ସ୍ବେଚ୍ଛାସେବୀ ଅନୁଷ୍ଠାନ ଫାର ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମରେ କଲେଜର କର୍ମକର୍ତ୍ତା, ଛାତ୍ରଛାତ୍ରୀଙ୍କ ଗହଣରେ ପ୍ରଶାସନିକ ଅଧିକାରୀଙ୍କ ଦ୍ବାରା ବ୍ଲୁ ବଟନ ଏକ୍ସପ୍ରେସର ଶୁଭାରମ୍ଭ କରାଯାଇଛି । ମୁନିଗୁଡା ବିଡିଓ ଡ. ଦିଲୀପକୁମାର ବେହେରା, ତହସିଲଦାର ଡ. ଦେବାଶିଷ ଗୌଡ଼,ପୋଲିସ ଅଧିକାରୀ ତାପନ କୁମାର ମହାଲିଙ୍କ ଉପସ୍ଥିତିରେ ଛାତ୍ର ଛାତ୍ରୀଙ୍କୁ ମୋ ଭୋଟ୍-ମୋ ଦେଶ, ମୋ ଭୋଟ୍- ସଉଦା ନୁହଁ, ଭୋଟ୍ ଦେବା -ଦେଶ ଗଢିବା ଆଦି ଶପଥ ପାଠ କରାଯାଇଥିଲା ।
ଇଲେକସନ ୱାଚ ପକ୍ଷରୁ ସଚେତନତା ଅଭିଯାନ - election
ମୁନିଗୁଡା ସ୍ଥିତ ମହାବିଦ୍ୟାଳୟରେ ସଚେତନତା ରଥ ବ୍ଲୁ ବଟନର ଉଦଘାଟନ ହୋଇଛି । ମୁନିଗୁଡା ବିଡିଓ ଡ. ଦିଲୀପକୁମାର ବେହେରା, ତହସିଲଦାର ଡ. ଦେବାଶିଷ ଗୌଡ଼,ପୋଲିସ ଅଧିକାରୀ ତାପନ କୁମାର ମହାଲି ସାମିଲ ।

ଫଟୋ ସୌଜନ୍ୟ : ସମ୍ବାଦଦାତା, ରାୟଗଡା
ଭିଡିଓ ସୌଜନ୍ୟ : ସମ୍ବାଦଦାତା, ରାୟଗଡା
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ