ଓଡିଶା

odisha

ETV Bharat / state

ବସ୍ତି ଉଚ୍ଛେଦ ପ୍ରତିବାଦରେ ବିଜେପି ପକ୍ଷରୁ ୧୨ ଘଣ୍ଟିଆ ରାସ୍ତାରୋକ, ନେତାଙ୍କୁ ଉଠାଇନେଲା ପୋଲିସ - protest eviction in rayagada

ବସ୍ତି ଉଚ୍ଛେଦ ପ୍ରତିବାଦରେ ରାୟଗଡା ଜିଲ୍ଲା ବିଜେପି ପକ୍ଷରୁ ଆଜି ୧୨ ଘଣ୍ଟିଆ ରାସ୍ତାରୋକ କରାଯାଇଛି। ରାୟଗଡା ସହରର ତିନୋଟି ପ୍ରବେଶ ପଥରେ ଏହି ରାସ୍ତା ଅବରୋଧ ହୋଇଛି । ଅଧିକ ପଢନ୍ତୁ...

ବସ୍ତି ଉଚ୍ଛେଦ ପ୍ରତିବାଦରେ ବିଜେପି ପକ୍ଷରୁ ୧୨ ଘଣ୍ଟିଆ ରାସ୍ତା ରୋକ, ନେତାଙ୍କୁ ଉଠାଇନେଲା ପୋଲିସ
ବସ୍ତି ଉଚ୍ଛେଦ ପ୍ରତିବାଦରେ ବିଜେପି ପକ୍ଷରୁ ୧୨ ଘଣ୍ଟିଆ ରାସ୍ତା ରୋକ, ନେତାଙ୍କୁ ଉଠାଇନେଲା ପୋଲିସ

By

Published : Oct 25, 2021, 4:16 PM IST

ରାୟଗଡା: ବସ୍ତି ଉଚ୍ଛେଦ ପ୍ରତିବାଦରେ ରାୟଗଡା ଜିଲ୍ଲା ବିଜେପି ପକ୍ଷରୁ ଆଜି ୧୨ ଘଣ୍ଟିଆ ରାସ୍ତାରୋକ କରାଯାଇଛି । ରାୟଗଡା ସହରର ତିନୋଟି ପ୍ରବେଶ ପଥରେ ଏହି ରାସ୍ତା ଅବରୋଧ ହୋଇଛି। ଫଳରେ ସମସ୍ତ ଯାନବାହନ ଚଳାଚଳ ପ୍ରଭାବିତ ହୋଇଥିଲା। ସହରର ସିରିଗୁଡା, ଖଲିଗୁଡା ଓ ମଝିଘରିଆଣୀ ମନ୍ଦିର ନିକଟରେ ଥିବା ସମସ୍ତ ତିନୋଟି ପ୍ରବେଶ ପଥରେ ବିଜେପି ପକ୍ଷରୁ ରାସ୍ତା ଅବରୋଧ କରାଯାଇଥିଲା ।

ବସ୍ତି ଉଚ୍ଛେଦ ପ୍ରତିବାଦରେ ବିଜେପି ପକ୍ଷରୁ ୧୨ ଘଣ୍ଟିଆ ରାସ୍ତା ରୋକ, ନେତାଙ୍କୁ ଉଠାଇନେଲା ପୋଲିସ

ବସ୍ତି ବାସିନ୍ଦା ମଧ୍ୟ ଏଥିରେ ସାମିଲ ହୋଇଥିଲେ । ମୁଖ୍ୟତଃ ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ ବିଜେପି କର୍ମୀ । ରାସ୍ତା ଅବରୋଧ ସକାଳ ୬ଟା ସମୟରେ ଆରମ୍ଭ ହୋଇଥିଲା। ତେବେ ପ୍ରାୟ ୭.୩୦ ସମୟରେ ରାସ୍ତା ଅବରୋଧ କରିଥିବା ବିଜେପି କର୍ମୀ ଓ ନେତାଙ୍କୁ ହଟାଇ ଥାନାକୁ ନେଇଯାଇଥିଲା। ଫଳରେ ରାସ୍ତାରୋକ ହଟିଥିଲା। ଏହାକୁ କେନ୍ଦ୍ର କରି ବିଜେପି କର୍ମୀମାନେ ଅସନ୍ତୋଷ ପ୍ରକାଶ କରିବା ସହ ଥାନାରେ ବ୍ୟାପକ ନାରାବାଜି ଦେଇଥିଲେ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ABOUT THE AUTHOR

...view details