ରାୟଗଡା :ବିଜୁ ଜନତା ଦଳ ତରଫରୁ ନୂଆବର୍ଷ ତଥା ତେଲୁଗୁ ସମ୍ପ୍ରଦାୟର ମୁଖ୍ୟ ପର୍ବ ପୋଙ୍ଗଲର ଶୁଭେଚ୍ଛା ବାର୍ତ୍ତା ହୋର୍ଡିଂ ଚିରା ନେଇ ଥାନାରେ ମାମଲା । ରାୟଗଡ଼ା ସହର ମଧ୍ୟରେ ବିଭିନ୍ନ ସ୍ଥାନରେ ବ୍ୟକ୍ତି ବିଶେଷ ଏବଂ ବିଭିନ୍ନ ରାଜନୈତିକ ଦଳ ନିଜର ପୋଷ୍ଟର ମାଧ୍ୟମରେ ସାଧାରଣ ଜନତାଙ୍କୁ ଶୁଭେଚ୍ଛା ଜଣାଇ ବ୍ୟାନର ଲଗାଇଥିଲେ । ବିଜେଡି ପକ୍ଷରୁ ମଧ୍ୟ ସହରର ବିଭିନ୍ନ ସ୍ଥାନରେ ବଡ ବଡ ହୋଡିଂ ଲଗାଯାଇଥିଲା । ଏହାକୁ ଆଜି ( ଶନିବାର) କେହି ଦୁର୍ବୃତ୍ତ ଚିରି ଫୋପାଡ଼ି ଦେଇଥିବା ଦେଖିବାକୁ ମିଳିଥିଲା ।
ବିଜୁ ଯୁବ ଛାତ୍ର ଜନତା ଦଳର ଶୁଭେଚ୍ଛା ବାର୍ତ୍ତା ହୋଡିଂ ଚିରାଯାଇଥିବା ଅଭିଯୋଗ - ଶୁଭେଚ୍ଛା ବାର୍ତ୍ତା ହୋଡିଂ ଚିରା ଯାଇଥିବା ଅଭିଯୋଗ
ବିଜୁ ଯୁବ ଛାତ୍ର ଜନତା ଦଳର ଶୁଭେଚ୍ଛା ବାର୍ତ୍ତା ହୋଡିଂ ଚିରା ଯାଇଥିବା ଅଭିଯୋଗ । ଦଳ ପକ୍ଷରୁ ଥାନାରେ ମାମଲା ରୁଜୁ । ଅଧିକ ପଢନ୍ତୁ..
![ବିଜୁ ଯୁବ ଛାତ୍ର ଜନତା ଦଳର ଶୁଭେଚ୍ଛା ବାର୍ତ୍ତା ହୋଡିଂ ଚିରାଯାଇଥିବା ଅଭିଯୋଗ Biju Yuva Chhatra Janata Dal's message of congratulations has been torn down](https://etvbharatimages.akamaized.net/etvbharat/prod-images/768-512-10183283-thumbnail-3x2-bjd.jpeg)
ବିଜୁ ଯୁବ ଛାତ୍ର ଜନତା ଦଳର ଶୁଭେଚ୍ଛା ବାର୍ତ୍ତା ହୋଡିଂ ଚିରା ଯାଇଥିବା ଅଭିଯୋଗ
ବିଜୁ ଯୁବ ଛାତ୍ର ଜନତା ଦଳର ଶୁଭେଚ୍ଛା ବାର୍ତ୍ତା ହୋଡିଂ ଚିରା ଯାଇଥିବା ଅଭିଯୋଗ
ଅନ୍ୟାନ୍ୟ ଦଳୀୟ ପୋଷ୍ଟର ଗୁଡିକ ଯଥାସ୍ଥିତି ଥିବାବେଳେ କେବଳ ବିଜୁ ଜନତା ଦଳର ପୋଷ୍ଟର ଗୁଡିକୁ ଉଦ୍ଦେଶ୍ୟମୂଳକ ଭାବେ ଚିରି ଫୋପାଡିବା ଏକ ରାଜନୈତିକ ଅସହିଷ୍ଣୁ ବୋଲି ଅଭିଯୋଗ ହୋଇଛି । ଦୁର୍ବୃତ୍ତଙ୍କୁ ଗିରଫ କରିବା ପାଇଁ ଥାନାରେ ଏତଲା ଦିଆଯାଇଛି । ତେବେ ଏନେଇ ପୁଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ