ଓଡିଶା

odisha

By

Published : Mar 2, 2021, 8:35 AM IST

ETV Bharat / state

ବଡି ବିଲଡିଂ ପ୍ରତିଯୋଗିତା, ରାୟଗଡାର ନିରୋଜ ଚମ୍ପିୟାନ୍

ଅବିଭକ୍ତ କୋରାପୁଟ ଜିଲ୍ଲା ବଡି ବିଲଡିଂ ପ୍ରତିଯୋଗିତାରେ ରାୟଗଡା ନିରୋଜ ଚମ୍ପିୟାନ ହୋଇଛି । ଅଧିକ ପଢନ୍ତୁ...

ବଡି ବିଲଡିଙ୍ଗ୍ ପ୍ରତିଯୋଗିତା
ବଡି ବିଲଡିଙ୍ଗ୍ ପ୍ରତିଯୋଗିତା

ରାୟଗଡା: ଅବିଭକ୍ତ କୋରାପୁଟ ଜିଲ୍ଲା ବଡି ବିଲଡିଂ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ପ୍ରତିଯୋଗିତାର ରାୟଗଡାର ନିରୋଜ ଚମ୍ପିୟାନ ହୋଇଛନ୍ତି ।

ବଡି ବିଲଡିଙ୍ଗ୍ ପ୍ରତିଯୋଗିତା

ଅବିଭକ୍ତ କୋରାପୁଟ ଜିଲ୍ଲାର 20ଜଣ ପ୍ରତିଯୋଗିତାଙ୍କୁ ପଛରେ ପକାଇ ରାୟଗଡା ନିରୋଜ ପାଢୀ ମିଷ୍ଟର ବଡି ବିଲଡିଂ ଚମ୍ପିୟାନ ହୋଇଛି । ରବିବାର ସନ୍ଧ୍ୟାରେ ରାୟଗଡା ସହରର ତେଜସ୍ବୀ ହୋଟେଲ ସାମ୍ନାରେ ଥିବା ପଡିଆରେ ନାୟକ ଫିଟନେସ୍ ପାର୍କ ପକ୍ଷରୁ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ପ୍ରତିଯୋଗିତାରେ ଚାରିଟି ଜିଲ୍ଲାର ପ୍ରତିଯୋଗୀ ଅଶଂଗ୍ରହଣ କରିଥିଲେ ।

ରାୟଗଡା ସହରରେ ପ୍ରଥମ ଥର ପାଇଁ ଏହି ପ୍ରତିଯୋଗିତା ହୋଇଥିବା ବେଳେ ବିଜୟୀ ମିଷ୍ଟର ବଡିବିଲଡର୍ ନିରୋଜଙ୍କୁ ୧୦ ହଜାର ଟଙ୍କା ସହ ମାନପତ୍ର ପ୍ରଦାନ କରାଯାଇଛି । ସେହିପରି ଅନ୍ୟ ପ୍ରତିଯୋଗିଙ୍କୁ ମଧ୍ୟ ଆୟୋଜକଙ୍କ ପକ୍ଷରୁ ମାନପତ୍ର ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ଏନ୍.ଭାସ୍କର ରାଓ,ଏସପି ବିବେକାନନ୍ଦ ଶର୍ମା ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ପୁଆଲା ପ୍ରମୁଖ ଯୋଗ ଦେଇଥିଲେ ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ABOUT THE AUTHOR

...view details