ଓଡିଶା

odisha

ETV Bharat / state

କୋର୍ଟରେ ହାଜର ପୂର୍ବରୁ ପୋଲିସ ହେପାଜତରୁ ଚମ୍ପଟ ମାରିଲା ଅଭିଯୁକ୍ତ - ଡମ୍ବୁରୁ ପୁସିକା ଥାନାରୁ ଚମ୍ପଟ ମାରିଛି ଅଭିଯୁକ୍ତ

ସାନ ଭାଇକୁ ହତ୍ୟା କରି ଗିରଫ ହୋଇଥିବା ବଡ ଭାଇ ପୋଲିସ ହେପାଜତରୁ ଫେରାର । ରାୟଗଡ଼ା ଜିଲ୍ଲା ଡମ୍ବୁରୁ ପୁସିକା ଥାନାରୁ ଚମ୍ପଟ ମାରିଛି ଅଭିଯୁକ୍ତ ।

elder brother killed younger brother
ସାନ ଭାଇକୁ ହତ୍ୟା କଲା ବଡଭାଇ

By

Published : Dec 30, 2022, 1:49 PM IST

ରାୟଗଡ଼ା:ପୋଲିସ ହେପାଜତରୁ ଚମ୍ପଟ ମାରିଲା ଅଭିଯୁକ୍ତ । ରାୟଗଡ଼ା ଜିଲ୍ଲା ଡମ୍ବୁରୁ ପୁସିକା ଥାନାରୁ ଫେରାର ହେବାରେ ସଫଳ ହୋଇଛି ଅଭିଯୁକ୍ତ । ସାନ ଭାଇକୁ ହତ୍ୟା ଘଟଣାରେ ପୋଲିସ ହେପାଜତରେ ଥିଲା ଅଭିଯୁକ୍ତ । ଆଜି କୋର୍ଟରେ ହାଜର ହେବାକୁ ଥିବାବେଳେ ଥାନାରୁ ଚମ୍ପଟ ମାରିଛି ।

ସୂଚନା ଅନୁଯାୟୀ, ନିୟମଗିରି ପାହାଡ ଲାମ୍ବା ଗ୍ରାମରେ ଗତ ୨୭ ତାରିଖ ଦିନ କାନ୍ଦୁଲ ପର୍ବକୁ ନେଇ ଦୁଇ ଭାଇ ମଧ୍ୟରେ ବିବାଦ ହୋଇଥିଲା । ଏଥିରେ ରାଗ ରଖି ବଡ ଭାଇ ଡମ୍ବୁରୁ ପୁସିକା ସନ୍ଧ୍ୟା ସମୟରେ ଜଗି ରହି ସାନଭାଇ ମିନ୍ଦୁରୁକୁ ଏକ ଧାରୁଆ ଟାଙ୍ଗିଆରେ ନିର୍ମମ ଭାବେ ହତ୍ୟାକରି ଫିଙ୍ଗି ଦେଇଥିଲା । ହତ୍ୟା ପରେ ପୋଲିସକୁ ଜଣାଇଥିଲେ ମଧ୍ୟ ଘଟଣାର ତଦନ୍ତ ନକରି ପୋଲିସ ଫେରିଯାଇଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ । ପୁଣି ଥରେ ଗ୍ରାମବାସୀ ଥାନାରେ ଜଣାଇବା ପରେ ହତ୍ୟାର ତିନିଦିନ ପରେ ପୋଲିସ ଲାମ୍ବା ଗ୍ରାମକୁ ଯାଇ ମୃତଦେହ ଜବତ କରିଥିଲା ।

ଏହା ମଧ୍ୟ ପଢ଼ନ୍ତୁ:ଚଳିତ ବର୍ଷ ଓଡିଶା ହାଇକୋର୍ଟର ବଢିଛି କେସ କ୍ଲିୟରାନ୍ସ ହାର, ୧,୩୬୫୯୯ଟି ମାମଲା ସାମାଧାନ

ଏହି ଘଟଣାରେ ଅଭିଯୁକ୍ତକୁ ଥାନାକୁ ଆଣି ପଚରାଉଚରା କରୁଥିବା ଆଇଆଇସି ମୁକୁନ୍ଦ ଦେବ ନାୟକ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ ହୋଇଥାନ୍ତା । କିନ୍ତୁ ଶୌଚାଳୟ ଯିବାକୁ କହି ଅଭିଯୁକ୍ତ ଜଣକ ଥାନାରୁ ଫେରାର ମାରିଥିବା ସୂଚନା ମିଳିଛି ।

ଏହା ମଧ୍ୟ ପଢ଼ନ୍ତୁ:Russian Tourists Death: ଖୋଳତାଡ ପାଇଁ ରାୟଗଡ଼ାରେ କ୍ରାଇମବ୍ରାଞ୍ଚ ଟିମ୍

ପ୍ରକାଶ ଥାଉକି, ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ଅନ୍ତର୍ଗତ ପାର୍ଶାଲି ପଞ୍ଚାୟତ ଲାମ୍ବା ଗ୍ରାମରେ ଚଳିତ ୨୭ ତାରିଖ ଦିନ ଏକ ଅଭାବନୀୟ ଘଟଣା ଘଟିଥିଲା । ବଡ଼ଭାଇ ଡମ୍ବୁ ପୁସିକା ସାନ ଭାଇ ମିନ୍ଦୁରୁ ପୁସିକାକୁ ଏକ ଟାଙ୍ଗିଆରେ ନିର୍ମମ ଭାବେ ହାଣି ହତ୍ୟା କରିଥିଲା। ନିୟମଗିରି ପାହାଡ ଉପରେ ଲମ୍ବା ଗ୍ରାମର ଲୋକମାନେ ପୂଜାର୍ଚ୍ଚନା କରିବା ପାଇଁ ଯାଇଥିଲେ। ସେଠାରେ ଦୁଇ ଭାଇ ମଧ୍ୟରେ କିଛି ସମୟ ପାଟି ତୁଣ୍ଡ ହୋଇଥିଲା। ସନ୍ଧ୍ୟାରେ ବଡ଼ଭାଇ ଡମ୍ବୁ ସାନ ଭାଇକୁ ହତ୍ୟା କରିବାକୁ ଧମକ ମଧ୍ୟ ଦେଇଥିଲା । ସନ୍ଧ୍ୟା ପ୍ରାୟ 6ଟା ସମୟରେ ଘରକୁ ଫେରିବା ପରେ ଏକ ଟାଙ୍ଗିଆରେ ହାଣି ସାନଭାଇକୁ ହତ୍ୟା କରିଥିଲା । ଗ୍ରାମବାସୀ ବୁଝାସୁଝା କରିଥିଲେ ମଧ୍ୟ ଗ୍ରାମରେ ଟାଙ୍ଗିଆ ଧରି ଭୟଭୀତ କରାଇଥିଲା । ଏହି ଘଟଣା ନେଇ ମୃତକଙ୍କ ମାଆ ଲିଖିତ ଅଭିଯୋଗ କରିଥିଲେ । କିନ୍ତୁ ମାଓ ପ୍ରବଣ ଅଞ୍ଚଳ ହୋଇଥିବାରୁ ସନ୍ଧ୍ୟା ସମୟରେ ପୋଲିସ ସେଠାକୁ ଯିବାକୁ ଅମଙ୍ଗ ହୋଇଥିବା ଗ୍ରାମବାସୀ କହିଛନ୍ତି ।

ଇଟିଭି ଭାରତ, ରାୟଗଡ଼ା

ABOUT THE AUTHOR

...view details