ରାୟଗଡା: ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ । ଏବେ ଠାରୁ ରଣନୀତି ଆରମ୍ଭ କରି ଦେଲାଣି ଶାସକ ବିଜେଡ଼ି ଦଳ । ରାଜ୍ୟ ବିଜେଡ଼ି ପକ୍ଷରୁ ରାୟଗଡା ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ନବ ନିଯୁକ୍ତ ହୋଇଥିବା କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ ପ୍ରଥମ କରି ଜିଲ୍ଲା ଗସ୍ତରେ ଆସି କର୍ମୀ ସମ୍ମିଳନୀ କରିଛନ୍ତି ।
ଗୁଣୁପୁର ନିର୍ବାଚନ ମଣ୍ଡଳୀର ଗୁଣୁପୁର, ପଦ୍ମପୁର, ଗୁଡାରି ଓ ରମାନଗୁଡା ବ୍ଲକର ବିଭିନ୍ନ ପଞ୍ଚାୟତରାଜ ଅନୁଷ୍ଠାନର କର୍ମକର୍ତ୍ତାଙ୍କ ସହ ପ୍ରଥମେ ଆଗାମୀ ପଞ୍ଚାୟତ ନିର୍ବାଚନ ହାତେଇବା ପାଇଁ ଗୁରୁମନ୍ତ୍ର ଦେଇଛନ୍ତି । ଏହାପରେ ବିଷମ କଟକ ବ୍ଳକ୍, ମୁନିଗୁଡା ବ୍ଲକ, କଲ୍ୟାଣସିଂପୁର ବ୍ଲକ ଏବଂ କଲୋନରା ବ୍ଲକ ଦଳୀୟ କର୍ମୀଙ୍କ ସହ ଆଲୋଚନା କରିଥିଲେ । ପରେ ଅପରାହ୍ନରେ ରାୟଗଡା ଠାରେ କାଶୀପୁର, ରାୟଗଡା ବ୍ଲକ ସହ ରାୟଗଡା ମ୍ୟୁନିସିପାଲଟିର ବିଜେଡି କର୍ମୀଙ୍କ ସହ ଆଲୋଚନା କରିଥଲେ ଅତନୁ ।