ଓଡିଶା

odisha

ETV Bharat / state

ରାୟଗଡାରେ ଆଉ ୭୦ ପରୀକ୍ଷା ରିପୋର୍ଟ ଆସିଲା ନେଗେଟିଭ - କୋରୋନା ପଜିଟିଭ ରିପୋର୍ଟ

7ମ ପର୍ଯ୍ୟାୟରେ ପରୀକ୍ଷା ହୋଇଥିବା ସମସ୍ତ ରିପୋର୍ଟ ନେଗେଟିଭ ଆସିଛି । ରାୟଗଡା ସ୍ଥିତି ରହିଛି ନିୟନ୍ତ୍ରଣାଧିନ କହିଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ।

positive reports are  negative in Rayagada
ରାୟଗଡାରେ ଆଉ ୭୦ ପରୀକ୍ଷା ରିପୋର୍ଟ

By

Published : Apr 22, 2020, 12:47 PM IST

ରାୟଗଡା: ୭ମ ପର୍ଯ୍ୟାୟରେ ଜିଲ୍ଲାରେ ହୋଇଥିବା ୭୦ ରିପୋର୍ଟରୁ ଆଜି ସମସ୍ତ ରିପୋର୍ଟ ନେଗେଟିଭ ଆସିଛି। ଜିଲ୍ଲାରେ କରୋନା ସ୍ଥିତି ନିୟନ୍ତ୍ରଣାଧୀନ ରହିଛି କହିଲେ ମୁଖ୍ୟ ଚିକିତ୍ସାଧିକାରୀ ଡ଼ା. ଆର୍ତ୍ତ ବନ୍ଧୁ ନାୟକ।

ରାୟଗଡା ଜିଲ୍ଲାରେ ୭ଟି ପର୍ଯ୍ୟାୟରେ ଯାଇଥିବା ମୋଟ ୨୨୬ ନମୁନାରୁ ୨୨୫ଟି ନମୁନାର ରିପୋର୍ଟ ନ‌େଗେଟିଭ ଆସିଛି। ଷଷ୍ଠ ପର୍ଯ୍ୟାୟରେ ଯାଇଥିବା ନମୁନା ମଧ୍ୟରୁ ଆଉ ଗୋଟିଏ ନମୁନାର ରିପୋର୍ଟ ଖୁବ ଶୀଘ୍ର ଆସିବ ବୋଲି ସିଡିଏମଓ କହିଛନ୍ତି। ଆଜି ସୁଦ୍ଧା ଜିଲ୍ଲାରେ କୌଣସି ପଜିଟିଭ ଚିହ୍ନଟ ହୋଇନାହିଁ । ପରିସ୍ଥିତିର ମୁକାବିଲା ପାଇଁ ଜେକେପୁରରେ କୋଭିଡ୍-୧୯ ହସପିଟାଲର ଖୋଲିଛି।

ହସପିଟାଲରେ ୫ ଜଣ ଡାକ୍ତର, ୩ ଜଣ ଫାର୍ମାସିଷ୍ଟ୍, ୨ ଜଣ ଲ୍ୟାବ୍ ଟେକ୍ନିସିଆନ୍, ୧୨ ଜଣ ଷ୍ଟାଫ୍ ନର୍ସ, ୬ ଜଣ ସୁଇପର, ୪ ଜଣ ସିକ୍ୟୁରିଟ୍, ଜଣେ ଏଚଏମ ନିଯୁକ୍ତି ହୋଇଛନ୍ତି। ସେହିପରି ଗଠନ ହୋଇଥିବା ୨୪ଟି ରାପିଡ ରେସପନ୍ସ ଟିମ ବିଭିନ୍ନ ରାଜ୍ୟ ଓ ଜିଲ୍ଲାରୁ ଫେରିଥିବା ଲୋକଙ୍କ ଉପରେ ତୀକ୍ଷ୍ନ ନଜର ରଖିଛନ୍ତି।

ସଙ୍ଗରୋଧ ଓ ଗୃହାବଦ୍ଧରେ ଥିବା ୩ ହଜାର ବ୍ୟକ୍ତିଙ୍କ ମଧ୍ୟରୁ ୮୦ ପ୍ରତିଶତ ଲୋକ ୧୪ ଦିନ ନୀରିକ୍ଷ‌ଣରେ ରହିବା ପରେ ଘରକୁ ଫେରି ଯାଇଛନ୍ତି। ଏମାନଙ୍କ ନିକଟରେ କୌଣସି ଲକ୍ଷଣ ନଥିବା ସ୍ବାସ୍ଥ୍ୟ ବିଭାଗ କହିଛି। ଗତ ୧ ମାସ ଧରି ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଆର୍ତ୍ତବନ୍ଧୁ ନାୟକଙ୍କ ତତ୍ତ୍ବାବଧାନରେ ସ୍ବାସ୍ଥ୍ୟ ବିଭାଗ ଜିଲ୍ଲାର ୯୩୬ ଗ୍ରାମକୁ ନୀରିକ୍ଷଣରେ ରଖି କରୋନା ମୁକାବିଲା ଦିଗରେ କାମ କରୁଛି।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details