ରାୟଗଡ଼ା: ଜିଲ୍ଲାରେ ଶିକ୍ଷକ ଓ ଶିକ୍ଷୟିତ୍ରୀ ପଦବୀ ପୂରଣରେ ଅନିୟମିତତା ଅଭିଯୋଗ ହୋଇଛି । ଯୁବକ ଯୁବତୀ ମାନଙ୍କୁ ମାତ୍ର ୧୭ଟି ନିଯୁକ୍ତି ପାଇଥିବାବେଳେ, ୩୬ଜଣ ଅନ୍ୟ ଜିଲ୍ଲାରୁ ନିଯୁକ୍ତି ପାଇଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଜିଲ୍ଲାର ଯୁବକ ଯୁବତୀ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଏ ନେଇ ଆଶାୟୀ ଯୁବକ ଯୁବତୀ ଜିଲ୍ଲାପାଳଙ୍କ ନିକଟରେ ଏକ ଦାବିପତ୍ର ପ୍ରଦାନ କରିଥିବା ଜଣାପଡ଼ିଛି ।
ରାୟଗଡ଼ାରେ ଶିକ୍ଷକ ପଦବୀ ପୂରଣରେ ଅନିୟମିତତା ଅଭିଯୋଗ ଚୁକ୍ତି ଭିତ୍ତିକ ଶିକ୍ଷକ ପଦବୀ ପାଇଁ ୬୩ଟି ପଦବୀ ପୂରଣ ଲାଗି ଜିଲ୍ଲା ମଙ୍ଗଳ ବିଭାଗ ପକ୍ଷରୁ ବିଜ୍ଞାପନ ପ୍ରକାଶ ପାଇଥିଲା । ଜିଲ୍ଲାର ପିଲାଙ୍କୁ ସେହି ଜିଲ୍ଲାରେ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ଦେବା ପାଇଁ ସେଥିରେ ଦର୍ଶାଯାଇଥିଲା । କିନ୍ତୁ ଏସବୁ ନିଯୁକ୍ତି ପ୍ରଦାନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ଏନେଇ ଯୁବକ ଯୁବତୀ ମାନେ ନିଯୁକ୍ତି ପ୍ରଦାନରେ ଅନିୟମିତତା ହୋଇଥିବା ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।
ଏହା ବି ପଢନ୍ତୁ- ରାଜ୍ୟ ସରକାରଙ୍କୁ ରାୟଗଡା ବିଜେପି ଯୁବମୋର୍ଚ୍ଚା ପଚାରିଲା 22ଟି ପ୍ରଶ୍ନ
ଜିଲ୍ଲାର ଯୁବକ ଯୁବତୀ ମାନଙ୍କୁ ମାତ୍ର ୧୭ଟି ନିଯୁକ୍ତି ମିଳିଥିବା ବେଳେ ୩୬ଜଣ ଅନ୍ୟ ଜିଲ୍ଲାରୁ ନିଯୁକ୍ତି ପାଇଥିବା ଅଭିଯୋଗ କରିଛନ୍ତି । ଜିଲ୍ଲା ମଙ୍ଗଳ ବିଭାଗ ଅଧୀନରେ ଏହି ନିଯୁକ୍ତି ପ୍ରଦାନ କରିବା ପାଇଁ ବିଜ୍ଞାପନ ଦିଆଯାଇଥିବାବେଳେ, ଏଭଳି ଅନିୟମିତତା ଯୋଗୁଁ ଜିଲ୍ଲାର ଯୁବକ ଯୁବତୀ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଅନ୍ୟ ଜିଲ୍ଲା ଗୁଡ଼ିକରେ ନିଜ ଜିଲ୍ଲାର ଯୁବକ ଯୁବତୀ ମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ପ୍ରଦାନ କରାଯାଇଥିବାବେଳେ, ରାୟଗଡ଼ା ଜିଲ୍ଲାରେ ଏହାର ବ୍ୟତିକ୍ରମ ଦେଖା ଦେଇଥିବା ନେଇ ସେମାନେ ଅଭିଯୋଗ କରିଛନ୍ତି ।
ଏ ନେଇ ଆଶାୟୀ ଯୁବତୀ କୋଇଲା କୃଷ୍ଣବେଣୀ କହିଛନ୍ତି, "ନିଯୁକ୍ତି ରାୟଗଡ଼ା ଜିଲ୍ଲାର ଆଶାୟୀ ପ୍ରାର୍ଥୀଙ୍କୁ ପ୍ରିଫରେନ୍ସ ମିଳିଲା ନାହିଁ । ଏଥିରେ ଅଲଗା ଜିଲ୍ଲାର ଆଶାୟୀଙ୍କୁ ଅଧିକ ନିଯୁକ୍ତି ମିଳିଛି । ମାତ୍ର ବିଜ୍ଞାପନରେ ନିଜ ଜିଲ୍ଲାର ପିଲାଙ୍କୁ ଅଧିକ ସୁଯୋଗ ଦିଆଯିବା ଲାଗି ଲେଖାଥିବାବେଳେ, ସେପରି ହୋଇନାହିଁ । ଯଦି ଆମ ଜିଲ୍ଲାର ପିଲାଙ୍କୁ ନିଯୁକ୍ତି ଦିଆଯାଇଥାନ୍ତା ଆମେ ଉପକୃତ ହୋଇଥାନ୍ତୁ ।"
ଇଟିଭି ଭାରତ, ରାୟଗଡ଼ା