ଓଡିଶା

odisha

ETV Bharat / state

ଭରା ନଇରେ ଖଟିଆରେ ବୁହା ହେଲେ ରୋଗୀ

ରାଜ୍ୟର ସ୍ବାସ୍ଥ୍ୟ ବ୍ୟବସ୍ଥା ଏକ ପ୍ରକାର ଅଚଳ । କେଉଁଠି ଆମ୍ବୁଲାନ୍ସର ଅଭାବ ତ କେଉଁଠି ଚିକିତ୍ସାର ଅଭାବ । ରାୟଗଡାରେ ଭରା ନଇରେ ଖଟିଆରେ ରୋଗୀ ବୁହା ହେବା ଏକ ଦୁଃଖଦ ବିଷୟ । ଆମ୍ବୁଲାନ୍ସକୁ ବାରମ୍ବାର ଫୋନ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନଥିଲା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

By

Published : Sep 9, 2019, 10:21 PM IST

ରାୟଗଡା: ସୁଧୁରିବାର ନା ନେଉନି ସ୍ୱାସ୍ଥ୍ୟ ବିଭାଗ । ବିଭାଗୀୟ ଅଧିକାରୀଙ୍କ କେଉଁଠି ନା କେଉଁଠି ଇଛାଶକ୍ତିର ଅଭାବ ଦେଖିବାକୁ ମିଳୁଛି । ଯାହାର ପରିଣାମ ସ୍ୱରୁପ ଗାଁ ଗହଳିରେ ରହୁଥିବା ଗରିବ ରୋଗୀକୁ ଭୋଗିବାକୁ ପଡ଼ୁଛି ଯନ୍ତ୍ରଣା । ଭରା ନଇ ପାର କରିବା ପରେ ଆମ୍ବୁଲାନ୍ସ ନମିଳିବାରୁ ଶେଷରେ 15 କିଲୋମିଟର ମୋଟର ସାଇକେଲରେ ବୁହା ହେଲେ ରୋଗୀ ।

ଭିିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ଏହି ଦୃଶ୍ୟ ହେଉଛି ଗୁଡ଼ାରି ବ୍ଲକ ଶିରିଗୁଡ଼ା ପଞ୍ଚାୟତର ଚୁଲିପଡ଼ା ଗାଁର । ଗାଁର ବିଧବା ମହିଳା ରୁମେସି ଜାଗରଙ୍ଗା ଜ୍ୱରରେ ପିଡ଼ିତ ଥିଲେ । ସ୍ଥିତି ଗମ୍ଭୀର ହେବାରୁ ତାଙ୍କୁ ପରିବାର ଲୋକେ ପ୍ରଥମେ ବଡ଼ପଙ୍କାଳ ପର୍ଯ୍ୟନ୍ତ ୩ କିଲୋମିଟର ଖଟିଆରେ ବୋହି ନଇ ପାର ହେବା ପରେ ବିପଦ ଶଙ୍କୁଳ ଭାବେ ୧୫ କିଲୋମିଟର ମୋଟର ସାଇକେଲ ଯୋଗେ ଗୁଡାରି ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ତେବେ ବାରମ୍ବାର ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ ମଧ୍ୟ ପହଁଞ୍ଚି ନଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ତେବେ ଏହି ଅବହେଳାକୁ ସ୍ୱିକାର କରିଛନ୍ତି ଜିଲ୍ଲା ଚିକିତ୍ସାଅଧିକାରୀ ଓ ମାମଲାରେ ତଦନ୍ତ କରାଯିବ ବୋଲି କହିଛନ୍ତି ଅଧିକାରୀ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details