଦାୟ କରିଥିଲେ ତାହା ବର୍ଣ୍ଣନା କରିଥିବା ବେଳେ ରାୟଗଡା ଜିଲ୍ଲାରେ ଟଙ୍କା ଆଦାୟ ହେବାରେ କଷ୍ଟ ହେଉଛି ବୋଲି କହିଥିଲେ । ସେହିପରି ଯେଉଁ ଅଧିକାରୀ ମଦ ବ୍ୟବସାୟୀଙ୍କୁ ହଇରାଣ କରୁଥିଲେ ସେମାନଙ୍କୁ ପୂର୍ବରୁ ଖୁସି କରାଯାଉଥିଲା ବୋଲି ଭିଡିଓରେ ପ୍ରକାଶ କରିଥିଲେ । ସେହିପରି ଅବକାରୀ ଅଧିକ୍ଷକ ପ୍ରସନ୍ନ ନାୟକ ଜଣେ କନେଷ୍ଟବଳଙ୍କୁ ଢାଲ କରି ସମଗ୍ର ଜିଲ୍ଲାରେ କିପରି ମଦ ବ୍ୟବସାୟୀଙ୍କ ଠାରୁ କିପରି ଟଙ୍କା ଆଦାୟ କରାଯାଇପାରିବ ତାହା ଉକ୍ତ ଭାଇରାଲ୍ ଭିଡିଓରୁ ପ୍ରମାଣିତ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ସରକାର କନେଷ୍ଟବଳ ସୁଶାନ୍ତ କୁମାର ପାତ୍ରଙ୍କୁ ନିଲମ୍ବିତ କରିଥିଲେ ।
ଅନ୍ୟପଟେ ରାୟଗଡା ଜିଲ୍ଲାରେ ନୂତନ ମଦ ଦୋକାନ ଖୋଲିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଗତ ଏପ୍ରିଲ୍ ୮ ତାରିଖ ଦିନ ଲୋଟେରୀ ମାଧ୍ୟମରେ ଲାଇସେନ୍ସ ପ୍ରଦାନ କରାଯାଇଥିଲା । ତେବେ ଲୋଟେରୀ ଉଠାଣର ଠିକ୍ ୫ ରୁ ୬ ଦିନ ପରେ ଅବକାରୀ ଅଧୀକ୍ଷକ ପ୍ରସନ୍ନ କୁମାର ନାୟକ କନେଷ୍ଟବଳ ବା ତାଙ୍କ ଖାସ୍ କର୍ମଚାରୀ କୁହାଯାଉଥିବା ସୁଶାନ୍ତ ପାତ୍ରଙ୍କୁ ନେଇ ଗୁଣପୁର ଗସ୍ତ କରିଥିଲେ । ତେବେ କୁହାଯାଉଛି ନୂତନ ମଦ ନୀତି ପରେ ରାୟଗଡା ଜିଲ୍ଲାରେ ୩୧ ଟି ଦୋକାନ ଖୋଲିବା ପାଇଁ ଅନୁମତି ମିଳିବା ପରେ ଦୋକାନୀ ମାଲିକଙ୍କ ଠାରୁ ମଧ୍ୟ ଏହି ଦୁଇ କରିତକର୍ମା ଲକ୍ଷାଧିକ ଟଙ୍କା ଚାନ୍ଦା ଆକାରରେ ଆଦାୟ କରିଛନ୍ତି ।
ସେହିପରି ଜିଲ୍ଲାର କେଉଁ ସ୍ଥାନରେ ବାର୍ ଖୋଲାଯିବ ଏବଂ ବାର୍ ପାଇଁ ଅନୁମତି ଦେବାରେ ମଧ୍ୟ ଅବକାରୀ ଅଧୀକ୍ଷକ ମାଲିକ ମାନଙ୍କୁ ଅତ୍ୟଧିକ ଅନୁକମ୍ପା ଦେଖାଇଥିବା ଅଭିଯୋଗ ହୋଇଥିଲା । ଏନେଇ ସୋସାଇଟି ଫର୍ ଫାଷ୍ଟ ଜଷ୍ଟିସ୍ ଅନୁଷ୍ଠାନ ତରଫରୁ ରାୟଗଡା ଏସପିଙ୍କୁ ତଦନ୍ତ ପାଇଁ ଦାବି ପତ୍ର ପ୍ରଦାନ କରାଯାଇଥିଲା । ତେବେ ସମସ୍ତ ଘଟଣାକୁ ଅନୁଧ୍ୟାନ କରି ଅଧୀକ୍ଷକ ପ୍ରସନ୍ନ କୁମାର ନାୟକଙ୍କ ବିରୋଧରେ ସରକାର କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ।
ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ