ରାୟଗଡା: ରାୟଗଡାରେ ଏବେ ମିଳିବ ବାଉଁଶରୁ ପ୍ରସ୍ତୁତ ରାକ୍ଷୀ । ସ୍ୱୟଂସହାୟକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ବାଉଁଶରେ ତିଆରି ରାକ୍ଷୀର ପ୍ରଚାର ପ୍ରସାର ପାଇଁ ଅଣ୍ଟା ଭିଡିଛି ଜିଲ୍ଲା ପ୍ରଶାସନ । ଆଜି(ସୋମବାର) ରାୟଗଡା ଜିଲ୍ଲାପାଳ ସରୋଜ କୁମାର ମିଶ୍ର ବାଉଁଶ ହସ୍ତଶିଳ୍ପ କାରିଗରଙ୍କ ଦ୍ୱାରା ବାଉଁଶରୁ ପ୍ରସ୍ତୁତ ରାକ୍ଷୀର ବ୍ୟବସାୟ ପାଇଁ ବଜାରର ବ୍ୟବସ୍ଥା କରିଛନ୍ତି ।
ରାୟଗଡାରେ ଏବେ ମିଳିବ ବାଉଁଶରୁ ପ୍ରସ୍ତୁତ ରାକ୍ଷୀ - ବାଉଁଶରୁ ପ୍ରସ୍ତୁତ ରାକ୍ଷୀ
ରାୟଗଡାରେ ଏବେ ମିଳିବ ବାଉଁଶରୁ ପ୍ରସ୍ତୁତ ରାକ୍ଷୀ । ସ୍ୱୟଂସହାୟକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ବାଉଁଶରେ ତିଆରି ରାକ୍ଷୀର ପ୍ରଚାର ପ୍ରସାର ପାଇଁ ଅଣ୍ଟା ଭିଡିଛି ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ...
ଜୈବ ଅପଚୟ ମାଳା ଓ ପରିବେଶ ସହିତ ଖାପ ଖୁଆଇବା ଭଳି ଏହି ରାକ୍ଷୀ ଦୋକାନକୁ ସ୍ଥାନୀୟ ବଡ ଚାନ୍ଦିଲିର ‘ମାଁ ସନ୍ତୋଷୀ ଗହଣ ଉତ୍ପାଦନ ଗ୍ରୁପ’ ଖୋଲିଛନ୍ତି । ସ୍ଥାନୀୟ ପ୍ରକଳ୍ପ ପ୍ରଶାସକ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ରାୟଗଡ଼ ଦ୍ୱାରା ପରିଚାଳିତ ଜନଜାତି, ସେବା ଜଗତ ପାର୍ଶ୍ଵ, ରିଲାଏନ୍ସ ମାର୍କେଟ ଏବଂ ଜେ.କେ ପୁରରେ ତିନୋଟି ସରକାରୀ ଦୋକାନ ଆଜିଠାରୁ ଖୋଲାଯାଇ ଆସନ୍ତା ୨୨.୦୮.୨୦୨୧ ପର୍ଯ୍ୟନ୍ତ ରାକ୍ଷୀ ବିକ୍ରୟ କରାଯିବ ।
ବାଉଁଶ ଦ୍ୱାରା ପ୍ରସ୍ତୁତ ଆକର୍ଷଣ ରାକ୍ଷୀ ଜିଲ୍ଲା ପ୍ରଶାସନ ଏବଂ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ସ୍ଵର୍ଶ’ ମିଳିତ ସହାୟତାରେ ଏହି ଗହଣା ଉତ୍ପାଦନ ସଂସ୍ଥାକୁ ତାଲିମ ଏବଂ ବିପଣନ ବ୍ୟବସ୍ଥା କରିଥିବାବେଳେ ଏହା ଦ୍ଵାରା ମାଁ ସନ୍ତୋଷୀ ସ୍ୱୟଂସହାୟକ ଗୋଷ୍ଠୀର ୩୩ ଜଣ ମହିଳା ଉପକୃତ ହୋଇପାରିବେ ।
ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ