ରାୟଗଡା: ଆନ୍ଧ୍ରର ଗୁଣ୍ଟୁରୁ ଜିଲ୍ଲା ନିକଟ ଲାଙ୍କାଭାନିଦିବାର ଏକ ଚିଙ୍ଗୁଡି ବନ୍ଧ ଓ ଚିଙ୍ଗୁଡି ପ୍ରକ୍ରିୟାକରଣ ସଂସ୍ଥାରେ ଅଘଟଣା ପରେ ଏବେବି ନିଦ ଭାଙ୍ଗିନି ଶ୍ରମ ବିଭାଗର । ପରିବାରର ଆର୍ଥିକ ପରିସ୍ଥିତି ହେଉ କିମ୍ବା ଅନଲାଇନ ପାଠ ପଢା, ଆବଶ୍ୟକ ମୋବାଇଲଟିଏ ପାଇଁ କାମଧନ୍ଧା ଆଶାରେ ପଡୋଶୀ ଆନ୍ଧ୍ର, ତେଲେଙ୍ଗାନା, ରାୟପୁର, କେରଳ, ତାମିଲନାଡୁ ଓ ସୁରଟ ଅଭିମୁଖେ ଚାଲିଯାଉଛନ୍ତି ଶ୍ରମିକ । ହେଲେ ପ୍ରତି ମାସ ରାୟଗଡା ଜିଲ୍ଲାରୁ କେତେ ଶ୍ରମିକ ବାହାର ରାଜ୍ୟକୁ ଗଲେ ଏବଂ କେତେ ଶ୍ରମିକ ବାହାର ରାଜ୍ୟରୁ ଆମ ଜିଲ୍ଲାକୁ ଆସିଲେ ତାର ତଥ୍ୟ ଶ୍ରମ ବିଭାଗ ପାଖରେ ନାହିଁ ।
ଗୁଣ୍ଟୁର ଅଘଟଣ ପରେବି ଆନ୍ଧ୍ର ମୁହାଁ ଦାଦନ, ଚେଇଁ ଶୋଇଛି ଶ୍ରମ ବିଭାଗ ! - ଦାଦନ ଶ୍ରମିକ ଘଟଣା ରାୟଗଡା
ଆନ୍ଧ୍ରର ଗୁଣ୍ଟୁରୁ ଜିଲ୍ଲା ନିକଟ ଲାଙ୍କାଭାନିଦିବାର ଏକ ଚିଙ୍ଗୁଡି ବନ୍ଧ ଓ ଚିଙ୍ଗୁଡି ପ୍ରକ୍ରିୟାକରଣ ସଂସ୍ଥାରେ ଅଘଟଣା ପରେ ଏବେବି ନିଦ ଭାଙ୍ଗିନି ଶ୍ରମ ବିଭାଗର । ଅଧିକ ପଢନ୍ତୁ...
ଗୁଣ୍ଟୁରୁ ଚିଙ୍ଗୁଡି ପ୍ରକ୍ରିୟାକରଣ ସଂସ୍ଥାରେ ଅଘଟଣା ପରେ ମଧ୍ୟ ଯାଉଛନ୍ତି ଦାଦନ ଶ୍ରମିକ
ଗତବର୍ଷ ପ୍ରଥମ ପର୍ଯ୍ୟାୟ ଲକଡାଉନ ସମୟରେ ରାଜ୍ୟର ୧୬୦୦ ହଜାର ଦଦାନ ଶ୍ରମିକ ଜିଲ୍ଲାକୁ ଫେରିଥିବା ରେକର୍ଡ କରାଯାଇଥିବା ବେଳେ ପରବର୍ତ୍ତୀ ମୁହୂର୍ତ୍ତରେ ଜିଲ୍ଲାର ଦାଦନ ଶ୍ରମିକଙ୍କ ପରିସଂଖ୍ୟାନ କରିବାକୁ ଭୁଲିଗଲା ଜିଲ୍ଲା ପ୍ରଶାସନ । ଫଳରେ କାମ କରିବାକୁ ଯାଇ ଗତ ଗୁରୁବାର ରାତିରେ ୬ଜଣ ପ୍ରବାସୀ ଓଡିଆ ଶ୍ରମିକଙ୍କ ଜୀବନ ଚାଲିଯାଇଛି । ଏହି ଘଟଣା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଡା ଆଭିମୁଖ୍ୟ ଗ୍ରହଣ କରାଯାଇଥିବା କହିଛନ୍ତି ରାୟଗଡା ଜିଲ୍ଲାପାଳ ସରୋଜ କୁମାର ମିଶ୍ର ।
ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ