ଓଡିଶା

odisha

By

Published : May 31, 2020, 10:07 AM IST

Updated : May 31, 2020, 10:29 AM IST

ETV Bharat / state

ବାରିଝୋଲାରେ ଅଜଣା ରୋଗ ଆତଙ୍କ , ସରପଞ୍ଚ ଓ ସମିତିସଭ୍ୟଙ୍କ ସମେତ ୮୦ ଆକ୍ରାନ୍ତ

ଡେଙ୍ଗୁ ପରେ ଏବେ ରାୟଗଡା ଜିଲ୍ଲାରେ ଅଜଣା ରୋଗର ଆତଙ୍କ ଦେଖାଦେଇଛି । ରାୟଗଡ଼ା ବ୍ଲକ ଅଧୀନରେ ଥିବା ବାରିଝୋଲା ଗାଁରେ ଏହି ରୋଗ ଦେଖାଦେଇଛି । ଗତ ୨୦ ଦିନରେ ଏହି ଗାଁରେ 80ରୁ ଉର୍ଦ୍ଧ୍ବ ଲୋକ ଆକ୍ରାନ୍ତ ହୋଇଥିବା ଦେଖିବାକୁ ମିଳିଛି । ଏପରିକି ଅଜଣା ରୋଗରେ ସରପଞ୍ଚ, ସମିତିସଭ୍ୟ, ଅଙ୍ଗନବାଡ଼ି ଓ ଆଶାକର୍ମୀ ଆକ୍ରାନ୍ତ ହେବା ପରେ ଘଟଣାକୁ ଗୁରୁତର ସହ ନେଇଛି ସ୍ବାସ୍ଥ୍ୟ ବିଭାଗ । ଅଧିକ ପଢନ୍ତୁ...

ବାରିଝୋଲାରେ ଅଜଣା ରୋଗ ଆତଙ୍କ , ସରପଞ୍ଚ ଓ ସମିତିସଭ୍ୟଙ୍କ ସମେତ ୮୦ ଆକ୍ରାନ୍ତ
ବାରିଝୋଲାରେ ଅଜଣା ରୋଗ ଆତଙ୍କ , ସରପଞ୍ଚ ଓ ସମିତିସଭ୍ୟଙ୍କ ସମେତ ୮୦ ଆକ୍ରାନ୍ତ

ରାୟଗଡା: ଡେଙ୍ଗୁ ପରେ ଏବେ ରାୟଗଡା ଜିଲ୍ଲାରେ ଅଜଣା ରୋଗର ଆତଙ୍କ ଦେଖାଦେଇଛି । ରାୟଗଡ଼ା ବ୍ଲକ ଅଧୀନରେ ଥିବା ବାରିଝୋଲା ଗାଁରେ ଏହି ରୋଗ ଦେଖାଦେଇଛି । ଗତ ୨୦ ଦିନରେ ଏହି ଗାଁରେ 80ରୁ ଉର୍ଦ୍ଧ୍ବ ଲୋକ ଆକ୍ରାନ୍ତ ହୋଇଥିବା ଦେଖିବାକୁ ମିଳିଛି । ଏପରିକି ଅଜଣା ରୋଗରେ ସରପଞ୍ଚ, ସମିତିସଭ୍ୟ, ଅଙ୍ଗନବାଡ଼ି ଓ ଆଶାକର୍ମୀ ଆକ୍ରାନ୍ତ ହେବା ପରେ ଘଟଣାକୁ ଗୁରୁତର ସହ ନେଇଛି ସ୍ବାସ୍ଥ୍ୟ ବିଭାଗ । ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗ୍ରାମରୁ ରକ୍ତ ନମୁନା ସଂଗ୍ରହ କରାଯିବା ସହ ପରୀକ୍ଷା ପାଇଁ କଟକ ବଡ ଡ଼ାକ୍ତରଖାନା ପଠାଯାଇଛି ।

ବାରିଝୋଲାରେ ଅଜଣା ରୋଗ ଆତଙ୍କ , ସରପଞ୍ଚ ଓ ସମିତିସଭ୍ୟଙ୍କ ସମେତ ୮୦ ଆକ୍ରାନ୍ତ

ଗାଁ ଲୋକଙ୍କ କହିବା ଅନୁସାରେ, ପ୍ରଥମେ ଜ୍ବର ଆସୁଛି ପରେ ମୁଣ୍ଡ, ଆଣ୍ଠୁଗଣ୍ଠି ବ୍ୟଥା ସହ ଦେହସାରା କୁଣ୍ଡିଆ ହୋଇ ଫଳିଯାଉଛି । ଔଷଧ ଖାଇବା ୩ ଦିନ ପରେ ଜ୍ବର ଟିକିଏ କମୁଥିବାବେଳେ ବ୍ୟଥା କିନ୍ତୁ କମିବାର ନା ନେଉନି । ଅସୁସ୍ଥ ଗ୍ରାମବାସୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ଘରୋଇ ଡାକ୍ତରଙ୍କ ପାଖରେ ଚିକିତ୍ସା କରି ଭଳ ହେବାପରେ ପୁଣି ଥରେ ଜ୍ବର ଫେରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ବାରିଝୋଲାରେ ଅଜଣା ରୋଗ ଆତଙ୍କ , ସରପଞ୍ଚ ଓ ସମିତିସଭ୍ୟଙ୍କ ସମେତ ୮୦ ଆକ୍ରାନ୍ତ
ବାରିଝୋଲାରେ ଅଜଣା ରୋଗ ଆତଙ୍କ , ସରପଞ୍ଚ ଓ ସମିତିସଭ୍ୟଙ୍କ ସମେତ ୮୦ ଆକ୍ରାନ୍ତ

ଏପରିକି ଏହି ଅଜଣା ରୋଗରେ ସରପଞ୍ଚ, ସମିତିସଭ୍ୟ, ଅଙ୍ଗନବାଡ଼ି ଓ ଆଶାକର୍ମୀ ଆକ୍ରାନ୍ତ ହେବା ପରେ ଘଟଣାକୁ ଗୁରୁତର ସହ ନେଇଛି ସ୍ବାସ୍ଥ୍ୟ ବିଭାଗ । ଜେମାଦେଇପେଣ୍ଠ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା. ପି କେ ସୁବୁଦ୍ଧିଙ୍କ ନେତୃତ୍ବରେ ମେଡ଼ିକାଲ ଟିମ ଗାଁରେ ପହଞ୍ଚି ନମୁନା ସଂଗ୍ରହ କରିଛି । ଗାଁର ୧୫ ଜଣ ଆକ୍ରାନ୍ତଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ କଟକ ବଡ ଡ଼ାକ୍ତରଖାନା ପଠାଯାଇଛି । ତେବେ ରିପୋର୍ଟ ମିଳିବା ପରେ ରୋଗର କାରଣ ଜଣାପଡିବ ବୋଲି କହିଛିନ୍ତି ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଲକ୍ଷ୍ମୀ ନାରାୟଣ ପୃଷ୍ଟି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

Last Updated : May 31, 2020, 10:29 AM IST

ABOUT THE AUTHOR

...view details