ଓଡିଶା

odisha

By

Published : Apr 1, 2021, 9:56 AM IST

ETV Bharat / state

ବିଦ୍ୟୁତ ବିଲ ବୃଦ୍ଧି ପ୍ରତିବାଦ; ସାଉଥକୋ କାର୍ଯ୍ୟାଳୟ ଘେରାଉ କଲା ଆପ

ଛଅ ଦଫା ଦାବି ନେଇ ବୁଧବାର ଆମ୍ ଆଦମୀ ପାର୍ଟି ପକ୍ଷରୁ ରାୟଗଡା ଜିଲ୍ଲା ଶାଖା ପକ୍ଷରୁ ସାଉଥକୋ କାର୍ଯ୍ୟାଳୟ ଘେରାଉ କରାଯାଇଛି । ଅଧିକ ପଢନ୍ତୁ...

ସାଉଥକୋ କାର୍ଯ୍ୟାଳୟ ଘେରାଉ କଲା ଆପ
ସାଉଥକୋ କାର୍ଯ୍ୟାଳୟ ଘେରାଉ କଲା ଆପ

ରାୟଗଡା: ବିଦ୍ୟୁତ ବିଲ ବୃଦ୍ଧି ପ୍ରତିବାଦରେ ସାଉଥକୋ କାର୍ଯ୍ୟାଳୟ ଘେରାଉ କଲା ଆମ ଆଦମୀ ପାର୍ଟି । ଛଅ ଦଫା ଦାବି ନେଇ ବୁଧବାର ଆମ୍ ଆଦମୀ ପାର୍ଟି ପକ୍ଷରୁ ରାୟଗଡା ଜିଲ୍ଲା ଶାଖା ପକ୍ଷରୁ ସାଉଥକୋ କାର୍ଯ୍ୟାଳୟ ଘେରାଉ କରାଯାଇଛି ।

ସାଉଥକୋ କାର୍ଯ୍ୟାଳୟ ଘେରାଉ କଲା ଆପ

ରାଜ୍ୟ ସରକାର ବିଦ୍ୟୁତ ୟୁନିଟ୍ ପିଛା 30 ପଇସା ବୃଦ୍ଧି କରିଥିବାବେଳେ ଦଳ ପକ୍ଷରୁ ଏପରି ନିଷ୍ପତ୍ତିକୁ ଘୋର ବିରୋଧ କରାଯାଇଛି । ବିଗତ 6 ବର୍ଷ ମଧ୍ୟରେ ଲଗାତର ଭାବେ ତିନି ତିନ ଥର ଦର ବୃଦ୍ଧି ହୋଇଥିବାବେଳେ ସାଧାରଣ ଲୋକଙ୍କୁ ଏହା ବାଧୁଥିବା ଆପ୍ ଅଭିଯୋଗ କରିଛି ।

ଏଣୁ ରାୟଗଡା ସହରର ବସ୍ତି ଅଞ୍ଚଳରେ ରହୁଥିବା ଗରିବ ଲୋକମାନଙ୍କୁ 200 ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ ମାଗଣାରେ ଦେବା ସହ ମଧ୍ୟମ ଶ୍ରେଣୀ ବର୍ଗର ଲୋକଙ୍କୁ 400 ୟୁନିଟ୍ ପର୍ଯ୍ୟନ୍ତ ଦର ଅଧା କରିବାକୁ ଦଳ ଦାବି କରିଛି । ସରକାରୀ ଅଫିସ୍ ଓ ଘରୋଇ କଳକାରଖାନା କର୍ତ୍ତୃପକ୍ଷ ନିୟମିତ ଭାବେ ବିଦ୍ୟୁତ ବିଲ୍ ପୈଠ କରୁ ନଥିବା ବେଳେ 5ଶହ ଟଙ୍କା ବକେୟା ରହିଲେ ବିଲ୍ ଆଦାୟ କରୁଥିବା ଟାଟା ପାୱାର୍ କମ୍ପାନୀ ବିଦ୍ୟୁତ୍ ବିଚ୍ଛିନ୍ନ କରିଦେବାକୁ ଧମକ ଦେଉଛନ୍ତି ।

ଏଣୁ ରାଜ୍ୟ ସରକାର ଏପରି ସମସ୍ୟାକୁ ଗୁରୁତର ସହ ବିଚାର ନକଲେ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ଆମ୍ ଆଦମୀ ପାର୍ଟି ରାୟଗଡା ଶାଖା ଆବାହକ ଜନ୍ମୋଜୟ ସ୍ବାଇଁ ପ୍ରକାଶ କରିଛନ୍ତି । ଏହି ଅବସରରେ ସାଉଥକୋ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ ଜରିଆରେ ରାଜ୍ୟପାଳଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details