ରାୟଗଡା:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବଧୀନ ସରକାର ଚାଷୀଙ୍କ ଆୟ ଦ୍ବିଗୁଣା କରିବାକୁ ଚେଷ୍ଟା ଜାରି ରଖିଛନ୍ତି । ଏହି ଲକ୍ଷ୍ୟରେ 3ଟି କୃଷି ଆଇନ ଅଣାଯାଇଛି । ଆଉ ଏହି ନେଇ ଅସନ୍ତୁଷ୍ଟି ପ୍ରକାଶ କରୁଥିବା ଚାଷୀଙ୍କୁ ସମସ୍ତ ଆଇନ ସମ୍ପର୍କରେ ବିସ୍ତୃତ ଭାବେ ବୁଝାଇବ ବିଜେପି । ଏନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛି ରାୟଗଡା ବିଜେପି ।
ବୁଧବାର ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ ସରୋଜ ସାହୁ କହିଛନ୍ତି ଯେ, ଚାଷୀଙ୍କ ସ୍ବାର୍ଥ ରକ୍ଷା ପାଇଁ ବିଜେପି ଆପ୍ରାଣ ଉଦ୍ୟମ କରିବ । ଏହି ଅବସରରେ ସେ MSP ଜାରିରହିବ, କଣ୍ଟାକ୍ଟ ଫାର୍ମିଙ୍ଗରେ ଜମି ଯିବନାହିଁ ବୋଲି କହିବା ସହ କେନ୍ଦ୍ରସରକାର ଚାଷୀଙ୍କ ପାଇଁ ସଏଲ ହେଲଥ କାର୍ଡ,କିଷାନ ନିଧି ଯୋଜନା, ପିଏମ୍ ଫସଲ ବୀମା ଯୋଜନା ଆଦି କରାଯାଇଥିବା ସୂଚନା ଦେଇଛନ୍ତି।