ଓଡିଶା

odisha

ETV Bharat / state

ପରୀ ପାଇଁ ରାଜ୍ୟରେ ଜଳୁଛି ଅସନ୍ତୋଷର ନିଆଁ: ରାୟଗଡାରେ ପ୍ରତିବାଦ, ପଦଯାତ୍ରା

ପରୀ ପାଇଁ ରାଜ୍ୟରେ ଜଳୁଛି ଅସନ୍ତୋଷର ନିଆଁ । ରାୟଗଡାରେ ବିଜେପି ଓ କଂଗ୍ରେସ ପକ୍ଷରୁ କରାଗଲା ପ୍ରତିବାଦ ଓ ପଦଯାତ୍ରା । ଅଧିକ ପଢନ୍ତୁ...

bjp pada jatra and congress strike in raygada
ପରୀ ପାଇଁ ରାଜ୍ୟରେ ଜଳୁଛି ଅସନ୍ତୋଷର ନିଆଁ : ରାୟଗଡାରେ ପ୍ରତିବାଦ, ପଦଯାତ୍ରା

By

Published : Dec 21, 2020, 9:39 PM IST

ରାୟଗଡା : ରାଜ୍ୟରେ ଶିଶୁ ହତ୍ୟା, ନାରୀ ନିର୍ଯାତନା ପରି ହତ୍ୟାର ଅଭିଯୁକ୍ତଙ୍କୁ କଡା ଦଣ୍ଡ ଦାବି କରି ବିଜେପି ପଦଯାତ୍ରା କରୁଛି । ଏହାସହ କଂଗ୍ରେସ ଆରକ୍ଷୀ ଅଧିକ୍ଷକ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ସହ ପ୍ରତିବାଦ ସଭା କରିଛି l ପରୀ ହତ୍ୟା ମାମଲାରେ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସ୍ଥାନୀୟ ଜଗନ୍ନାଥ ମନ୍ଦିରରୁ ଜିଲ୍ଲା ସଭାପତି ଶିବ ପଟ୍ଟନାୟକଙ୍କ ନେତୃତ୍ବରେ ଶହ ଶହ ବିଜେପି କର୍ମୀ ପଦଯାତ୍ରାରେ ବାହାରି ସହର ପରିକ୍ରମା କରି ଯଥା ଶୀଘ୍ର ପରୀ ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ କରିବା ସହ ଦୋଷୀଙ୍କୁ ଦଣ୍ଡ ଦେବାକୁ ଦାବି କରିଥିଲେ ।

ପରୀ ପାଇଁ ରାଜ୍ୟରେ ଜଳୁଛି ଅସନ୍ତୋଷର ନିଆଁ : ରାୟଗଡାରେ ପ୍ରତିବାଦ, ପଦଯାତ୍ରା

ଏସଆଇଟି ତଦନ୍ତ ବଦଳରେ ସିବିଆଇ ତଦନ୍ତ କରିବା ପାଇଁ ବିଜେପି କର୍ମୀ ଦାବି କରିଥିଲେ । ରାଷ୍ଟ୍ରୀୟ ଜନଜାତି ମୋର୍ଚ୍ଚା ଉପାଧ୍ୟକ୍ଷ କାଳୀରାମ ମାଝି, ବରିଷ୍ଠ ବିଜେପି ନେତା ରଜତ ମାଦଳା, ଯୁବ ଆଦିବାସୀ ନେତା ବସନ୍ତ ଉଲ୍ଲାକା, ନଗର ସଭାପତି ଶ୍ୟାମ କୁମାର ଦାଶ, ନଗର ମହିଲା ମୋର୍ଚ୍ଚା ସଭାପତି ଲକ୍ଷ୍ମୀ ବୁରୁଡି, ପ୍ରମୁଖ କର୍ମକର୍ତ୍ତା ଏହି ପଦଯାତ୍ରାରେ ସାମିଲ ହୋଇ ପରୀ ହତ୍ୟାକାଣ୍ଡକୁ ଦୃଢ ନିନ୍ଦା କରିବା ସହ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଧରିବା ପାଇଁ ଦାବି କରିଥିଲେ ।

ସେହିଭଳି କଂଗ୍ରେସ ପକ୍ଷରୁ ଏକ ଶୋଭାଯାତ୍ରା ଆସି ସରକାରୀ ବିରୋଧୀ ସ୍ଲୋଗାନ ଦେଇ ଏସପି ଅଫିସ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଥିଲେ । ଜିଲ୍ଲା କଂଗ୍ରେସ କମିଟି ସଭାପତି ଦୂର୍ଗା ପ୍ରସାଦ ପଣ୍ଡାଙ୍କ ସଭାପତିତ୍ବରେ ପ୍ରତିବାଦ ସଭା ଆୟୋଜିତ ହୋଇଥିଲା । ଏହି ସଭାରେ ଜିଲ୍ଲା କଂଗ୍ରେସ କମିଟି ସଭାପତି ଦୁର୍ଗା ପ୍ରସାଦ ପଣ୍ଡା ରାଜ୍ୟରେ ବିଜେଡି ସରକାରଙ୍କ ଶାସନରେ ଜନସାଧାରଣ ଅତିଷ୍ଠ ହୋଇଗଲେଣି ବୋଲି କହିଥିଲେ । ଏହି ବିକ୍ଷୋଭରେ ଦଳର ବହୁ ଟାଣୁଆ ନେତା ସାମିଲ ହୋଇଥିଲେ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details