ଓଡିଶା

odisha

By

Published : Jan 4, 2023, 1:10 PM IST

Updated : Jan 4, 2023, 2:31 PM IST

ETV Bharat / state

Russian Tourists Death: ଷଷ୍ଠ ଦିନରେ ତଦନ୍ତ ଜାରି, ଜବତ ସାମଗ୍ରୀ ସଂଗ୍ରହ କଲା କ୍ରାଇମବ୍ରାଞ୍ଚ

ଷଷ୍ଠ ଦିନରେ ପହଞ୍ଚିଛି ଦୁଇ ଋଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣାର ତଦନ୍ତ ( Russian Tourists Death ) । ଆଜି ଆଉ ଏକ ତଦନ୍ତକାରୀ ଦଳ ରାୟଗଡାରେ ପହଞ୍ଚି ପୋଲିସ ନିକଟରୁ ଜବତ ସାମଗ୍ରୀ ସଂଗ୍ରହ କରିଛି । ଅଧିକ ପଢନ୍ତୁ

Russian Tourists Death
Russian Tourists Death

Russian Tourists Death

ରାୟଗଡା: ଜିଲ୍ଲାରେ ଦୁଇଜଣ ଋଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣାର ତଦନ୍ତ ଜାରି ରହିଛି ( Russian Tourists Death )। ରହସ୍ୟରେ ଥିବା ଦୁଇ ଋଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ଆଉ ଏକ 5 ଜଣିଆ ତଦନ୍ତକାରୀ ଦଳ ରାୟଗଡାରେ ପହଞ୍ଚିଛନ୍ତି । ଏହି ମାମଲାର ତଦନ୍ତ ଅଧିକାରୀ ଡିଏସପି ତପନ ଦାସଙ୍କ ନେତୃତ୍ବରେ ଏହି ଟିମ ରାୟଗଡା ପହଞ୍ଚିବା ପରେ ପୋଲିସ ସହ ସବିଶେଷ ଆଲୋଚନା କରିଛନ୍ତି । ରାୟଗଡା ପୋଲିସ ପାଖରୁ ଜବତ ସାମଗ୍ରୀ ସଂଗ୍ରହ କରିଛି କ୍ରାଇମବ୍ରାଞ୍ଚ ଟିମ ।

ଦ୍ବିତୀୟ ଟିମ ବିଭିନ୍ନ ଦିଗକୁ ନେଇ ପୁଙ୍ଖାନୁପୁଙ୍ଖ ତଦନ୍ତ ଆରମ୍ଭ କରିଛି (Crime Branch Investigation Underway On Russia Tourists Death)। ରାୟଗଡା ପୋଲିସ ଓ ପ୍ରଥମ ଟିମ ସଂଗ୍ରହ କରିଥିବା ପ୍ରମାଣ ଓ ରେକର୍ଡ ଦ୍ବିତୀୟ ଟିମକୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି । ଆଜି ହୋଟେଲ ଓ ପୁଣି ଥରେ ଶ୍ମଶାନକୁ ଯାଇ ଉକ୍ତ ସ୍ଥାନ ଗୁଡିକର ପୁନଃତଦନ୍ତ କରିବା ସହ ବ୍ୟବଚ୍ଛେଦ ରିପୋର୍ଟକୁ ଆଧାର କରି ତଦନ୍ତ ପ୍ରକ୍ରିୟା ଜାରି ରଖିବେ ନୂଆ ତଦନ୍ତକାରୀ ଦଳ । ବର୍ତ୍ତମାନ ଏହି ଟିମ ରାୟଗଡ଼ା ଟାଉନ ଥାନାରେ ଏହି ମାମଲା ଭିତ୍ତିକ ଫାଇଲ ଗୁଡିକୁ ଅନୁଧ୍ୟାନ କରୁଛନ୍ତି ।

ଏହା ବି ପଢନ୍ତୁ...ବ୍ୟବଚ୍ଛେଦ ରିପୋର୍ଟରେ ଚାଞ୍ଚଲ୍ୟକର ତଥ୍ୟ, ମୃତ୍ୟୁ ପୂର୍ବରୁ ଗଞ୍ଜେଇ ସେବନ କରିଥିଲେ ଭ୍ଲାଦିମିର !

ଦିନ ଗଡିବା ସହ ଦୁଇ ଋଷ ପର୍ଯ୍ୟଟକଙ୍କ ମୃତ୍ୟୁକୁ ନେଇ ସସପେନ୍ସ ବଢୁଛି । ଦୁଇ ଋଷ ପର୍ଯ୍ୟଟକଙ୍କ ମୃତ୍ୟୁ ନେଇ ନାନା ସନ୍ଦେହ ଉପୁଜିଛି । ଭ୍ଲାଦମିର ବିଦାନୋଭ ଓ ପାଭେଲଙ୍କ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ପ୍ରକାଶ ପାଇଥିଲା । ଭ୍ଲାଦିମିର ବିଦାନୋଭଙ୍କ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟରେ ଯେଉଁ ତଥ୍ୟ ଥିଲା ତାହା ସମସ୍ତଙ୍କୁ ଚକିତ କରିଥିଲା । ଭ୍ଲାଦିମିରଙ୍କ ରିପୋର୍ଟରେ ମୃତ୍ୟୁ ପୂର୍ବରୁ ସେ ନିଶା ସେବନ କରିଥିଲେ, ଯାହା ଗଞ୍ଜେଇ ବା ଅଫିମ ପରି ବାସ୍ନା ହେଉଥିବା ଉଲ୍ଲେଖ ରହିଥିଲା । କିନ୍ତୁ ତାହା ବର୍ତ୍ତମାନ ସ୍ପଷ୍ଟ ହୋଇପାରିନି ଯେ କେଉଁ ପ୍ରକାର ନିଶା ସେବନ କରିଥିଲେ ।

ଏହା ବି ପଢନ୍ତୁ...Russian Tourists Death: ରହସ୍ୟରେ ମୃତ୍ୟୁ, ପରଦା ହଟାଇବାକୁ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି

ପ୍ରକାଶ ଥାଉକି, କେବେ ହଟିବ ଋଷୀୟ ନାଗରିକଙ୍କ ମୃତ୍ୟୁ ଉପରୁ ପରଦା । ଗତ ବର୍ଷ ଡିସେମ୍ବର ୨୨ ତାରିଖ ରାୟଗଡ଼ା ଜିଲ୍ଲା ବୁଲିବା ପାଇଁ ଆସିଥିବା 2 ଋଷ ପର୍ଯ୍ୟଟକଙ୍କ ମୃତ୍ୟୁ ପରେ ସାରା ରାଜ୍ୟରେ ଏହାକୁ ନେଇ ଚର୍ଚ୍ଚା ଲାଗି ରହିଛି । ଦୁଇ ଋଷୀୟ ପର୍ଯ୍ୟଟକ ମୃତ୍ୟୁ ମାମଲାରେ କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା ତଦନ୍ତ ଜାରି ରଖିଛି । ତେବେ ଘଟଣାକୁ କେବେ ପରଦା ହଟୁଛି ଋଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ଉପରୁ କେବେ ପରଦା ହଟୁଛି ତାହା ଦେଖିବା ବାକି ରହିଲା । ସେପଟେ ପାରାଦ୍ବୀପ ଅନ୍ୟ ଜଣେ ଋଷୀଆ ନାଗରିକଙ୍କ ମୃତ୍ୟୁ ମଧ୍ୟ ନାନା କଳ୍ପନା ଜଳ୍ପନା ସୃଷ୍ଟି କରିଛି ।

ଇଟିଭି ଭାରତ, ରାୟଗଡା

Last Updated : Jan 4, 2023, 2:31 PM IST

ABOUT THE AUTHOR

...view details