ରାୟଗଡ଼ା: ଦେଶର ୧୫ତମ ରାଷ୍ଟ୍ରପତି ଭାବେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ବିଜୟୀ ହୋଇଛନ୍ତି । ଏହାକୁ ନେଇ ରାୟଗଡ଼ା ଜିଲ୍ଲା ବିଷମ କଟକରେ ଉତ୍ସବ ପାଳିଛନ୍ତି ବିଜେଡି କର୍ମୀ । ଦ୍ରୌପଦୀ ମୁର୍ମୁଙ୍କୁ ପୂର୍ଣ୍ଣ ସମର୍ଥନ ଦେଇଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତାସହିତ ଓଡ଼ିଆ ଝିଅକୁ ସମର୍ଥନ ଦେବାକୁ ଅନ୍ୟ ଦଳକୁ ଅନୁରୋଧ ମଧ୍ୟ କରିଥିଲେ ।
ରାଷ୍ଟ୍ରପତି ହେଲେ ଦ୍ରୌପଦୀ ମୁର୍ମୁ, ବିଷମକଟକରେ ବିଜେଡି କର୍ମୀଙ୍କ ସେଲିବ୍ରେସନ - ଦ୍ରୌପଦୀ ମୁର୍ମୁଙ୍କ ପାଇଁ ବିଷମ କଟକରେ ସେଲିବ୍ରେସନ
୧୫ତମ ରାଷ୍ଟ୍ରପତି ଭାବେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ବିଜୟୀ ହୋଇଛନ୍ତି । ଏହାକୁ ନେଇ ରାୟଗଡ଼ା ଜିଲ୍ଲା ବିଷମ କଟକରେ ଉତ୍ସବ ପାଳିଛନ୍ତି ବିଜେଡି କର୍ମୀ । ଅଧିକ ପଢ଼ନ୍ତୁ
ରାଷ୍ଟ୍ରପତି ହେଲେ ଦ୍ରୌପଦୀ ମୁର୍ମୁ, ବିଷମକଟକରେ ବିଜେଡି କର୍ମୀଙ୍କ ସେଲିବ୍ରେସନ
ରାଷ୍ଟ୍ରପତି ଭାବରେ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରମାଣ ପତ୍ର ଦେଇଛନ୍ତି ରିଟର୍ଣ୍ଣିଂ ଅଧିକାରୀ । ବିପୁଳ ସଂଖ୍ୟରେ ଭୋଟ ପାଇ ବିଜୟୀ ହୋଇଛନ୍ତି । ବିଜେଡି କର୍ମୀ ବିଷମ କଟକ କଲ୍ୟାଣ ମଣ୍ଡପରେ ବିଜୟ ଉତ୍ସବ ପାଳନ କରିଛନ୍ତି । ଦଳ ଗତ ନିର୍ବିଶେଷରେ ମୂଖ୍ୟମନ୍ତ୍ରୀ ସମର୍ଥନ ଜଣାଇଥିବାରୁ ତାଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି ଅବସରରେ ସ୍ଥାନୀୟ କଲ୍ୟାଣ ମଣ୍ଡପରେ ବିଜେଡି ଜିଲ୍ଲା ସଭାପତି ସୁଧିର ଦାଶଙ୍କ ନେତୃତ୍ୱରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ମଣ୍ଡପ ପରିସରରେ ଡଙ୍ଗରିଆ ମହିଳା ପାରମ୍ପରିକ ନୃତ୍ୟ ପରିବେଷଣ ହୋଇଥିଲା । ତାସାଙ୍ଗକୁ ବାଜାବାଣ ଫୁଠାଇ ପରସ୍ପରକୁ ମିଠା ଖୁଆଇ ଖୁସି ମନାଇଛନ୍ତି ।