ଓଡିଶା

odisha

ETV Bharat / state

ଶୁଣିଲେଣି ସରକାର, ପଥର ରାସ୍ତା କାଟି କେନାଲ ନିର୍ମାଣ କଲେ ଚାଷୀ - ପଥର ରାସ୍ତାକାଟି କେନାଲ ନିର୍ମାଣ

ଗୁହାରି ପରେବି ଶୁଣିଲେନି ସରକାର । ପଥର ରାସ୍ତାକାଟି କେନାଲ ନିର୍ମାଣ କଲେ ନୂଆଗାଁ ଗ୍ରାମବାସୀ । ଅଧିକ ପଢ଼ନ୍ତୁ

farmer digs canal through to hill
farmer digs canal through to hill

By

Published : Jul 21, 2023, 3:20 PM IST

farmer digs canal through to hill

ରାୟଗଡା: ଚାଷୀଙ୍କ ଜମିକୁ ଜଳସେଚନ ପାଇଁ ଅନେକ ଯୋଜନା କରିଛନ୍ତି ରାଜ୍ୟ ସରକାର । ଏଥିପାଇଁ ଚେକ୍ ଡ୍ୟାମ୍ ନିର୍ମାଣ କରାଯାଇଛି । କିନ୍ତୁ ଚାଷ ଜମିକୁ ପାଣି ପହଞ୍ଚିବା ପାଇଁ କେନାଲ ନକରିବାକୁ ନିଜ ଅର୍ଥରେ ପଥର ରାସ୍ତାକାଟି କେଲାନ ଖୋଳୁଛନ୍ତି ଚାଷୀ । ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକର ନୂଆଗାଁରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ । କିଏ ହାତରେ ଶାବଳ ଧରିଛି ତ ଆଉ କିଏ କୋଦାଳ ଧରି କେନାଲ ଖୋଳିବାରେ ଲାଗି ପଡ଼ିଛନ୍ତି । କିଛି ଚାଷୀ ମାଟିକୁ ନଳା ମଧ୍ୟରୁ ସଫା କରି ବାହାରକୁ ଆଣୁଛନ୍ତି । ମୁଣ୍ଡର ଝାଳ ତୁଣ୍ଡରେ ମାରି ପଥର ରାସ୍ତାକୁ କାଟି ନିର୍ମାଣ କରୁଛନ୍ତି କେନାଲ । ଗ୍ରାମବାସୀଙ୍କ ଅଭଯୋଗ ଲାଞ୍ଚ ନଦେବାରୁ ଚାଷ ପାଇଁ କେନାଲ ନିର୍ମାଣ ହେଲାନି ।

ଗାଁ ନିକଟରେ ୧୦ ବର୍ଷ ତଳେ ଚେକ୍ ଡ୍ୟାମ୍ ନିର୍ମାଣ କରାଯାଇ ଥିଲେ ସୁଧା ଚାଷ ଜମିକୁ ମାଡ଼ୁ ନଥିଲା ପାଣି । ୪ ବର୍ଷ ହେଲା ଗ୍ରାମବାସୀ କେନାଲ ନିର୍ମାଣ ପାଇଁ ଦାବି କରୁଥିଲେ ମଧ୍ୟ ଏଥିପ୍ରତି କେହି କର୍ଣ୍ଣପାତ କରିନଥିଲେ । ଶେଷରେ ବାଧ୍ୟ ହୋଇ ପାହଡ଼ କାଟି କେନାଲ ନିର୍ମାଣ କରୁଛନ୍ତି ଗ୍ରାମବାସୀ। ଏହି ଅଞ୍ଚଳ ଅର୍ଦ୍ଧାଧିକ ଲୋକ ଚାଷ ଉପରେ ନିର୍ଭର କରୁଥିବା ବେଳେ ନିଜସ୍ଵ ଉଦ୍ୟମରେ ଜମିକୁ ପାଣି ଆଣିବା ବ୍ୟବସ୍ଥା ଗ୍ରହଣ କରିଛନ୍ତି ।

କୃଷକଙ୍କ ପାଇଁ ବିଭିନ୍ନ ଯୋଜନା କରାଯାଉଛି । କିନ୍ତୁ ଏହାର ବାସ୍ତବ ଚିତ୍ର କିନ୍ତୁ ଅଲଗା । ୧୦ ବର୍ଷ ତଳେ କ୍ଷୁଦ୍ର ଜଳସେଚନ ବିଭାଗ ତରଫରୁ ପ୍ରାୟ ୫୦ ଏକର ଜମିକୁ ପାଣି ଯୋଗାଇବା ପାଇଁ ୪୦ ଲକ୍ଷ ଟଙ୍କା ବ୍ୟୟରେ ଏକ ଚେକ୍‌ଡ୍ୟାମ୍ ନିର୍ମାଣ କରାଯାଇଥିଲା । ୪ ବର୍ଷ ତଳେ ଗ୍ରାମବାସୀ ମାନେ ଏହି ଡ୍ୟାମ୍‌ରେ କେନାଲ ପାଇଁ ପଞ୍ଚାୟତର ସରପଞ୍ଚ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଅନୁରୋଧ କରିଥିଲେ । କିନ୍ତୁ ମନରେଗା ଯୋଜନାରେ ପ୍ରସ୍ତାବ ରହିଥିବା ବେଳେ ଜିଓ ଟ୍ୟାଗ୍ କରିବାକୁ କହିବାରୁ ଲାଞ୍ଚ ନଦେବାରୁ କଲେ ନାହିଁ । ସେଥିପାଇଁ ବାଧ୍ୟ ହୋଇ ଗ୍ରାମବାସୀମାନେ ସମସ୍ତେ ମିଳିତ ଭାବେ ଶ୍ରମ ଦାନ କରି କେନାଲ ଖୋଳିବାକୁ ନିର୍ଣ୍ଣୟ କରିଥିଲେ। ଗ୍ରାମବାସୀ ମିଶି କେନାଲ ଖୋଳିବା କାର୍ଯ୍ୟରେ ଲାଗି ପ୍ରାୟ ୨୫୦ ମିଟର ପର୍ଯ୍ୟନ୍ତ ଖୋଳିଥିବା ବେଳେ ଆହୁରି ପ୍ରାୟ ୨୫୦ ମିଟର କେନାଲ ଖୋଳିବାକୁ ପଡିବ ବୋଲି ଗ୍ରାମବାସୀ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ଚିତାଲାଗି ଅମାବାସ୍ୟା: କ୍ଷେତରେ ହୋଇନି ଫସଲ, ଘାସବିଲରେ ଚିତଉ ପିଠା ଭୋଗଲାଗି କଲେ ଚାଷୀ

ଏନେଇ ଅତିରିକ୍ତ ଜିଲ୍ଲାପାଳଙ୍କୁ ଯୋଗାଯୋଗ କରିବାରୁ ସେ ଏହାକୁ ସ୍ଵୀକାର କରିଥିଲେ। ସେ କହିଛନ୍ତି, "ଚେକଡ୍ୟାମ୍ ନିର୍ମାଣ କରାଯାଇଛି। ହେଲେ କୌଣସି କାରଣ ବଶତଃ କେନାଲ ନିର୍ମାଣ ହୋଇ ନପାରିବା ଯୋଗୁଁ ଚାଷୀଙ୍କ ଜମିକୁ ପାଣି ମାଡିପାରିଲାନି। ଏନେଇ ସେ କ୍ଷୁଦ୍ର ଜଳସେଚନ ବିଭାଗ ଏବଂ ବ୍ଲକ ଅଧିକାରୀଙ୍କୁ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦଶ ଦିଆଯାଇଛି । ଚାଷୀମାନେ ଯାହା କରିଛନ୍ତି ତାହା ସ୍ବାଗତ ଯୋଗ୍ୟ । ଆଗକୁ କେନାଲ କାର୍ଯ୍ୟ ପ୍ରଶାସନ ଆଗେଇ ନେବ । ଏହାକୁ ନେଇ ବିହିତ ପଦକ୍ଷେପ ନିଆଯିବ ।"

ଇଟିଭି ଭାରତ, ରାୟଗଡା

ABOUT THE AUTHOR

...view details