ରାୟଗଡା:ନିୟମଗିରି ସୁରକ୍ଷା ସମିତି ତରଫରୁ ଲାଗିଲା ମାଓ ବିରୋଧୀ ପୋଷ୍ଟର । ବିଭିନ୍ନ ସମୟରେରେ ନିୟମଗିରି ଅଞ୍ଚଳରେ ମାଓ ପୋଷ୍ଟର ଦେଖିବାକୁ ମିଳୁଥିବାବେଳେ ଏବେ ଏହି ଅଞ୍ଚଳରେ ମାଓ ବିରୋଧୀ ପୋଷ୍ଟର ଦେଖିବାକୁ ମିଳିଛି । ରାୟଗଡ଼ା ଜିଲ୍ଲା କଲ୍ୟାଣସିହପୁର ବ୍ଲକ ପାରସଲି ପଞ୍ଚାୟତର ବିଭିନ୍ନ ଜାଗାରେ ମାଓବାଦୀ ବିରୋଧୀ ପୋଷ୍ଟର ଗୁଡିକ ଦେଖିବାକୁ ମିଳିଛି । ପୋଷ୍ଟରରେ ନିୟମଗିରି ଅଞ୍ଚଳରେ ନୀରିହ ଝିଅଙ୍କୁ ମାଓ ସଙ୍ଗଠନରେ ସାମିଲ କରି ଯୌନ ନିର୍ଯାତନା ଦେବା ଗର୍ଭବତୀ ଅବସ୍ଥାରେ ଅସମୟରେ ସେମାନଙ୍କ ହାତ ଛାଡ଼ି ଦେଉଥିବା ମୁଖ୍ୟତଃ ଦର୍ଶାଯାଇଛି ।
କିଛି ନିୟମଗିରିର ଆତ୍ମଘୋଷିତ ନିୟମଗିରି ସୁରକ୍ଷାକର୍ମୀ, ମାନବାଧିକାର କର୍ମୀ ଜନଜାତି ସୁରକ୍ଷାକର୍ମୀ ନିୟମଗିରି ସୁରକ୍ଷା ନାଁରେ ମାଓବାଦୀଙ୍କୁ ଭିତିରିଆ ସହଯୋଗ କରୁଥିବା ସହ ନୀରିହ ଡଙ୍ଗରିଆଙ୍କ ସୁଯୋଗ ନେଇ ନିୟମଗିରି ସୁରକ୍ଷା ସମିତିକୁ ମାଓବାଦୀ ହାତକୁ ଟେକିଦେଇଥିବା ଉଲ୍ଲେଖ ରହିଛି । ଏଭଳି କାର୍ଯ୍ୟରେ ନିୟମଗିରି ସୁରକ୍ଷା ନାଁରେ ନୀୟମଗିରି ସୁରକ୍ଷା ସମିତି ଆବାହକ ଲଦ ସିକକା, ଡ୍ରେଞ୍ଜୁ କରସିକ, ସମ୍ବରା ସିକକା ନିୟମଗିରିର ବିରୋଧ କାର୍ଯ୍ୟରେ ଲିପ୍ତ ରହିଛନ୍ତି ।