ରାୟଗଡା: ବକ୍ସାଇଟ ବୋଝେଇ ଟ୍ୟାଙ୍କରରେ ଅଗ୍ନିକାଣ୍ଡ । ରାୟଗଡା ଜିଲ୍ଲା ବୃନ୍ଦବାଡି ନିକଟରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଗାଡିଟି ଟିକିରିରୁ ଝାରସୁଗୁଡା ଅଭିମୁଖେ ଯାଉଥିବା ବେଳେ ଘଟିଥିଲା ଅଗ୍ନିକାଣ୍ଡ।
ସୂଚନାଅନୁସାରେ, ଗତକାଲି(ରବିବାର) ଏକ ବକ୍ସାଇଟ ବୋଝେଇ ଟ୍ୟାଙ୍କରଟି ଟିକିରି ଠାରୁ ଝାରସୁଗୁଡା ଅଭିମୁଖେ ଯାଉଥିବା ବେଳେ ହଠାତ ବ୍ରେକଫେଲ ହୋଇଯାଇଥିଲା । ଗାଡିଟିକୁ ଡ୍ରାଇଭର ନିଜ ବୁଦ୍ଧି ଖଟାଇ ପଛକୁ ପଛ ହୋଇ ରାସ୍ତା କଡ଼କୁ ଓହ୍ଲାଇ ଦେଇଥିଲେ ।