ରାୟଗଡା: ଓଡିଶାରେ ତାଣ୍ଡବ ରଚି ଫେରିଯାଇଛି ବାତ୍ୟା ଫନି । କେବଳ ଫନି ନୁହେଁ ଫାଇଲିନ କୁହାଯାଉ କି ତିତଲି ହେଉ ଅବା ହୁଡହୁଡ୍ କଥା କୁହାଯାଉ । ଏହି ସାମୁଦ୍ରିକ ଝଡ ଯୋଗୁଁ ରାଜ୍ୟରେ ବହୁ କ୍ଷତି ହୋଇଛି ।
ଯେତେବେଳେ ବାତ୍ୟା ଆସିବା କଥା ଲୋକେ ଶୁଣନ୍ତି ମନରେ ଭୟ ସୃଷ୍ଟି ହୁଏ । ପ୍ରଶାସନ ପକ୍ଷରୁ ମଧ୍ୟ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଆରମ୍ଭ ହୋଇଯାଏ । ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ପ୍ରଶାସନ ମଧ୍ୟ ବେଶ୍ ତତ୍ପରତା ଦେଖାଏ । ହେଲେ ବାତ୍ୟା ଚାଲିଯିବା ପରେ ଲୋକଙ୍କ ଦୁଃଖ ଯେମିତିକି ସେମିତି ରହିଯାଏ । ଏଥର ମଧ୍ୟ ବାତ୍ୟା ଫନିକୁ ନେଇ ରାୟଗଡା ନାଗାବଳୀ ନଦୀ କୂଳିଆ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା । କିନ୍ତୁ ବାତ୍ୟା ସମୟରେ ସରକାର ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ନେଇ ଯେଭଳି ତତ୍ପରତା ଦେଖାନ୍ତି । ବାତ୍ୟା ପରେ ସେମାନଙ୍କ କଥା ବୁଝେ ନାହିଁ ପ୍ରଶାସନ । ଏପରିକି ମାଟି ଘରେ ରହୁଥିବା ଲୋକଙ୍କ ପାଇଁ ଘର ଖଣ୍ଡେ ମଧ୍ୟ ଯୋଗାଇ ଦେଉ ନାହାଁନ୍ତି ସରକାର ।