ଓଡିଶା

odisha

ETV Bharat / state

ଲଗାଣ ବର୍ଷାରେ ଭାଙ୍ଗିଲା ଘର, ଧୋଇନେଲା ଚାଷବେଉସା

ଲଘୁଚାପ ଜନିତ ଲଗାଣ ବର୍ଷା ତଳିତଳାନ୍ତ କରିଛି ଚାଷବେଉସା । ଏହି ବର୍ଷାରେ ରାୟଗଡ଼ା 9ଟି ବ୍ଲକ ବିଶେଷ ପ୍ରଭାବିତ ହୋଇଛି । କେବଳ ଚାଷଜମି ନୁହେଁ ଜିଲ୍ଲାର ୧୧ ଟି ବ୍ଲକରେ ମୋଟ ୪୧୭ ଟି ଘର କ୍ଷତିଗ୍ରସ୍ତ ହୋଇଛି ।

By

Published : Aug 12, 2019, 6:56 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡ଼ା

ରାୟଗଡ଼ା: କମିଯାଇଛି ବର୍ଷା । ହେଲେ ଦେଇଯାଇଛି ଅନେକ ଦୁର୍ଦଶା । ଖରିଫ ଚାଷ ଆରମ୍ଭରୁ ଦାଉ ସାଧିଥିଲା ମୌସୁମୀ । ଆଉ ଏବେ ଲଘୁଚାପ ଜନିତ ଲଗାଣ ବର୍ଷା ତଳିତଳାନ୍ତ କରିଛି ଚାଷବେଉସାକୁ । ଗତ 6 ଏବଂ 7 ତାରିଖରେ ରାୟଗଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି । ଏହି ଦୁଇଦିନରେ ଜିଲ୍ଲାର 9ଟି ବ୍ଲକ ବିଶେଷ ପ୍ରଭାବିତ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡ଼ା

ବର୍ଷାରେ ୨୦୦୦ ହେକ୍ଟର ଜମିରେ ବନ୍ୟାପାଣି ମାଡ଼ି ଯାଇ ଧାନ ସମେତ ପରିବା ଚାଷ ନଷ୍ଟ କରିଦେଇଛି । ୪୦୮.୮ ହେକ୍ଟର ଜମିରେ ବାଲିଚର ମାଡିଯାଇଥିବା ବେଳେ ୩୩୮.୧ ହେକ୍ଟର ଜମି ଏବେ ମଧ୍ୟ ଜଳମଗ୍ନ । କେବଳ ଚାଷଜମି ନୁହେଁ ଜିଲ୍ଲାର ୧୧ ଟି ବ୍ଲକରେ ମୋଟ ୪୧୭ ଟି ଘର କ୍ଷତିଗ୍ରସ୍ତ ହୋଇଛି ।

ସେହିଭଳି ପ୍ରାଥମିକ ରିପୋର୍ଟରୁ ଜଣାପଡିଛି ଯେ ୪୫ ଟି ଘର ସମ୍ପୁର୍ଣ୍ଣ ଭାଙ୍ଗିଯାଇଛି । ଏପରିକି ୬୭ ଟି ପଶୁଧନ ମଧ କ୍ଷତିଗ୍ରସ୍ଥ ହୋଇଛି । ତେବେ ଏଭଳି ସମୟରେ ପ୍ରଭାବିତଙ୍କୁ ସାନ୍ତନା ଦେବାପାଇଁ ମାଳମାଳ ନେତା ଗାଁ ଗଣ୍ଡାରେ ଘୁରି ବୁଲୁଥିଲେ ସୁଧା ସହାୟତା ପହଞ୍ଚି ନଥିବା ନେଇ ଅଭିଯୋଗ ହୋଇଛି ।


ରାୟଗଡ଼ାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details