ରାୟଗଡାରେ 3.6 ତୀବ୍ରତାର ଭୂମିକମ୍ପ - An earthquake of magnitude 3.6 on the Richter scale
18:52 June 22
ରାୟଗଡାରେ 3.6 ତୀବ୍ରତାର ଭୂମିକମ୍ପ
ରାୟଗଡା: କାଶୀପୁର ବ୍ଲକରେ ସୋମବାର ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା 3.6 ରହିଛି । ତେବେ ଅପରାହ୍ନ 4.40ରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିବା ଜାତୀୟ ସେସମୋଲୋଜୀ ରିପୋର୍ଟରୁ ସୂଚନା ମିଳିଛି ।
ଭୂମିକମ୍ପ ପ୍ରଭାବରେ ବର୍ତ୍ତମାନସୁଦ୍ଧା କୌଣସି କ୍ଷୟକ୍ଷତିର ସୂଚନା ମିଳିପାରି ନାହିଁ । ତେବେ ଏହି ସମୟରେ ଲୋକେ ଭୟଭୀତ ହୋଇ ଘର ବାହାରକୁ ପଳାଇ ଆସିଥିବା ଦେଖିବାକୁ ମିଳିଥିଲା । କାଶୀପୁର ସଦର ମହକୁମ୍ମା ସହ ଆଖପାଖ ଅଞ୍ଚଳରେ ଏହି ଭୂମିକମ୍ପ ଅନୁଭୂତ ହୋଇଛି ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ