ଓଡିଶା

odisha

ETV Bharat / state

ପଦାରେ ପଡିଲା ରାୟଗଡା ଜିଲ୍ଲା କଂଗ୍ରେସ କନ୍ଦଳ, ଭାରତ ଯୋଡୋ ଯାତ୍ରାରେ ଦୁଇଟି ସ୍ଥାନରେ ସଭାପତିଙ୍କୁ ସ୍ବାଗତ ସମ୍ବର୍ଦ୍ଧନା - ପିସିସି ସଭାପତି ଶରତ ପଟ୍ଟନାୟକ

ରାଜ୍ୟରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ବରେ ଜାରି ରହିଥିବା ଭାରତ ଯୋଡ଼ୋ ପଦଯାତ୍ରା ଶୁକ୍ରବାର ରାୟଗଡ଼ାରେ ପହଞ୍ଚିଥିଲା । ତେବେ ଏଠାରେ ଜିଲ୍ଲାର ଦୁଇଟି ସ୍ଥାନରେ ପୃଥକ ଭାବେ ପିସିସି ସଭାପତିଙ୍କୁ ସ୍ବାଗତ କରିଥିଲେ କଂଗ୍ରେସ କର୍ମୀ । ଏନେଇ ଜିଲ୍ଲାରେ କଂଗ୍ରେସ ମଧ୍ୟରେ ଅସନ୍ତୋଷ ବଢ଼ୁଥିୂବା ଆଲୋଚନା ହେଉଛି । ଅଧିକ ପଢ଼ନ୍ତୁ

ରାୟଗଡ଼ାରେ ଭାରତ ଯୋଡ଼ୋ ପଦଯାତ୍ରା
ରାୟଗଡ଼ାରେ ଭାରତ ଯୋଡ଼ୋ ପଦଯାତ୍ରା

By

Published : Jan 28, 2023, 6:54 AM IST

ରାୟଗଡ଼ାରେ ଭାରତ ଯୋଡ଼ୋ ପଦଯାତ୍ରା

ରାୟଗଡ଼ା: 2024 ନିର୍ବାଚନ ପୂର୍ବରୁ ସାରା ଦେଶରେ କଂଗ୍ରେସ ଚଳାଇଛି ଭାରତ ଯୋଡୋ ପଦଯାତ୍ରା । ଏହି କ୍ରମରେ ଆଜି ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲା କଂଗ୍ରେସ କମିଟି ଆନୁକୁଲ୍ୟରେ ସ୍ଥାନୀୟ ତହସିଲ ଛକଠାରୁ ଭାରତ ଯୋଡୋ ପଦଯାତ୍ରା ଆରମ୍ଭ ହୋଇ ରେଳ ଷ୍ଟେସନରେ ପହଞ୍ଚିଥିଲା । ତେବେ ଏହି ପଦଯାତ୍ରା ବେଳେ ପଦାରେ ପଡିଛି ଜିଲ୍ଲା କଂଗ୍ରେସର ଭିତିରି କନ୍ଦଳ ।

ଶୁକ୍ରବାର ଓଡ଼ିଶାରେ ଚାଲିଥିବା ଭାରତ ଯୋଡୋ ଯାତ୍ରାରେ ପିସିସି ସଭାପତି ଶରତ ପଟ୍ଟନାୟକ ରାୟଗଡ଼ା ଜିଲ୍ଲାରେ ପହଞ୍ଚିଥିଲେ । ରାୟଗଡାରେ ପହଞ୍ଚିବା ପରେ କଂଗ୍ରେସ ନେତା ଓ କର୍ମୀଙ୍କ ମଧ୍ୟରେ ନୂଆ ଜୋସ୍ ଦେଖିବାକୁ ମିଳିଛି । ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧନା ଦେବା ପାଇଁ ସଜବାଜ ହୋଇ ରହିଥିଲେ କଂଗ୍ରେସ କର୍ମୀ । ହେଲେ ଆଜି ଏକ ଆଶ୍ଚର୍ଯ୍ୟ ଘଟଣା ଦେଇଖିବାକୁ ମିଳିଛି ଜିଲ୍ଲା କଂଗ୍ରେସ କମିଟିରେ । କାରଣ ଜିଲ୍ଲାର ଦୁଇଟି ସ୍ଥାନରେ ସଭାପତିଙ୍କୁ ସ୍ୱାଗତ କରିବା ଲାଗି କଂଗ୍ରେସ କର୍ମୀ ଅପେକ୍ଷା କରିଥିଲେ । ପ୍ରଥମେ ରାୟଗଡା ଜିଲ୍ଲାର ସଦର ମହକୁମା ତହସିଲ ଛକ ନିକଟରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ଜିଲ୍ଲା ସଭାପତି ଭବାନୀ ଶଙ୍କର ଜେନାଙ୍କ ନେତୃତ୍ବରେ ପୂର୍ବତନ କଂଗ୍ରେସ ବିଧାୟକ ପୂର୍ଣ୍ଣଚନ୍ଦ୍ର ମାଝୀ, ଏବଂ ରାୟଗଡା ନିର୍ବାଚନ ମଣ୍ଡଳୀର ଯୁବ କଂଗ୍ରେସ ସଭାପତି ଅଶୋକ ପୁଆଲା ସଭାପତିଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।

ସେହିଭଳି କପିଳାସ ଛକ ନିକଟରେ ଜିଲ୍ଲା କଂଗ୍ରେସ କମିଟି ସଭାପତି ଦୁର୍ଗାପ୍ରସାଦ ପଣ୍ଡା ଏବଂ ସାଂସଦ ସପ୍ତଗିରି ଉଲାକାଙ୍କ ସହିତ କଂଗ୍ରେସର ବିଧାୟକ ପାର୍ଥି ଅପଲ ସ୍ୱାମୀ କାଡ୍ରା ପୃଥକ ଭାବେ ରାଜ୍ୟ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା କରିଥିଲେ । ତେବେ ଏହି ଘଟଣାରୁ ସ୍ପଷ୍ଟ ପ୍ରମାଣିତ ହୋଇଛି ଯେ, କେଉଁଠି ନା କେଉଁଠି ଜିଲ୍ଲା କଂଗ୍ରେସ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧୁଛି । ତେବେ ଏଠାରେ ଭାରତ ଯୋଡୋ ପଦଯାତ୍ରା ସମୟରେ ଆସନ୍ତା ନିର୍ବାଚନରେ କଂଗ୍ରେସ 9ରୁ 90 ଆସନରେ ବିଜୟ ହେବ ବୋଲି କହିଛନ୍ତି ରାଜ୍ୟ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ।

ଇଟିଭି ଭାରତ, ରାୟଗଡ଼ା

ABOUT THE AUTHOR

...view details