ରାୟଗଡା: ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ତାଙ୍କ ଦିଗ ପରିବର୍ତ୍ତନ କରି ଉତ୍ତରାୟଣ ଗତି କରିଥାନ୍ତି । ତେବେ ଓଡ଼ିଶାରେ ପାଳନ ହେଉଥିବା ମକର ସଂକ୍ରାନ୍ତିକୁ ଉତ୍ତର ଭାରତରେ ଲୋହରୀ, ପଶ୍ଚିମ ଏବଂ ଦକ୍ଷିଣରେ ଏହା ମକର ସଂକ୍ରାନ୍ତି ଏବଂ ପୁଶ ସଂକ୍ରାନ୍ତି, କେନ୍ଦ୍ରୀୟ ଭାରତରେ ଏହା ସୁକରାଟ, ଆସାମରେ ଏହାକୁ ମାଗ ବିହୁ, ପୂର୍ବରେ ଖିଚି ବୋଲି ମଧ୍ୟ କୁହାଯାଏ । ତେବେ ସାରା ଭାରତରେ ଏହାକୁ ବଡ଼ ଆଡମ୍ବରରେ ପାଳନ କରାଯାଏ । ଏହା ତେଲୁଗୁ ସମ୍ପ୍ରଦାୟର ଏକ ବଡ଼ ପର୍ବ ବୋଲି କୁହାଯାଏ । ସେନେଇ ରାୟଗଡାରେ ରହୁଥିବା ତେଲୁଗୁମାନେ ବଡ଼ ଆଡମ୍ବର ସହ ପାଳନ କରିଛନ୍ତି ପୋଙ୍ଗଲ । ଉତ୍ସବମୁଖରିତ ହୋଇଥିବା ସହରକୁ ଦେଖି ଏମିତି ଲାଗୁଥିଲା ଯେମିତି ଏହା ଆନ୍ଧ୍ରପ୍ରଦେଶର ଏକ ଅଂଶ ।
ଗତ କାଲି ରାତିରେ ତେଲୁଗୁ ସମ୍ପ୍ରଦାୟର ଲୋକମାନେ ରୋଇତ କଲୋନି ଏବଂ ବୁଦାରା ପାଲାମା ମନ୍ଦିର ଭଳି ବିଭିର୍ଣ୍ଣ ସ୍ଥାନରେ ଏକତ୍ରିତ ହେଇ କାଠ ଓ ଗୋବର ଘସିରେ ପ୍ରସ୍ତୁତ ମାଳକୁ ଏକାଠି କରି ମଧ୍ୟ ରାତ୍ରର ଅମୃତ ବେଳରେ ଅଗ୍ନି ସଂଯୋଗ କରିଥିଲେ । ଏବଂ ସେହି ନିଆଁରେ ବଡ଼ ବଡ଼ ପାତ୍ରରେ ହଳଦୀ ଓ ନିମ୍ବ ପତ୍ରକୁ ପାଣିରେ ପକାଇ ଗରମ କରିଥାନ୍ତି ସେହି ପାଣିକୁ ପରିବାର ସମସ୍ତ ସଦସ୍ୟ ଗାଧୋଇଥାନ୍ତି ଏହି ପାଣିକୁ ପବିତ୍ର ମନେ କରାଯାଏ ଓ ଏହି ପାଣିରେ ଗାଧେଈଲେ କୌଣସି ରୋଗ ବୈରାଗ ହୁଏ ନାହିଁ ବୋଲି ସେମାନଙ୍କ ବିଶ୍ୱାସ ରହିଥାଏ। ରାତିରେ ସେହି ନିଆଁ ଚାରିପଟେ ଯୁବକ ଯୁବତୀ, ପିଲା ମାନେ ବୁଲି ନାଚ ଗୀତରେ ମସଗୁଲ ଥାଆନ୍ତି । ଦ୍ଵତିୟ ଦିନ ମକର ସଂକ୍ରାନ୍ତିରେ ପିତୃ ପୁରୁଷଙ୍କୁ ଶ୍ରାଦ୍ଧ ଦିଆଯାଏ ।ସେହିଭଳି ରାୟଗଡ ସହରରେ ଥିବା ତେଲୁଗୁ ସଂପ୍ରଦାୟଙ୍କ ବିଭିର୍ଣ୍ଣ କମିଟି ଲୋକେ ଏକାଠି ହୋଇ ଭୋଗୀ ଉତ୍ସବ ପାଳନ କରିଥିଲେ ।ନିଜନିଜ ଭିତରେ ଭାଇଚାରାର ବାର୍ତାକୁନେଇ ସାଂସ୍କୃତିକ କାର୍ଯ୍ୟକ୍ରମ କରି ନାଚ ଗୀତରେ ମସଗୁଲ ରହିଥିଲେ।