ଓଡିଶା

odisha

ETV Bharat / state

ଆମ୍ବୁଲାନ୍ସ କର୍ମଚାରୀଙ୍କ ମାନବିକତା, ପରିବାରକୁ ହସ୍ତାନ୍ତର କଲେ ଆହତ ଯୁବକଙ୍କ 62 ହଜାର - rayagada district news

ଜଣେ ଦୁର୍ଘଟଣାଗସ୍ତ ବାଇକ୍ ଆରୋହୀକୁ 62,160ଟଙ୍କା ଫେରାଇ ନିଜ ମାନବ ପଣିଆ ପରିଚୟ ଦେଇଛନ୍ତି 108 ଆମ୍ବୁଲାନ୍ସ କର୍ମଚାରୀ । ଅଧିକ ପଢନ୍ତୁ....

ଆମ୍ବୁଲାନ୍ସ କର୍ମଚାରୀଙ୍କ ମାନବିକତା , ପରିବାରକୁ ହସ୍ତାନ୍ତର କଲେ ଆହତଙ୍କ ଯୁବକଙ୍କ 62 ହଜାର
ଆମ୍ବୁଲାନ୍ସ କର୍ମଚାରୀଙ୍କ ମାନବିକତା , ପରିବାରକୁ ହସ୍ତାନ୍ତର କଲେ ଆହତଙ୍କ ଯୁବକଙ୍କ 62 ହଜାର

By

Published : Mar 31, 2021, 11:02 PM IST

ରାୟଗଡା: ଜଣେ ଦୁର୍ଘଟଣାଗସ୍ତ ବାଇକ୍ ଆରୋହୀକୁ 62,160ଟଙ୍କା ଫେରାଇ ନିଜ ମାନବ ପଣିଆ ପରିଚୟ ଦେଇଛନ୍ତି 108 ଆମ୍ବୁଲାନ୍ସ କର୍ମଚାରୀ । ଗତ ମଧ୍ୟରାତ୍ରିରେ ବିଷମକଟକ ଥାନା ଅନ୍ତର୍ଗତ ଭାତପୁର ନିକଟରେ ଏକ ସଡକ ଦୁର୍ଘଟଣାରେ କାକରମାସ୍କା ଗ୍ରାମର ଜଣେ ଯୁବକ ଡମ୍ବରୁଧର କୁଟ୍ରୁକା ବାଇକ୍ ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇଯାଇଥିଲେ । ଫଳରେ ରାସ୍ତାକଡରେ ସେ ଅଚେତ୍ ଅବସ୍ଥାରେ ପଡିଯାଇଥିଲେ । ପରେ ଏକ ଅଜଣା ନମ୍ବରରୁ 108 ଆମ୍ବୁଲାନ୍ସକୁ ଫୋନ୍ କଲ୍ ଆସିଥିଲା । ଜେକେପୁରସ୍ଥିତ 108 ଆମ୍ବୁଲାନ୍ସର ଦୁଇ ଜଣ ପାଇଲଟ୍ ସମେତ ଜଣେ ଫାର୍ମାସିଷ୍ଟ୍ ଦୁର୍ଘଟଣାସ୍ଥଳରେ ପହଞ୍ଚି ଆହତ ଯୁବକ ଡମ୍ବରୁଧରକୁ ଉଦ୍ଧାର କରିବା ସହ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।

ଆମ୍ବୁଲାନ୍ସ କର୍ମଚାରୀଙ୍କ ମାନବିକତା , ପରିବାରକୁ ହସ୍ତାନ୍ତର କଲେ ଆହତଙ୍କ ଯୁବକଙ୍କ 62 ହଜାର

ତେବେ ଗୁରୁତର ଆହତ ହୋଇଥିବା ଡମ୍ବରୁଧରଙ୍କ ପର୍ସରୁ ନଗଦ 42 ହଜାର 160 ଟଙ୍କା ବାହାରିଥିବାବେଳେ ଅନ୍ୟ ଏକ ବ୍ୟାଗରୁ 20 ହଜାର ଟଙ୍କା ରହିଥିଲା । ତେବେ ଏନେଇ ଆମ୍ବୁଲାନ୍ସର କର୍ମଚାରୀମାନେ ବିଷମକଟକ ଥାନାରେ ଅବଗତ କରାଇଥିଲେ । ଆମ୍ବୁଲାନ୍ସର ଦୁଇ ପାଇଲଟ୍ ସନ୍ତୋଷ କୁମାର ରଗଡ,ଶେଖ ସହିଦ୍ ଅଲ୍ଲୀ ଓ ଫାର୍ମାସିଷ୍ଟ୍ ଗିରୀଗୋବର୍ଦ୍ଦନ ସାହୁକାର ଉକ୍ତ ଟଙ୍କାକୁ ରବିବାର ଦିନ ତାଙ୍କ ପରିବାରକୁ ହସ୍ତାନ୍ତର କରିଛନ୍ତି ।

ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଆହତ ଯୁବକଙ୍କ ପରିବାରବର୍ଗଙ୍କୁ 108 ଆମ୍ବୁଲାନ୍ସ ବିଭାଗର ଜିଲ୍ଲା କ୍ଲଷ୍ଟର ମ୍ୟାନେଜରଙ୍କ ଉପସ୍ଥିତିରେ ନଗଦ 62,160ଟଙ୍କା ସମେତ ଡମ୍ବୁରୁଧର କୁଟ୍ରୁକାଙ୍କ ଆଧାର କାର୍ଡ, ଇଲେକ୍ଟ୍ରି ବିଲ୍ ଓ ବ୍ୟାଙ୍କ୍ ପାସ୍ ବୁକ୍ ହସ୍ତାନ୍ତର କରାଯାଇଛି । ତେବେ ଆମ୍ବୁଲାନ୍ସ କର୍ମଚାରୀଙ୍କ ଏପରି ମହାନୀୟତା କାର୍ଯ୍ୟକୁ ବିଭିନ୍ନ ମହଲକୁ ପ୍ରଶଂସା କରାଯାଇଛି । ଅନ୍ୟପଟେ ଆହତ ଡମ୍ବରୁଧର ଏବେ ଧିରେ ଧିରେ ସୁସ୍ଥ ଥିବା ଡାକ୍ତରୀ ସୂତ୍ରରୁ ପ୍ରକାଶ ପାଇଛି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ABOUT THE AUTHOR

...view details