ରାୟଗଡା: ଖାଦ୍ୟ ପାଇଁ ଆନ୍ଧ୍ର ହାତୀପଲ ଓଡିଶା ମୁହାଁ। ରବିବାର ଠାରୁ ଏହି ହାତୀପଲ ଆସି ନାଗାବଳୀ ନଦୀ କୂଳବର୍ତୀ ଗ୍ରାମ ଗୁଡିକରେ ପ୍ରବେଶ କରି ବ୍ୟାପକ ଫସଲ ନଷ୍ଟ କରିଥିବା ଅଭିଯୋଗ ହୋଇଛି । ଏହି ହାତୀପଲରେ ୭ଟି ହାତୀ ଥିବା ନେଇ ରାୟଗଡା ବନବିଭାଗ ପ୍ରକାଶ କରିଛି । ହାତୀପଲ ଗୁଡିକ ଗ୍ରାମ ମଧ୍ୟରେ ପ୍ରବେଶ କରିବା ଦ୍ବାରା ଓଡିଶା ଓ ଆନ୍ଧ୍ରପ୍ରଦେଶ ସୀମାନ୍ତ ଗ୍ରାମବାସୀ ମାନେ ଭୟଭୀତ ଅବସ୍ଥାରେ ଅଛନ୍ତି ।
ପ୍ରତିବର୍ଷ ଫସଲ ଅମଳ ସମୟରେ ଆନ୍ଧ୍ରପ୍ରଦେଶ କିଛି ଗ୍ରାମବାସୀ ନିଜ ନିଜ ଫସଲକୁ ସୁରକ୍ଷିତ ରଖିବା ପାଇଁ ବାଣ ଫୁଟାଉଥୁବା ଯୋଗୁ ହାତୀ ପଲ ଓଡିଶା ମୁହାଁ ହେଉଥିବା କୁହୀଯାଉଛି । ଫଳରେ ସେମାନେ ଓଡିଶାରେ ପ୍ରବେଶ କରି ଅମଳ ସମୟରେ ବ୍ୟାପକ କ୍ଷୟକ୍ଷତି କରୁଛନ୍ତି । ତେବେ ରାୟଗଡା ଜିଲ୍ଲାର ସୀମାନ୍ତ ଗ୍ରାମ କେରେଡା, ଅନିଜା, ବୋରୁ ହାଲୁଆ ଗ୍ରାମ , ଆମ୍ପାଲୱାଲାସା ଗାଁ ଗୁଡିକରେ ହାତୀ ଗୁଡିକ ପଶି ବ୍ୟାପକ ଧାନ ସାଙ୍ଗକୁ ଅଖୁ ଫସଲ ନଷ୍ଟ କରିଥିବା ଜଣାପଡିଛି । ହାତୀ ପଲ ଗୁଡିକ କେତେ ପରିମାଣରେ ଫସଲ ନଷ୍ଟ କରିଛନ୍ତି ସେ ନେଇ କୌଣସି ସଠିକ ତଥ୍ୟ ବନ ବିଭାଗ ପାଖରେ ନାହିଁ ।