ଓଡିଶା

odisha

By

Published : Aug 21, 2023, 2:17 PM IST

Updated : Aug 21, 2023, 2:46 PM IST

ETV Bharat / state

ଅପହଞ୍ଚ ଇଲାକାର ଆଶାର କିରଣ ସଞ୍ଜିତା, ନଦୀ ଗିରି ଲଙ୍ଘି ଯୋଗାଉଛନ୍ତି ସ୍ବାସ୍ଥ୍ୟସେବା

ଅନବରତ ସେବା ଯୋଗାଇ ଅନ୍ୟଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ଆଶା ଦିଦି ସଞ୍ଜିତା। ଅପହଞ୍ଚ ଇଲାକାର ଆଶାର କିରଣ ସାଜିଛନ୍ତି ଆଶା ଦିଦି। ଅଧିକ ପଢନ୍ତୁ

asha didi sanjita nayak
asha didi sanjita nayak

asha didi sanjita nayak

ରାୟଗଡା: ଅପହଞ୍ଚ ଇଲାକାର ଆଶାର କିରଣ ସାଜିଛନ୍ତି ଆଶା ଦିଦି । ଯେଉଁଠି ଆମ୍ବୁଲାନ୍ସ ପହଞ୍ଚି ପାରୁନି ସେଇଠି ପହଞ୍ଚୁଛନ୍ତି ଆଶା ଦିଦି ସଞ୍ଜିତା । ବିପଦ ଯେଉଁଠି ଆଶା ଦିଦି ସେଇଠି । ବିପଦ ସହ ଲଢ଼ି ଲୋକଙ୍କୁ ସେବା ଯୋଗାଇବାରେ ସେ ମାହିର । ରାୟଗଡା ଜିଲ୍ଲା କୋଡ଼ିପାରି ପଞ୍ଚାୟତ ଯୋଡ଼ିପଦର ଗ୍ରାମର ଆଶା ଦିଦି ସଞ୍ଜିତା ନାଏକ ଲୋକଙ୍କ ସେବା ପାଇଁ ଦିନ ରାତି ଏକ କରି ଦେଇଛନ୍ତି । ତାଙ୍କୁ ଖାଲି ଆଶା ଦିଦି କହିଲେ ଭୁଲ୍‌ ହେବ, ବରଂ ସେ ଜଣେ ଦୁର୍ଗମ ବଣପାହାଡ଼ ଇଲାକାର ମାଆ ମାଟି ପାଇଁ ସମର୍ପିତ ଜଣେ ଜାଗ୍ରତ ପହରୀ । ଯେଉଁ ଇଲାକାକୁ ଆମ୍ବୁଲାନ୍ସ ପହଞ୍ଚିପାରେ ନାହିଁ ସେଠି ପ୍ରତିଦିନ ସେବା ପହଞ୍ଚାଇଥାଆନ୍ତି । ଆଉ ଅସୁବିଧା ସମୟରେ ଆଶା ଦିଦିଙ୍କୁ ଦେଖିଲେ ଲୋକଙ୍କ ମୁହଁରେ ହସ ଫୁଟେ ।

ସକାଳ ହେଲେ ସ୍ବାମୀଙ୍କ ବାଇକ ପଛ ପଟେ ବସି ସେବା ଯୋଗାଇବାକୁ ବାହାରି ପଡନ୍ତି ସଞ୍ଜିତା । ମାନବ ସେବାକୁ ମାଧବ ସେବା ଭାବି କି ଦିନ କି ରାତି ପ୍ରତି ସମୟରେ ଗ୍ରାମାଞ୍ଚଳରେ ପହଞ୍ଚି ସେବା ଯୋଗାଇ ଦେଇଥାନ୍ତି । ନେଟୱର୍କ ନଥିଲେ ଆମ୍ବୁଲାନ୍ସ ପାଈଁ ପାହାଡ଼ ଚଢିଥାନ୍ତି। ନଦୀ ନାଳ ପାରି ହୋଇ କିପରି ସୁରକ୍ଷିତରେ ଡାକ୍ତର ଖାନାରେ ରୋଗୀ ପହଞ୍ଚାଇବେ ସେଥି ପାଇଁ ପ୍ରାଣପଣେ ଚେଷ୍ଟା କରିଥାନ୍ତି ସେ।

ଏହା ମଧ୍ୟ ପଢନ୍ତୁ-ଚର୍ଚ୍ଚାରେ ଆଶା ଦିଦି 'ଗୁରୁବାରୀ ମାଉସୀ', ସାଇକେଲରେ ବାଣ୍ଟୁଛନ୍ତି କୋରୋନା ସଚେତନତା ବାର୍ତ୍ତା

କୋରୋନା ମହାମାରୀ ଓ ହଇଜା ସମୟରେ ମଧ୍ୟ ତାଙ୍କ ଉଦ୍ୟମ ପ୍ରଶଂସନୀୟ ବୋଲି ଅଞ୍ଚଳ ବାସୀ ମତପ୍ରକାଶ କରିଛନ୍ତି । ସଞ୍ଜିତା ଏହି କିଛିଦିନ ତଳେ ଅଡ଼ଜାଲ ଗ୍ରାମକୁ ଯିବାକୁ ଏକ ନଦୀ ପାର ହୋଇଥିଲେ । ସେଠାରେ ପହଞ୍ଚିବା ପରେ ଜଣେ ଗର୍ଭବତୀଙ୍କୁ ମଧ୍ୟ ନଦୀପାର କରାଇଥିଲେ । କିନ୍ତୁ ହସ୍ପିଟାଲରେ ପହଞ୍ଚିବା ପୂ୍ର୍ବରୁ ନଦୀ କୂଳରେ ମହିଳା ଜଣଙ୍କ ପ୍ରସବ କରିଥିଲେ। ତାଙ୍କର ଏପରି ସେବାକୁ ସ୍ଥାନୀୟ ଲୋକେ ବେଶ ପ୍ରଶଂସା କରିଛନ୍ତି । କର୍ମକୁ ଭଗବାନ ମନେ କରି ସେବା କରି ଚାଲିଛନ୍ତି ସଞ୍ଜିତା ।

ଦୃଢ଼ ଇଚ୍ଛାଶକ୍ତି ଥିଲେ ସବୁ ସମ୍ଭବ ଯାହାକୁ ପ୍ରମାଣିତ କରିଛନ୍ତି ଆଶା ଦିଦି ସଞ୍ଜିତା । ଏଭଳି ଅନେକ ସଞ୍ଜିତା ଆଜି ମଧ୍ୟ ଓଡିଶାର ଅନେକ ଦୁର୍ଗମ ଅଞ୍ଚଳରେ ରହିଛନ୍ତି । ଏଭଳି ବଣ ମଲ୍ଲିକୁ ଚିହ୍ନଟ କରି ସମ୍ମାନିତ କରାଗଲେ ସେମାନେ ଅଧିକରୁ ଅଧିକ ସେବା କରିବାକୁ ପ୍ରେରିତ ହେବେ । ସଞ୍ଜିତା ଆଶା ଦିଦିଙ୍କ ଏଭଳି ମହାନ କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି। ତାଙ୍କର ଏପରି ନିଃସ୍ବାର୍ଥପର ସେବା ଅନ୍ୟ ମାନଙ୍କ ପାଇଁ ପ୍ରରଣା ପାଲଟିଛି।

ଏନେଇ ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି,"ଆଶା ଦିଦି ସଞ୍ଜିତା ନାୟକ ବହୁତ ଭଲ କାମ କରୁଛନ୍ତି। ସେ ଯେଉଁ ଭଳି ଭାବ କାମ କରୁଛନ୍ତି କାଶୀପୁର ବ୍ଲକରେ ସେହିପରି କାମ କେହିବି କରୁନାହାନ୍ତି । ଦିନ ହେଉ କି ରାତି ଘରେ ସେ କେବେ ବି ରୁହନ୍ତି ନାହିଁ । ସବୁଦିନ ବୁଲି ବୁଲି ସେ ଲୋକଙ୍କ ସେବା କରୁଛନ୍ତି ।

ଇଟିଭି ଭାରତ, ରାୟଗଡା

Last Updated : Aug 21, 2023, 2:46 PM IST

ABOUT THE AUTHOR

...view details