ଓଡିଶା

odisha

ETV Bharat / state

ଥଇଥାନ ପୂର୍ବରୁ ବସ୍ତି ଉଚ୍ଛେଦ, ଜିଲ୍ଲାପାଳଙ୍କ ଅଫିସ ଘେରିଲା ଆପ - ବିକ୍ଷୋଭ ପ୍ରଦର୍ଶନ କଲା ଆମ ଆଦମି ପାର୍ଟି

ବସ୍ତି ଉଚ୍ଛେଦକୁ ନେଇ ବିକ୍ଷୋଭ ପ୍ରଦର୍ଶନ କଲା ଆମ ଆଦମି ପାର୍ଟି । ରାୟଗଡା ଜିଲ୍ଲାପାଳଙ୍କ ଅଫିସ ଘେରାଉ । ଅଧିକ ପଢନ୍ତୁ

app protest in front of collector office
app protest in front of collector office

By

Published : Feb 17, 2023, 12:33 PM IST

app protest in front of collector office

ରାୟଗଡା:ରେଳବାଇ ଜମିରେ ଥିବା ବସ୍ତି ଉଚ୍ଛେଦକୁ ନେଇ ଗର୍ଜିଲା ଆମ ଆଦମୀ ପାର୍ଟି । ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାୟଗଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କଲା ଆପ ପାର୍ଟିର କର୍ମୀ । ଥଇଥାନ ପୂର୍ବରୁ କାହିଁକି ବସ୍ତି ଉଚ୍ଛେଦ କରାଗଲା ବୋଲି ସେନେଇ ପ୍ରଶ୍ନ କରିଛି ଦଳ ।

ରାୟଗଡା ସହରର ପୌରପାଳିକା ରେଳବାଇ ଜାଗାରେ ଥିବା ସମସ୍ତ ବସ୍ତି ବାସିନ୍ଦା ଭୂମିହୀନ, ଦିନ ମଜୁରିଆ, ଅସହାୟ ଗରିବ ଲୋକ । ବିଗତ 50 ବର୍ଷ ଧରି ସହର ତଳିରେ ଥିବା ରେଲୱେ ଜମିରେ ଘର କରି ରହୁଥିଲେ ପ୍ରାୟ ଏକ ହଜାରରୁ ଊର୍ଦ୍ଧ୍ବ ପରିବାର । କେନ୍ଦ୍ର ସରକାର ରାୟଗଡା ଜିଲ୍ଲା ସଦର ମହକୁମାରେ ନୂତନ ରେଳ ଡିଭିଜନ ନିର୍ମାଣ କରିବା ପାଇଁ ଘୋଷଣା କରିବା ପରେ ଏବେ ଆରମ୍ଭ ହୋଇଛି ଉଚ୍ଛେଦ ପ୍ରକ୍ରିୟା । ଏହାକୁ ବିରୋଧ କରି ଗୁରୁବାର ଆପର ରାଜ୍ୟ ସଂପାଦକ ଜନ୍ମେଜୟ ସ୍ବାଇଁଙ୍କ ନେତୃତ୍ବରେ ସ୍ଥାନୀୟ କୋରାପୁଟ ଛକରୁ କୋଇଲା ପଡା ବସ୍ତିର ଲୋକଙ୍କ ସହିତ ଏକ ଶୋଭାଯାତ୍ରା ଆରମ୍ଭ ହୋଇଥିଲା ।

ଏହି ଶୋଭାଯାତ୍ରା ସହରର ପରିକ୍ରମା କରି ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ପହଞ୍ଚି ଶତାଧିକ ବସ୍ତି ବାସିନ୍ଦା ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏଥିସହ ରେଳ ଲାଇନ ସମ୍ପ୍ରସାରଣ ଯୋଗୁଁ ବସ୍ତି ଉଚ୍ଛେଦ ହେବ । ତେଣୁ ଏହା ପୂର୍ବରୁ ବସ୍ତି ବାସିନ୍ଦାଙ୍କୁ ଥଇଥାନ କରିବାକୁ ଦାବି କରିଥିଲେ । ତେବେ ଗରିବ ପରିବାରକୁ ଉଚ୍ଛେଦ ବା ସେମାନଙ୍କ ଘର ଭାଙ୍ଗିବା ପୂର୍ବରୁ ଉପଯୁକ୍ତ ଥାଇଥାନ କରିବା ଦାବିରେ ରାଜ ରାସ୍ତାକୁ ଓହ୍ଳାଇଥିଲା ଆଦମୀ ପାର୍ଟି ।

ଗତ କିଛି ଦିନ ତଳେ ଜେ.ଏସ୍.କୋ ମାଲିକାନାରେ ଥିବା ୫୦୬ ଏକର ଜମି ସରକାରୀ ଖାତାକୁ ଆସିଥିବା ବେଳେ ସେଥିରୁ କିଛି ଜମି ସହର ତଳିରେ ଥିବା ରେଲୱେ ଜମିରେ ଘର କରି ରହୁଥିବା ଗରିବଙ୍କୁ ପ୍ରଦାନ କରିବା ପାଇଁ ଦାବି କରିଛି ଆମ ଆଦମୀ ପାର୍ଟି । ଯଦି ବସ୍ତି ଉଚ୍ଛେଦ ପୂର୍ବରୁ ବସ୍ତି ବାସିନ୍ଦାଙ୍କୁ ପୁନଃ ଥଇଥାନ ନ କରାଯାଏ ତାହେଲେ ଆଗାମୀ ଦିନରେ ଆପ ପକ୍ଷରୁ ରାଜାରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛି ।

ପରେ ଅତିରିକ୍ତ ଜିଲ୍ଲାପାଳ ଧର୍ମାନନ୍ଦ ବେହେରାଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଥିଲା । ଏହି ବିକ୍ଷୋଭରେ ନଗର ସଭାପତି,ଜିଲ୍ଲା ମହାଳା ସଂଯୋଜିକ ସୁଚିତ୍ରା ପାଇକଙ୍କ ଦ୍ବାରା ପରିଚାଳିତ ହୋଇଥିଲା । ସେହିପରି ବିଜେଡି ମଧ୍ୟ ଗତକାଲି କେନ୍ଦ୍ର ସରକାରଙ୍କ ବିରୋଧରେ ରାସ୍ତାକୁ ଓହ୍ଳାଇ ଆନ୍ଦୋଳନ କରିଥିଲା ।

ଇଟିଭି ଭାରତ, ରାୟଗଡା

ABOUT THE AUTHOR

...view details