ଓଡିଶା

odisha

ETV Bharat / state

ଗୁଣୁପୁରରେ ଫୁଟିଲା ଗୁଳି, ଆଶା ସଂସ୍ଥାର ନିର୍ଦ୍ଦେଶକଙ୍କୁ ହତ୍ୟା - ଆଶା ସଂସ୍ଥାର ନିର୍ଦ୍ଦେଶକଙ୍କୁ ଗୁଳିକରି ହତ୍ୟା

ଗୁଣୁପୁରରେ ଫୁଟିଲା ଗୁଳି, ଆଶା ସଂସ୍ଥାର ନିର୍ଦ୍ଦେଶକଙ୍କୁ ଗୁଳିକରି ହତ୍ୟା କଲେ ତିନି ଦୁର୍ବୃତ୍ତ । ଅଧିକ ପଢନ୍ତୁ

Asha Institute Director Shot Dead
Asha Institute Director Shot Dead

By

Published : May 14, 2023, 7:06 AM IST

ରାୟଗଡା: ଗୁଣୁପୁରରେ ଫୁଟିଲା ଗୁଳି । ଦୁର୍ବୃତ୍ତଙ୍କ ଗୁଳିମାଡରେ ଆଶା ସଂସ୍ଥାର ନିର୍ଦ୍ଦେଶକଙ୍କ ମୃତ୍ୟୁ ହୋଇଥିବା ସୂଚନା । ମୃତକ ଜଣଙ୍କ ହେଉଛନ୍ତି ଗୌରୀ ମିଶ୍ର । ଶନିବାର ରାତିରେ ସେ ସାଙ୍ଗ ସାଥୀଙ୍କ ସହ ଘରକୁ ଫେରୁଥିବା ସମୟରେ ଗୁଳିମାଡର ଶିକାର ହୋଇଥିଲେ । ଗୌରୀଙ୍କ ମୁହଁରେ ଗୁଳି ବାଜିବାରୁ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିଲା । ତେବେ କିଏ ଓ କାହିଁକି ତାଙ୍କୁ ଗୁଳି କରି ହତ୍ୟା କଲା ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି ।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ 10ଟା 30 ମିନିଟ ସମୟରେ ସ୍ଥାନୀୟ ବଂଶଧାରା ନଦୀ ପୋଲ ଉପରେ ନିଜ ସାଙ୍ଗ ସାଥୀଙ୍କ ଗହଣରେ ଥିଲେ ଗୌରୀ । ସେଠାରୁ ସେ ନିଜ ଘରକୁ ଫେରୁଥିବା ସମୟରେ ତିନିଜଣ ବ୍ୟକ୍ତି ବାଇକରେ ଆସି ତାଙ୍କ ଉପରକୁ ଅତର୍କିତ ଗୁଳିମାଡ କରିଥିଲେ । ଫଳରେ ଘଟଣା ସ୍ଥଳରେ ଟଳି ପଡିଥିଲେ ଗୌରୀ । ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ରକ୍ତ ଜୁଡୁବୁଡୁ ଅବସ୍ଥାରେ ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟରେ ଗୌରୀଙ୍କୁ ଭର୍ତ୍ତି କରିଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏହା ମଧ୍ୟ ପଢନ୍ତୁ-ଟ୍ରେଡ୍‌ ଆପ ବ୍ୟବହାର କରୁଥିଲେ ହୋଇଯାଆନ୍ତୁ ସାବଧାନ, ନହେଲେ ଖାଲି ହୋଇଯିବ ଆକାଉଣ୍ଟ

ଉକ୍ତ ଅଞ୍ଚଳରେ ଏପରି ଘଟଣା ପ୍ରଥମ ଥର ଘଟିଥିବାରୁ ସାଧାରଣରେ କୋକୁଆ ଭୟ ସୃଷ୍ଟି କରିଛି । ଜଣେ ଯୁବ ସମାଜ ସେବୀଙ୍କୁ ହରାଇ ଗ୍ରାମବାସୀ ସ୍ତବ୍ଧ ହୋଇଯାଇଛନ୍ତି । ଗୁଳିମାଡ ସମୟରେ ଗୌରୀଙ୍କ ନିକଟରେ ତାଙ୍କ ବନ୍ଧୁ ସତ୍ୟ ଶତପଥୀ, ଅଶୋକ ରଥ ଓ ଅକ୍ଷୟ ଦାଶ ପ୍ରମୁଖ ଉପସ୍ଥିତି ଥିଲେ । ଏହି ଘଟଣାରେ ଥାନା ଅଧିକାରୀ ନିଳାମ୍ବର ଜାନୀଙ୍କ ସମେତ ଏକ ପୋଲିସ ଟିମ ତଦନ୍ତ ଜାରି ରଖିଛନ୍ତି । ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ବେଳେ ଆଜି ମୃତଦେହ ବ୍ୟବଚ୍ଛେଦ କରାଯିବ ବୋଲି ସୂଚନା ମିଳିଛି ।

ତେବେ କିଏ ଓ କାହିଁକି, କେଉଁ କାରଣକୁ କେନ୍ଦ୍ର କରି ଗୌରୀଙ୍କୁ ହତ୍ୟା କଲା ସେନେଇ ପୋଲିସ ଖୋଳତାଡ କରୁଛି । କେଉଁମାନେ ଏହି ହତ୍ୟାକାଣ୍ଡରେ ସାମିଲ ଅଛନ୍ତି ତାହା ତଦନ୍ତ ପରେ ସ୍ପଷ୍ଟ ହେବ । ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଛି ନା ରହିଛି ଅନ୍ୟ କିଛି କାରଣ ତାହା ଆଗକୁ ଜଣାପଡିବ । ମୃତକଙ୍କ ପରିବାର ପକ୍ଷରୁ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ପୋଲିସ ମଧ୍ୟ ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ରଖିନାହିଁ । ଅଧିକ ତଦନ୍ତ ପରେ ହତ୍ୟାର କାରଣ ସାମ୍ନାକୁ ଆସିବ।

ଇଟିଭି ଭାରତ, ରାୟଗଡା

ABOUT THE AUTHOR

...view details