ଓଡିଶା

odisha

ETV Bharat / state

ଭାରସାମ୍ୟ ହରାଇ ଗଛରେ ପିଟି ହେଲା ବାଇକ, ୨ ମୃତ

ରାୟଗଡା ଗୁଣୁପୁର ଥାନା ଲିମାମେଡା ଗ୍ରାମରେ ବାଇକ ଦୁର୍ଘଟଣାରେ ୨ ମୃତ । ଅଧିକ ପଢନ୍ତୁ...

By

Published : Oct 1, 2021, 2:12 PM IST

ଭାରସାମ୍ୟ ହରାଇ ଗଛରେ ପିଟି ହେଲା ବାଇକ, ୨ମୃତ
ଭାରସାମ୍ୟ ହରାଇ ଗଛରେ ପିଟି ହେଲା ବାଇକ, ୨ମୃତ

ରାୟଗଡା: ଭାରସାମ୍ୟ ହରାଇ ଗଛରେ ପିଟି ହେଲା ବାଇକ । ଘଟଣାସ୍ଥଳରେ ୨ ମୃତ । ଏଭଳି ଘଟଣା ଘଟିଛି ରାୟଗଡା ଗୁଣୁପୁର ଥାନା ଅନ୍ତର୍ଗତ ଲିମାମେଡା ଗ୍ରାମ ନିକଟରେ । ତେବେ ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି ।

ଭାରସାମ୍ୟ ହରାଇ ଗଛରେ ପିଟି ହେଲା ବାଇକ, ୨ମୃତ

ମିଳିଥିବା ସୂଚନା ଅନୁଯାୟୀ, ଗତରାତିରେ ଗୁଣୁପୁର ଆଡୁ ଏକ ବାଇକ ଆସୁଥିବା ବେଳେ ରାସ୍ତାରେ ଭାରସାମ୍ୟ ହରାଇ ଗଛରେ ପିଟି ହେବା ପରେ ବିଲ ମଧ୍ୟରେ ପଡିଯାଇଥିଲା ଫଳରେ ଘଟଣାସ୍ଥଳରେ ୨ ଜଣ ପ୍ରାଣ ହରାଇଥିଲେ । ଏନେଇ ଆଜି ସକାଳୁ ସ୍ଥାନୀୟ ଲୋକେ ଏହା ଦେଖି ଅଗ୍ନିଶମ ବାହିନୀ ଓ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ମୃତକଙ୍କ ପରିଚୟ ମିଳିନଥିବା ବେଳେ ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ABOUT THE AUTHOR

...view details