ରାୟଗଡା: ରାୟଗଡା ଜିଲ୍ଲାରେ ବେଆଇନ ଭାବେ ଚାଲିଥିବା ଦେଶୀ ମଦ ଚାଲାଣକୁ ରୋକିବା ପାଇଁ ରାୟଗଡା ଜିଲ୍ଲା ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ଅଭିଯାନ । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶର୍ବଣ ବିବେକ ଏମଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ଜିଲ୍ଲାର ତିନୋଟି ପୋଲିସ ସବଡ଼ିଭିଜନର ଏସଡ଼ିପିଓଙ୍କ ନେତୃତ୍ବରେ ଅବକାରୀ ଏବଂ ପୋଲିସକୁ ନେଇ ତିନୋଟି ଟିମ ଗଠନ କରାଯାଇ ବିଭିନ୍ନ ଅଞ୍ଚଳରେ ଚଢାଉ ଜାରି ରହିଛି ।
ଏହି ଟିମ ଚୋରା ମଦ ଆଡ୍ଡାସ୍ଥଳୀ ଉପରେ ଚଢାଉ ଆରମ୍ଭ କରିଛି । ଏହି କ୍ରମରେ ରାୟଗଡା ଜିଲ୍ଲା ଅନ୍ତର୍ଗତ କଲ୍ୟାଣସିଂହପୁର ଥାନା ଅଧିନସ୍ଥ ବିଭିନ୍ନ ସ୍ଥାନରେ ଚଢାଉ କରି ବ୍ୟାପକ ଦେଶୀ ମଦ ଜବତ କରିଥିବା ବେଳେ ଚୋରା କାରବାରରେ ସଂପୃକ୍ତ ୨ ଜଣ ବେପାରୀଙ୍କୁ ମଧ୍ୟ ଗରିଫ କରିଛି କଲ୍ୟାଣସିଂହପୁର ପୋଲିସ ।