ଓଡିଶା

odisha

ETV Bharat / state

ନାଗରିକତା ସଂଶୋଧନ ଆଇନକୁ ନେଇ ବିଜେପିର ବୁଦ୍ଧିଜୀବୀ ସମ୍ମିଳନୀ

ନାଗରିକତା ସଂଶୋଧନ ଅଧିନିୟମ (CAA)କୁ ଲାଗୁ କରିବା ପରେ ଏହି ଅଧିନିୟମକୁ ଲୋକଙ୍କ ପାଖରେ ପହଞ୍ଚିବା ଲକ୍ଷ୍ୟ ସାରା ଦେଶରେ ଦଳ ପକ୍ଷରୁ ପ୍ରଚେଷ୍ଟା ଆରମ୍ଭ କରାଯାଇଛି। ଅଧିକ ପଢନ୍ତୁ...

bjp samilini
ନାଗରିକତା ସଂଶୋଧନ ଆଇନକୁ ନେଇ ବିଜେପିର ବୁଦ୍ଧିଜୀବୀ ସମ୍ମିଳନୀ

By

Published : Jan 14, 2020, 4:00 AM IST

ରାୟଗଡା: ଜିଲ୍ଲା ବିଜେପି ପକ୍ଷରୁ ସ୍ଥାନୀୟ ତେଜସ୍ବୀ ହୋଟେଲ ଠାରେ ବୁଦ୍ଧିଜୀବୀ ଓ ବରିଷ୍ଠ ନାଗରିକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ବିଜେପି ସରକାର ଦେଶରେ ନାଗରିକତା ସଂଶୋଧନ ଅଧିନିୟମ (CAA)କୁ ଲାଗୁ କରିବା ପରେ ଏହି ଅଧିନିୟମକୁ ଲୋକଙ୍କ ପାଖରେ ପହଞ୍ଚିବା ଲକ୍ଷରେ ସାରା ଦେଶରେ ଦଳ ପକ୍ଷରୁ ପ୍ରଚେଷ୍ଟା ଆରମ୍ଭ କରାଯାଇଛି ।

ଦେଶରେ ନୂତନ ନାଗରିକତା ଆଇନକୁ ବିରୋଧୀ ଦଳର ନେତା ମାନେ ବିଭ୍ରାନ୍ତ କରି ଦୋଶବାସୀଙ୍କ ମଧ୍ୟରେ ଭ୍ରମ ସୃଷ୍ଟି କରୁଛନ୍ତି । ହେଲେ ଦେଶରେ ଆଜି ମଧ୍ୟ ମୁସଲମାନ ଭାଇ ମାନେ ସୁରକ୍ଷିତ ଅଛନ୍ତି ବୋଲି ବିଜେପି ପକ୍ଷରୁ କୁହାଯାଇଛି ।

ନାଗରିକତା ସଂଶୋଧନ ଆଇନକୁ ନେଇ ବିଜେପିର ବୁଦ୍ଧିଜୀବୀ ସମ୍ମିଳନୀ

ସମ୍ମିଳନୀରେ ବରିଷ୍ଠ ବିଜେପି ନେତା ତଥା ପ୍ରବକ୍ତା ଗୋଲାକ ବିହାରି ମହାପାତ୍ର ବିଭିନ୍ନ ଦେଶରେ ଉତ୍ପୀଡନର ଶିକାର ହୋଇ ଭାରତରେ ଶରଣ ନେଇଥିବା 6ଟି ସଂଖ୍ୟାଲଘୁ ସଂପ୍ରଦାୟର ଲୋକେ ନାଗରିକତା ପାଇଁ ଆବେଦନ କରିପାରିବେ ବୋଲି କହିଛନ୍ତି । ଏହି ଅବସରରେ ଜିଲ୍ଲା ବଜେପି ସଭାପତି ଶିବ ପଟ୍ଟନାୟକ, ବରିଷ୍ଠ ନାଗରିକ ଓ ଆଇନଜୀବୀ ଏଥିରେ ଯୋଗଦେଇଥିଲେ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details