ଓଡିଶା

odisha

ETV Bharat / state

ଦୁର୍ନୀତିଗ୍ରସ୍ତ ରାୟଗଡ଼ା ଅବକାରୀ ବିଭାଗ, ପୁଣି ଏକ ଲାଞ୍ଚ ମଗା ଅଡିଓ ଭାଇରାଲ - ଅବକାରୀ କନେଷ୍ଟବଳ ନିଲମ୍ବିତ

ଅବକାରୀ ଅଧିକ୍ଷକଙ୍କ ଲାଞ୍ଚ କାରବାର ଭିଡିଓ ଭାଇରାଲ ଘଟଣାକୁ ୨୪ ଘଣ୍ଟା ନପୁରୁଣୁ ରାୟଗଡ଼ାରେ ଆଉ ଏକ ଦୁର୍ନୀତିର ଅଡ଼ିଓ ସାମ୍ନାକୁ ଆସିଛି । ଜିଲ୍ଲାରେ ଖାକି ପୋଷାକର ଧମକ ଦେଇ ମାଗୁଛନ୍ତି ଟଙ୍କା । ଅଧିକ ପଢ଼ନ୍ତୁ...

another bribe demanding audio viral in rayagada of excise department
ଦୁର୍ନୀତିଗ୍ରସ୍ତ ରାୟଗଡ଼ା ଅବକାରୀ ବିଭାଗ, ପୁଣି ଏକ ଲାଞ୍ଚ ମଗା ଅଡିଓ ଭାଇରାଲ

By

Published : Aug 17, 2021, 9:06 PM IST

ରାୟଗଡ଼ା: ଅବକାରୀ ଅଧିକ୍ଷକଙ୍କ ଲାଞ୍ଚ କାରବାର ଭିଡିଓ ଭାଇରାଲ ଘଟଣାକୁ ୨୪ ଘଣ୍ଟା ନପୁରୁଣୁ ରାୟଗଡ଼ାରେ ଆଉ ଏକ ଦୁର୍ନୀତିର ଅଡ଼ିଓ ସାମ୍ନାକୁ ଆସିଛି । ଜିଲ୍ଲାରେ ଖାକି ପୋଷାକର ଧମକ ଦେଇ ମାଗୁଛନ୍ତି ଟଙ୍କା । ଏଭଳି ଏକ ଅଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅବକାରୀ ମୋବାଇଲ ଟିମର ଜଣେ କନେଷ୍ଟବଳ ଜଣେ ମଦ ଦୋକାନୀଙ୍କୁ ଖୁଲମଖୁଲା ଧମକ ଦେଉଥିବା ଏକ ମୋବାଇଲ ଅଡିଓ ରେକର୍ଡିଂ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି ।

ଦୁର୍ନୀତିଗ୍ରସ୍ତ ରାୟଗଡ଼ା ଅବକାରୀ ବିଭାଗ, ପୁଣି ଏକ ଲାଞ୍ଚ ମଗା ଅଡିଓ ଭାଇରାଲ

ଭାଇରାଲ ଅଡିଓରେ କନେଷ୍ଟବଳ ଜଣକ ପ୍ରତ୍ୟେକ ମାସରେ ୩ହଜାର ୩ଶହ ଟଙ୍କା ରାୟଗଡା ସହରର ଜଣେ ମଦ ଦୋକାନୀଙ୍କୁ ଦେବା ପାଇଁ ଦାବି କରୁଛନ୍ତି । ସେପଟେ ସଂମ୍ପୃକ୍ତ ଦୋକାନୀ ସରକାରୀ ଧାର୍ଯ୍ୟ ରେଟରେ ମଦ ବିକ୍ରୟ କରୁଥିବା କହି ଏହି ଟଙ୍କା କାହିଁକି ଓ କେଉଁ କାରଣ ଯୋଗୁଁ ତାଙ୍କୁ ଦେବେ ବୋଲି ପାଲଟା ପ୍ରଶ୍ନ କରିଥିବା ଶୁଣିବାକୁ ମିଳିଛି । ସେପଟେ କନେଷ୍ଟବଳ ଜଣକ ଦୋକାନୀ ତିନି ମାସ ହେଲା ବଟି ଦେଇନଥିବା କଥା କହି ୯ହଜାର ୯ଶହ ଟଙ୍କା ଦେବାକୁ ଦାବି କରିଛନ୍ତି ।

ଦୁର୍ନୀତିଗ୍ରସ୍ତ ରାୟଗଡ଼ା ଅବକାରୀ ବିଭାଗ, ପୁଣି ଏକ ଲାଞ୍ଚ ମଗା ଅଡିଓ ଭାଇରାଲ

ବାରମ୍ବାର ଫୋନ କରୁଥିଲେ ସୁଦ୍ଧା ସମ୍ପୃକ୍ତ ଦୋକାନୀ କନେଷ୍ଟବଳଙ୍କ କଥାକୁ ଖାତିର ନ କରିବାରୁ କନେଷ୍ଟବଳ ଉତକ୍ଷିପ୍ତ ହୋଇ ଦୋକାନୀଙ୍କୁ ଗାଳିଗୁଲଜ କରିବା ସହ ଫୋନରେ ମଦ ଦୋକାନକୁ ବନ୍ଦ କରି ଦେବାକୁ ଧମକ ଦେଇଛନ୍ତି । ସେପଟେ ଅବକାରୀ ଅଧିକ୍ଷକଙ୍କ ଲାଞ୍ଚ ମାଗିବା ଘଟଣା ପଦାକୁ ଆସିବା ପରେ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ଅବକାରୀ କମିଶନର ତଥା ବରିଷ୍ଠ ଆଇପିଏସ ଅଧିକାରୀ ଅଶିଷ କୁମାର ସିଂହ ।

ଆଜି ରାୟଗଡ଼ା ଅବକାରୀ ବିଭାଗର ଦୁଇ କନେଷ୍ଟବଳ ସୁଶାନ୍ତ କୁମାର ପାତ୍ର ଓ ଭବାନୀ ଶଙ୍କର ତ୍ରିପାଠୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ଏଯାଏଁ ସଂପୂର୍ଣ୍ଣ ଘଟଣାର କାର୍ପେଟଦାର କୁହାଯାଉଥିବା ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରସନ୍ନ କୁମାର ନାୟକଙ୍କ ବିରୋଧରେ କୌଣସି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ।

ରାୟଗଡା ଜିଲ୍ଲା ଅବକାରୀ ବିଭାଗରେ ଅଧିକାଂଶ କର୍ମଚାରୀ ମାସିକିଆ ବଟି ଆଦାୟରେ ସଂପୃକ୍ତି ରହିଥିବା ଅଭିଯୋଗ ହୋଇଛି । ଅବକାରୀ ଅଧିକ୍ଷକଙ୍କ କାର୍ଯ୍ୟଶୈଳୀକୁ ନେଇ ଅନେକ ପ୍ରଶ୍ନ କରିଛନ୍ତି । ଅଧିକ୍ଷକ କେତେ ଟଙ୍କା ଲାଞ୍ଚ ମାଗୁଥିଲେ, କେଉଁ ବାବଦକୁ ଲାଞ୍ଚ ମାଗୁଥିଲେ ଓ ଏହି ଲାଞ୍ଚ କାରବାର କେତେ ଦିନ ଠାରୁ ଚାଲିଥିଲା ତାହାର ତଦନ୍ତ ଆବଶ୍ୟକ ହୋଇପଡ଼ିଛି ।

ତେବେ ପୂର୍ବରୁ ଜିଲ୍ଲାର ଜଣେ ପ୍ରତିଷ୍ଠିତ ମଦ ବ୍ୟବସାୟୀଙ୍କ ପରିବାର ନାମରେ ପ୍ରାୟ 20ରୁ ଅଧିକ ଦୋକାନ ରହିଥିଲା । ତେବେ ନୂତନ ଅବକାରୀ ନୀତି ଆସିବା ପରେ ବ୍ୟବସାୟ ନିଜ ହାତରୁ ଖସିଯାଇଥିଲା । ଆଉ ସେହି ପରିବାରର ଇଙ୍ଗିତରେ ଏବେ ଅବକାରୀ ବିଭାଗର ଗୋଟିଏ ପରେ ଗୋଟିଏ କଳା କାରନାମା ପଦାକୁ ଆସୁଥିବା ଜଣାପଡ଼ିଛି ।

ରାୟଗଡ଼ାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details