ଓଡିଶା

odisha

ETV Bharat / state

ଚାରି ଥର କ୍ରସ ଭୋଟିଂ ସତ୍ଵେ ବିଜେଡ଼ିର ଟୁନି ହୁଇକା ବାଜି ମାରିନେଲେ ଅଧକ୍ଷ ପଦ - ରାୟଗଡାରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ

ଶନିବାର ବିଭିନ୍ନ ବ୍ଲକ ଅଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାର ୧୧ଟି ପଞ୍ଚୟତ ସମିତି ମଧ୍ୟରୁ ୯ଟିରେ ବିଜେଡି ପଞ୍ଚାୟତ ସମିତି ଅଧକ୍ଷ ହୋଇଥିବାବେଳେ ୨ଟିରେ କଂଗ୍ରେସ ବାଜି ମାରିଛି । ଅଧିକ ପଢନ୍ତୁ

୧୧ରୁ ୯ଟି ବ୍ଲକ ଅଧ୍ୟକ୍ଷ ପଦ ହାତେଇଲା BJD, ୨ଟିରେ କଂଗ୍ରେସ
୧୧ରୁ ୯ଟି ବ୍ଲକ ଅଧ୍ୟକ୍ଷ ପଦ ହାତେଇଲା BJD, ୨ଟିରେ କଂଗ୍ରେସ

By

Published : Mar 13, 2022, 7:26 AM IST

ରାୟଗଡା: ଶନିବାର ବିଭିନ୍ନ ବ୍ଲକ ଅଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ।ଅଧିକାଂଶ ବ୍ଲକରେ ବିଜେଡି ପ୍ରାର୍ଥୀ ବାଜିମାତ କରିଛନ୍ତି । ରାୟଗଡା ପଞ୍ଚୟତ ସମିତି ଅଧନରେ ୨୮ଟି ସମିତି ସଭ୍ୟ ପାଇଁ ନିର୍ବାଚନ ହୋଇଥିଲା । ଚଳିତ ନିର୍ବାଚନରେ ୨୮ଟି ସମିତି ସଭ୍ୟ ମଧ୍ୟରୁ ବିଜେଡି ସମର୍ଥିତ ପ୍ରାର୍ଥୀ ଭାବେ ୨୨ଜଣ ବିଜୟୀ ହୋଇଥିବା ବେଳେ କଂଗ୍ରେସ ସମର୍ଥିତ ପ୍ରାର୍ଥୀ ଭାବେ ୩ଜଣ ଏବଂ ବିଜେପି ସମର୍ଥିତ ପ୍ରାର୍ଥୀ ଭାବେ ୩ଜଣ ନିର୍ବାଚିତ ହୋଇଥିଲେ ।

୧୧ରୁ ୯ଟି ବ୍ଲକ ଅଧ୍ୟକ୍ଷ ପଦ ହାତେଇଲା BJD, ୨ଟିରେ କଂଗ୍ରେସ

ଆଜି ବିଜେଡି ସମର୍ଥିତ ପ୍ରାର୍ଥୀ ତଥା କେମାଲିଗାଁ ସମିତି ସଭ୍ୟ ତୁନି ହୁଇକା ପଞ୍ଚୟତ ସମିତି ଅଧକ୍ଷ ପଦ ପାଇଁ ନାମାଙ୍କନ ପାତ୍ର ଦାଖଲ କରିଥିବା ବେଳେ କଂଗ୍ରେସ ସମର୍ଥିତ ପ୍ରାର୍ଥୀ ବନିତା ମେଲେକା ପଞ୍ଚୟତ ସମିତି ଅଧକ୍ଷ ପଦ ପାଇଁ ନାମାଙ୍କନ ପାତ୍ର ଦାଖଲ କରିଥିଲେ । ତେବେ ନିର୍ବାଚନ ଶେଷରେ ନିର୍ବାଚନ ଅଧ୍ୟକ୍ଷ ବିଜେଡି ସମର୍ଥିତ ପ୍ରାର୍ଥୀ ତଥା କେମାଲିଗାଁ ସମିତି ସଭ୍ୟ ତୁନି ହୁଇକାଙ୍କୁ 17 /10 ଭୋଟରେ ବିଜୟ ଘୋଷଣା କରିଥିବା ବେଳେ ଗୋଟିଏ ଭୋଟ ନାକଚ ହୋଇଛି ।

ସେହିପରି ପଦ୍ମପୁରରେ ବିଜେଡି ସମର୍ଥିତ ମଣିମାଳା ଶବର, ଗୁଦାରିରେ ବିଜେଡି ସମର୍ଥିତ ଲକ୍ଷ୍ମୀ ଶବର, ଚନ୍ଦ୍ରପୁରରେ ବିଜେଡି ସମର୍ଥିତ କାଇନ କିମ୍ବାକା, ମୁନିଗୁଡାରେ ବିଜେଡି ସମର୍ଥିତ ଦୁକୁଣୀ ନୁଣ୍ଡୃକା, କୋଲୋନରାରେ ବିଜେଡି ସମର୍ଥିତ ସଞ୍ଜୁକ୍ତା କୁଳସିକା, କଲ୍ୟାଣସିଙ୍ଗପୁରରେ ବିଜେଡି ସମର୍ଥିତ ଅମୃତା କାଡ୍ରାକା, କାଶୀପୁରରେ ବିଜେଡି ସମର୍ଥିତ କଣ୍ଠ ମାଝି ବିଜୟଲାଭ କରିଥିବାବେଳେ ଗୁଣପୁରରେ କଂଗ୍ରେସ ସମର୍ଥିତ ଝିଲି ଶବର ଏବଂ ରାମାନାଗୁଡାରେ କଂଗ୍ରେସ ସମର୍ଥିତ ରବି ଗୋମାଙ୍ଗ ବିଜୟ ହୋଇଛନ୍ତି । ମୋଟାମୋଟି ଭାବେ ଦେଖିବାକୁ ହେଲେ ଜିଲ୍ଲାର ୧୧ଟି ପଞ୍ଚୟତ ସମିତି ମଧ୍ୟରୁ ୯ଟିରେ ବିଜେଡି ଅକ୍ତିଆର ବେଳେ ୨ଟିରେ କଂଗ୍ରେସ ବାଜି ମାରିଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details