ଓଡିଶା

odisha

ETV Bharat / state

ଅବକାରୀ ବିଭାଗର ଲାଞ୍ଚ କାରବାର ଘଟଣା; ମନ୍ତ୍ରୀ ଜଗନ୍ନାଥ ସାରାକାଙ୍କ ସମ୍ପୃକ୍ତି ଅଭିଯୋଗ - ଭାଇରାଲ ଭିଡିଓ

ବକାରୀ ବିଭାଗର ଲାଞ୍ଚ କାରବାରର ଭିଡିଓ ଭାଇରାଲ ଘଟଣା ଏବେ ନୂଆ ମୋଡ ନେଇଛି । ପୁଣି ଏ ଘଟଣା ଏବେ ରୋଚକ ମୋଡ ନେଇଛି । ମନ୍ତ୍ରୀ ଜଗନ୍ନାଥ ସାରାକା ସମ୍ପୃକ୍ତି ଥିବା ଅଭିଯୋଗ । ଅଧିକ ପଢନ୍ତୁ...

ଅବକାରୀ ବିଭାଗର ଲାଞ୍ଚ କାରବାରର ଭିଡିଓ ଭାଇରାଲ ଘଟଣା ; ମନ୍ତ୍ରୀ ଜଗନ୍ନାଥ ସାରାକା ସମ୍ପୃକ୍ତି ଥିବା ଅଭିଯୋଗ
ଅବକାରୀ ବିଭାଗର ଲାଞ୍ଚ କାରବାରର ଭିଡିଓ ଭାଇରାଲ ଘଟଣା ; ମନ୍ତ୍ରୀ ଜଗନ୍ନାଥ ସାରାକା ସମ୍ପୃକ୍ତି ଥିବା ଅଭିଯୋଗ

By

Published : Aug 29, 2021, 10:03 AM IST

ରାୟଗଡା: ଅବକାରୀ ବିଭାଗର ଲାଞ୍ଚ କାରବାରର ଭିଡିଓ ଭାଇରାଲ ଘଟଣା ଏବେ ନୂଆ ମୋଡ ନେଇଛି । ଟଙ୍କା ମୂଲଚାଲର ଭିଡିଓ ଭାଇରାଲ ହେବା ପରେ ଅବକାରୀ ବିଭାଗ କନେଷ୍ଟବଳ ନିଲମ୍ବିତ ହୋଇଥିଲେ । ପୁଣି ସେହି ଘଟଣା ଏବେ ରୋଚକ ମୋଡ ନେଇଛି । ଏହି ଲାଞ୍ଚ କାରବାରରେ କେବଳ ଅବକାରୀ କର୍ମଚାରୀ ନୁହଁନ୍ତି । ଏହାରି ଭିତରେ ମନ୍ତ୍ରୀ ଜଗନ୍ନାଥ ସାରାକାଙ୍କ ସମ୍ପୃକ୍ତି ଥିବା ସହ ସମସ୍ତେ ତାଙ୍କ ଛତ୍ରଛାୟା ତଳେ ରହି ଏହି ଲାଞ୍ଚ କାରବାର କରୁଥିବାର ସାଂଘାତିକ ଅଭିଯୋଗ ଆଣିଛନ୍ତି ସୁଶାନ୍ତଙ୍କ ସ୍ତ୍ରୀ ।

ଅବକାରୀ ବିଭାଗର ଲାଞ୍ଚ କାରବାରର ଭିଡିଓ ଭାଇରାଲ ଘଟଣା ; ମନ୍ତ୍ରୀ ଜଗନ୍ନାଥ ସାରାକା ସମ୍ପୃକ୍ତି ଥିବା ଅଭିଯୋଗ

ସୁଶାନ୍ତଙ୍କ ସ୍ତ୍ରୀ ପ୍ରଜ୍ଞା ପରମିତା ଯିଏକି ଜଣେ OISF ଓଡିଶା ଇଣ୍ଡଷ୍ଟ୍ରି ସିକୁରୀଟି ଫୋର୍ସର ଜଣେ କାର୍ଯ୍ୟରତ ମହିଳା କନେଷ୍ଟବଳ । ପ୍ରଜ୍ଞାଙ୍କ ଏଭଳି ଖୁଲାସା ପରେ ବିଜେପି, କଂଗ୍ରେସ ତରଫରୁ ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ବିଷମକଟକ ଠାରେ ବିକ୍ଷୋଭ ସହ ସାମ୍ବାଦିକ ସମ୍ମିଳନୀ ହୋଇଥିଲା। ଏହାସହ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ରାୟଗଡ ନଗର ବିଜେପି, ମହିଳା ମୋର୍ଚ୍ଚା ତରଫରୁ ରାୟଗଡ କପିଳାସ ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ ସହ କୁଶପୁତ୍ତଳିକା ଦାହ କରାଯାଇଥିଲା ।

ଅନ୍ୟପଟେ, ଆମ ଆଦମୀ ପାର୍ଟି ରାଜ୍ୟ ସମ୍ପାଦକଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଓ କରାଯାଇଥିଲା । ଏହାସହ ମନ୍ତ୍ରୀ ଜଗନାଥ ସାରକାଙ୍କ ମନ୍ତ୍ରୀ ପଦରୁ ବହିଷ୍କାର ପାଇଁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।

ରାୟଗଡାରୁ ରଞ୍ଜନ ରଥ,ଇଟିଭି ଭାରତ

ABOUT THE AUTHOR

...view details