ରାୟଗଡା: ପ୍ରଥମେ ନିମନ୍ତ୍ରଣ କରି ବୈଠକରେ ଅତିଥି ଚର୍ଚ୍ଚା, ଆଉ ଠିକ ୧୦ ମିନିଟ ପରେ ସାମ୍ବାଦିକଙ୍କୁ ବୈଠକରୁ ତଡ଼ି ଦେବା ଘଟଣା ଏବେ ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ଗଣତନ୍ତ୍ରର ଚତୁର୍ଥ ସ୍ଥମ୍ଭ ପାଇଁ ଏହା ଏକ ନିନ୍ଦନୀୟ ଘଟଣା । ରାୟଗଡ଼ା ଜିଲ୍ଲାପାଳ ଜିଲ୍ଲା ପରିଷଦର ପ୍ରଥମ ଅଧିବେଶନରେ ସାମ୍ନାକୁ ଆସିଛି ଏଭଳି ଦୃଶ୍ୟ । ଜିଲ୍ଲା ପରିଷଦ ବୈଠକ ପାଇଁ ସମସ୍ତ ଖବରଦାତାମାନଙ୍କୁ ଉପସ୍ଥିତ ରହିବାକୁ ସୂଚନା ଏବଂ ଲୋକସମ୍ପର୍କ ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲେ । ଯଥା ସମୟରେ ଖବରଦାତାମାନେ ଡିଆରଡିଏ ସଭାଗୃହରେ ଅନୁଷ୍ଠିତ ପ୍ରଥମ ଜିଲ୍ଲା ପରିଷଦ ବୈଠକରେ ଯୋଗଦାନ କରିଥିଲେ ।
ଏହି ବୈଠକର ପ୍ରାରମ୍ଭରେ ଜିଲ୍ଲାପାଳ ସରୋଜ କୁମାର ମିଶ୍ର ନବନିର୍ବାଚିତ ଅଧକ୍ଷା ସୁଶ୍ରୀ ସରସ୍ୱତୀ ମାଝୀ ଓ ଉପାଧ୍ୟକ୍ଷ ସନ୍ତୋଷ କୁମାର ସୁନାଙ୍କୁ ଶପଥ ପାଠ କରାଇବାର କିଛି ସମୟ ପରେ ଜିଲ୍ଲାପାଳ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ବାହାରକୁ ଚାଲିଯିବାକୁ ନିର୍ଦ୍ଦେଶ ଦେଇଥିଲେ l ଏହି ବୈଠକରେ ଅନୁସୂଚୀତ ଜନଜାତି ଓ ଜାତି ବିକାଶ ମନ୍ତ୍ରୀ ଜଗନ୍ନାଥ ସାରାକା, କୋରାପୁଟ ସାଂସଦ ସପ୍ତଗିରି ଉଲାକା, ରାୟଗଡା ବିଧାୟକ ମକରନ୍ଦ ମୁଦୁଲି, ରଘୁନାଥ ଗମାଙ୍ଗ, ଜିଲ୍ଲାର ସମସ୍ତ ଜିଲ୍ଲାପରିଷଦ ସଭ୍ୟ/ସଭ୍ୟା, ଜିଲ୍ଲାର ସମସ୍ତ ପଞ୍ଚାୟତ ସମିତି ଅଧ୍ୟକ୍ଷ/ଅଧ୍ୟକ୍ଷାମାନେ ଉପସ୍ଥିତି ସତ୍ତ୍ବେ ଜିଲ୍ଲାପାଳଙ୍କୁ କେହି ମଧ୍ୟ ପ୍ରତିବାଦ କରିନଥିଲେ ।