ରାୟଗଡା: ଜିଲ୍ଲାରେ ହୁ ହୁ ହୋଇ ବଢି ଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ରାୟଗଡା ଜିଲ୍ଲାରେ ୩୦୦ ଅଙ୍କ ଡେଇଁଛି ମହାମାରୀରେ ସଂକ୍ରମିତଙ୍କ ତାଲିକା । ଦିନନକୁ ଦିନ ରାୟଗଡାରେ କୋରୋନା କାୟା ବିସ୍ତାର କରିଚାଲିଥିବା ବେଳେ ବୁଧବାର ଜିଲ୍ଲାରେ ପୁଣି ସର୍ବମୋଟ ୯୬ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟଙ୍କ ମଧ୍ୟରେ ଅନେକ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଏବଂ ହଟସ୍ପଟ ବ୍ରହ୍ମପୁର ଲିଙ୍କ ଥିବା ଜଣା ପଡିଛି ।
ରାୟଗଡାରେ 300ପାର ଆକ୍ରାନ୍ତଙ୍କ ସଂଖ୍ୟା: ଚିନ୍ତାରେ ପ୍ରଶାସନ - ରାୟଗଡା ନ୍ୟୁଜ
ଜିଲ୍ଲାରେ ୩୦୦ ଅଙ୍କ ପାର କରିଛି ମହାମାରୀରେ ସଂକ୍ରମିତଙ୍କ ତାଲିକା । ଦିନକୁ ଦିନ ରାୟଗଡାରେ କୋରୋନା କାୟା ବିସ୍ତାର କରିଚାଲିଥିବା ବେଳେ ବୁଧବାର ଜିଲ୍ଲାରେ ପୁଣି ସର୍ବମୋଟ ୯୬ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ତେବେ ବର୍ତ୍ତମାନ ସୁଦ୍ଧା ରାୟଗଡା ଜିଲ୍ଲାରୁ ୩୩୯ କୋରନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଭଳି ସ୍ଥିତିକୁ ଦେଖି ଆରମ୍ଭ ହୋଇଛି ଜିଲ୍ଲାର ସମ୍ବେଦନଶୀଳ ଅଞ୍ଚଳରେ ବିଶୋଧନ କାର୍ଯ୍ୟକ୍ରମ ସାଙ୍ଗକୁ ଆରମ୍ଭ ହୋଇଛି ଘର ଘର ଆକ୍ଟିଭ ସର୍ଭେଲେନ୍ସ । ହେଲେ ଗତ ଦିନରେ ଓଡୁଗୁଡାର ଦିଲ୍ଲୀ ଫେରନ୍ତା ଯୁବତୀ ଶିଶୁ ବିଶେଷଜ୍ଞ ସଂସ୍ପର୍ଶରେ ଆସି ଆମ୍ବାଗୁଡା ଗାଁର ଜଣେ ଶିଶୁ ସମେତ ମହିଳା ସଂକ୍ରମିତ ହେବାପରେ ସ୍ଥିତି ଗମ୍ଭୀର ହୋଇଛି । ଏବେ ଏହି ଗୋଟିଏ ଗାଁରେ 34 ଆକ୍ରାନ୍ତ ଚିହ୍ନଟ ପରେ ପୌରପ୍ରଶାସନର କୋଭିଡ ପରିଚାଳନା ନେଇ ପ୍ରଶ୍ନ ଉଠାଇଛନ୍ତି ଗାଁ ଲୋକେ । ତେବେ ଏନେଇ ନା ଜିଲ୍ଲା ପ୍ରଶାସନ ନା ପୌର ପ୍ରଶାସନର ପ୍ରତିକ୍ରିୟା ମିଳିପାରି ନାହିଁ । କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ନେଇ ଚିନ୍ତା ବଢିଛି ଜିଲ୍ଲା ପ୍ରଶାସନର ।
ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ