ଓଡିଶା

odisha

ETV Bharat / state

ଅଭିଯୁକ୍ତ ଚମ୍ପଟ ଘଟଣାରେ କାର୍ଯ୍ୟାନୁଷ୍ଠାନ, ASI ଓ 2 କନେଷ୍ଟବଳ ନିଲମ୍ବିତ - ପୋଲିସ ହେପାଜତରୁ ଅଭିଯୁକ୍ତ ଫେରାର

ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନାରୁ ଅଭିଯୁକ୍ତ ଫେରାର ଘଟଣା । କଲ୍ୟାଣସିଂହପୁର ଥାନାର ASI ଓ ଦୁଇ କନଷ୍ଟେବଳ ନିଲମ୍ବିତ । ଅଧିକ ପଢ଼ନ୍ତୁ

accused escaped from police custody
ପୋଲିସ ହେପାଜତରୁ ଅଭିଯୁକ୍ତ ଫେରାର

By

Published : Jan 2, 2023, 12:22 PM IST

Updated : Jan 2, 2023, 8:38 PM IST

ଅଭିଯୁକ୍ତ ଚମ୍ପଟ ଘଟଣାରେ କାର୍ଯ୍ୟାନୁଷ୍ଠାନ

ରାୟଗଡ଼ା:ପୋଲିସ ହେପାଜତରୁ ଅଭିଯୁକ୍ତ ଫେରାର ମାରିବା ଘଟଣାରେ କାର୍ଯ୍ୟାନୁଷ୍ଠାନ । କଲ୍ୟାଣସିଂହପୁର ଥାନା ଏଏସଆଇ ଓ ଦୁଇ କନଷ୍ଟେବଳ ନିଲମ୍ବିତ । ଗତ ଡିସେମ୍ବର 30 ତାରିଖରେ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନାରୁ ଅଭିଯୁକ୍ତ ଫେରାର ହୋଇଥିଲା । ସାନ ଭାଇକୁ ହତ୍ୟା ଘଟଣାରେ ପୋଲିସ ହେପାଜତରେ ଥିଲା ଅଭିଯୁକ୍ତ । କୋର୍ଟରେ ହାଜର ହେବା ପୂର୍ବରୁ ଥାନାରୁ ଚମ୍ପଟ ମାରିଥିଲା । ଏହି ଘଟଣାରେ କଲ୍ୟାଣସିଂହପୁର ଥାନା ASI ମନୋଜ ମଲ୍ଲିକ, କନଷ୍ଟେବଳ ଗାଙ୍ଗାରାଓ ମାଣ୍ଡାଙ୍ଗି ଓ ଡମ୍ବୁରୁ ପିଡ଼ିତାକାଙ୍କୁ ନିଲମ୍ବିତ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ:ଜନ୍ମଦାତ୍ରୀକୁ ଚପଲରେ ମାଡ଼ ମାରିଲା ଝିଅ, ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା

ଭାଇକୁ ମାରି ଧରା ପଡିଥିଲା

ସୂଚନା ଥାଉକି, ନିୟମଗିରି ପାହାଡ ଲାମ୍ବା ଗ୍ରାମରେ ଗତ ଡିସେମ୍ବରର ୨୭ ତାରିଖ ଦିନ କାନ୍ଦୁଲ ପର୍ବକୁ ନେଇ ଦୁଇ ଭାଇ ମଧ୍ୟରେ ବିବାଦ ହୋଇଥିଲା । ଏଥିରେ ରାଗ ରଖି ବଡ ଭାଇ ଡମ୍ବୁରୁ ପୁସିକା ସନ୍ଧ୍ୟା ସମୟରେ ଜଗି ରହି ସାନଭାଇ ମିନ୍ଦୁରୁକୁ ଏକ ଧାରୁଆ ଟାଙ୍ଗିଆରେ ନିର୍ମମ ଭାବେ ହତ୍ୟାକରି ଫିଙ୍ଗି ଦେଇଥିଲା । ହତ୍ୟା ପରେ ପୋଲିସକୁ ଜଣାଇଥିଲେ ମଧ୍ୟ ଘଟଣାର ତଦନ୍ତ ନକରି ପୋଲିସ ଫେରିଯାଇଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ:କୋର୍ଟରେ ହାଜର ପୂର୍ବରୁ ପୋଲିସ ହେପାଜତରୁ ଚମ୍ପଟ ମାରିଲା ଅଭିଯୁକ୍ତ

ପୁଣି ଥରେ ଗ୍ରାମବାସୀ ଥାନାରେ ଜଣାଇବା ପରେ ହତ୍ୟାର ତିନିଦିନ ପରେ ପୋଲିସ ଲାମ୍ବା ଗ୍ରାମକୁ ଯାଇ ମୃତଦେହ ଜବତ କରିଥିଲା । ଏହି ଘଟଣାରେ ଅଭିଯୁକ୍ତକୁ ଥାନାକୁ ଆଣି ପଚରାଉଚରା କରୁଥିବା ଆଇଆଇସି ମୁକୁନ୍ଦ ଦେବ ନାୟକ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ଅଭିଯୁକ୍ତକୁ କୋର୍ଟ ଚାଲାଣ ହୋଇଥାନ୍ତା । କିନ୍ତୁ ଶୌଚାଳୟ ଯିବାକୁ କହି ଅଭିଯୁକ୍ତ ଜଣକ ଥାନାରୁ ଫେରାର ମାରିଥିଲା । ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ଇଟିଭି ଭାରତ, ରାୟଗଡ଼ା

Last Updated : Jan 2, 2023, 8:38 PM IST

ABOUT THE AUTHOR

...view details