ରାୟଗଡା: ଆମ୍ବୁଲାନ୍ସ ନ ଆସିବାରୁ ବାଇକରେ ଆହତଙ୍କୁ ମେଡିକାଲ ଆଣିଲେ ସ୍ଥାନୀୟ ବାସିନ୍ଦା । ଟ୍ରେନ ଧକ୍କାରେ ଆହତଙ୍କୁ ଡାକ୍ତରଖାନା ନେବକୁ ଆମ୍ବୁଲାନ୍ସ ନଆସିବାରୁ ବାଇକରେ ଡାକ୍ତରଖାନା ପହଞ୍ଚାଇଲେ ସ୍ଥାନୀୟ ଲୋକେ । ଏଭଳି ଘଟଣା ଘଟିଛି ରାୟଗଡ଼ା ଉପକଣ୍ଠ ଦୁର୍ଗା ମନ୍ଦିର ଠାରେ ।
ଆସିଲାନି ଆମ୍ବୁଲାନ୍ସ, ଆହତଙ୍କୁ ବାଇକରେ ମେଡିକାଲ ଆଣିଲେ ଲୋକେ - ଆହତଙ୍କୁ ବାଇକରେ ମେଡିକାଲ ଆଣିଲେ ଲୋକେ
ରାୟଗଡାରେ ଅଭାବନୀୟ ଘଟଣା ଟ୍ରେନ ଧକ୍କାରେ ଆହତଙ୍କୁ ଡାକ୍ତରଖାନା ନେବାକୁ ଆମ୍ବୁଲାନ୍ସ ନଆସିବାରୁ ବାଇକରେ ଡାକ୍ତରଖାନା ପହଞ୍ଚାଇଲେ ସ୍ଥାନୀୟ ଲୋକେ । ଅଧିକ ପଢନ୍ତୁ...
ଆସିଲାନି ଆମ୍ବୁଲାନ୍ସ, ଆହତଙ୍କୁ ବାଇକରେ ମେଡିକାଲ ଆଣିଲେ ଲୋକେ
ଆଜି ଅପରାହ୍ନରେ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ବଡ଼କୁଟିଙ୍ଗା ଗ୍ରାମର ବକଲୁ ମିଣିଆକା ରାୟଗଡା ଉପକଣ୍ଠ ଦୁର୍ଗା ମନ୍ଦିର ନିକଟରେ ଏକ ଟ୍ରେନ ଧକ୍କାରେ ଗୁରୁତର ଆହତ ହୋଇଥିଲେ । ରେଳ ଲାଇନ କଡରେ ଦୀର୍ଘ ସମୟ ପଡିଥିବା ଲୋକେ ଜାଣିବା ପରେ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ହେଲେ ବହୁସମୟ ଅପେକ୍ଷା ପରେ ମଧ୍ୟ ଆମ୍ବୁଲାନ୍ସ ନଆସିବାରୁ ଏକ ବାଇକରେ ଦୁଇଜଣ ବ୍ୟକ୍ତି ତାଙ୍କୁ ରାୟଗଡା ଡାକ୍ତରଖାନା ପହଞ୍ଚାଇଛନ୍ତି । ତେବେ କେଉଁ କାରଣରୁ ସେ ଦୁର୍ଘଟଣାର ଶିକାର ହେଲେ ତାହା ସ୍ପଷ୍ଟ ହୋଇପାରିନାହିଁ ।
ରାୟଗଡାରୁ ରଞ୍ଜନକୁମାର ରଥ,ଇଟିଭି ଭାରତ